New Testament in a Year
ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ(A)
12 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। 2 ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। 3 ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
4 ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। (ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, 5 “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” 6 କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।
7 ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। 8 ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”
ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
9 ଯୀଶୁ ବେଥନୀୟାରେ ଥିବା କଥା ଅନେକ ଯିହୂଦୀମାନେ ଶୁଣିଲେ। ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ, 10 ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ। 11 ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।
ଯିରୁଶାଲମରେ ଯୀଶୁଙ୍କ ପ୍ରବେଶ(B)
12 ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ। 13 ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋର୍ରେ କହିଲେ,
“ତାହାଙ୍କୁ ପ୍ରଶଂସା କର,
ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି।
ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। (C)
ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”
14 ଯୀଶୁ ଗୋଟିଏ ଗଧ ପାଇଲେ ଓ ତା’ ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖାଥିଲା,
15 “ହେ ସିୟୋନ ନଗର, ଭୟ କର ନାହିଁ।
ଦେଖ, ତୁମ୍ଭର ରାଜା ଆସୁଛନ୍ତି।
ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।”(D)
16 ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା’ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।
17 ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠେଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ। 18 ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ। 19 ତେଣୁ ଫାରୂଶୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଆମ୍ଭର ଯୋଜନା କାମ କରୁ ନାହିଁ। ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।”
ଜୀବନ ଓ ମୃତ୍ୟୁ ବିଷୟରେ ଯୀଶୁଙ୍କ କଥା
20 ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ। 21 ସେହି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।” 22 ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତା’ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।
23 ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି। 24 ମୁଁ ତୁମ୍ଭକୁ ସତ୍ୟ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ। ତା’ପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ। 25 ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ। 26 ମୋର ସେବା କୁରଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ। ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି, ସେଠାରେ ମୋ’ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରିଥିବେ, ମୋର ପରମପିତା ସେମାନଙ୍କୁ ସମ୍ମାନ ଦେବେ।
2010 by World Bible Translation Center