New Testament in a Year
ଯୀଶୁଙ୍କର ଜଗତରେ ଆବିର୍ଭାବ
1 ଜଗତ ଆରମ୍ଭର ପୂର୍ବରୁ ବାକ୍ୟ [a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। 2 ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। 3 ତାହାଙ୍କ [b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। 4 ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। 5 ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।
6 ଯୋହନ [c] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। 7 ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। 8 ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। 9 ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।
10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, 13 ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।
14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”
16 ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। 17 ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।
ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି(A)
19 ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ। 20 ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
21 ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” [d]
ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”
ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟଦ୍ବକ୍ତା?” [e]
ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟଦ୍ବକ୍ତା ନୁହେଁ।”
22 ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?”
23 ଯୋହନ ସେମାନଙ୍କୁ ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାଣୀ କହିଲେ:
“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(B)
24 ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟଦ୍ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ [f] ଦେଉଛ?”
26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।”
28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।
2010 by World Bible Translation Center