Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 6

ନାସରୀୟ

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହେବା ନିମନ୍ତେ ବିଶେଷ ନାସରୀୟ ପ୍ରତିଜ୍ଞା କରିବା ଉଚିତ୍। ତେବେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ୍ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।

“ତାହାର ପ୍ରତିଜ୍ଞା ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ତା’ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।

“ନାସରୀୟ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ଯିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ। ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସେମାନଙ୍କୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି, ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ଆଉ ଯଦି ନାସରୀୟ ବ୍ରତ ପାଳନ କରୁଥିବା ବ୍ୟକ୍ତିର ନିକଟରେ ରହୁଥିବା ବ୍ୟକ୍ତି ମରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତେବେ ସେ ଶୌଚ ଦିନରେ ଆପଣା ମସ୍ତକ ଲଣ୍ତା କରିବ। 10 ପୁଣି ଅଷ୍ଟମ ଦିନରେ ନାସରୀୟ ଦୁଇଟି କପୋତ କିମ୍ବା ପାରା ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। 11 ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନୈବେଦ୍ୟ ରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧରେ ଯେଉଁ ପାପ ନାସରୀୟ କଲା, ତହିଁ ଲାଗି ପ୍ରାୟଶ୍ଚିତ କରିବ ଓ ସେ ସେହି ଦିନ ପୁନର୍ବାର ତା’ର ମସ୍ତକ ପବିତ୍ର କରିବ। 12 ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହେବ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।

13 “ସେହି ମନୁଷ୍ୟ ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ ନାସରୀୟ ପ୍ରତିଜ୍ଞା ବ୍ୟବସ୍ଥା ଅନୁସାରେ ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆସିବ। 14 ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭେଟି ଆଣିବ,

ଗୋଟିଏ ଏକବର୍ଷୀୟ ହୃଷ୍ଟପୁଷ୍ଟ ପୁଂ ମେଷ ହୋମବଳି ପାଇଁ ଆଣିବ।

ଗୋଟିଏ ହୃଷ୍ଟପୁଷ୍ଟ ମେଷ ପାପାର୍ଥକ ବଳି ନିମନ୍ତେ

ଓ ଗୋଟିଏ ହୃଷ୍ଟପୁଷ୍ଟ ଅଣ୍ତିରା ମେଣ୍ଢା ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।

15 ସେ ଉତ୍ସର୍ଗ କରିବ, ଏକ ଡାଲା ତାଡ଼ିଶୂନ୍ୟ ରୋଟୀ ଭଲ ମଇଦାରେ, ତେଲ ମିଶାଇ ବନାଇବ ଏବଂ ତାଡ଼ିଶୂନ୍ୟ ସରୁ ପିଠା ତେଲ ତାହା ଉପରେ ଦେଇ ବନା ହେବ।

ଓ ତହିଁର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।

16 “ତା’ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍। 17 ଏହା ପରେ ସେ ତାଡ଼ିଶୂନ୍ୟ ରୋଟୀର ଡାଲା ଏବଂ ମେଷକୁ ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।

18 “ପୁଣି ନାସରୀୟ ବ୍ରତରେ ଥିବା ସମୟରେ ସେହି ବ୍ୟକ୍ତି ସମାଗମ-ତମ୍ବୁର ସମ୍ମୁଖରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନେଇ ମଙ୍ଗଳାର୍ଥକ ନୈବେଦ୍ୟକୁ ଦ‌ଗ୍‌ଧ କରୁଥିବା ଅଗ୍ନିରେ ପକାଇବ।

19 “ନାସରୀୟ ବ୍ରତରେ ଥିବା ବ୍ୟକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସେହି ମେଷର ରନ୍ଧା ହୋଇଥିବା ସ୍କନ୍ଧ, ଗୋଟିଏ ତାଡ଼ିଶୂନ୍ୟ ପିଠା ସେହି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦେବ। 20 ତା’ପରେ ଯାଜକ ଦୋଳନୀୟ ନୈବେଦ୍ୟ ତାହା ସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେକିବ, ସେହି ଛାତି ଓ ଗୋଡ଼ ନୈବେଦ୍ୟ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା’ପରେ ସେହି ନାସରୀୟ ବ୍ରତ କରିଥିବା ବ୍ୟକ୍ତି ଦ୍ରାକ୍ଷାରସ ପାନ କରି ପାରିବ।

21 “ଏହି ହେଉଛି ବ୍ୟବସ୍ଥା, ଯେଉଁ ଲୋକ ବିଶେଷ ନାସରୀୟ ବ୍ରତ କରେ। ସେ ଏହି ନୈବେଦ୍ୟ ଆଣିବ, ଏତଦ୍ ବ୍ୟତିତ ଯଦି ସେ ଅନ୍ୟକିଛି ନେଇପାରିବ, ସେ ନିଶ୍ଚୟ ଯାହା ପ୍ରତିଜ୍ଞା କରିଛି ତାହା କରିବ।”

ଯାଜକମାନଙ୍କ ଆଶୀର୍ବାଦ

22 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,

24 ‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ
    ଓ ତୁମ୍ଭକୁ ନିରାପଦରେ ରଖନ୍ତୁ।
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ
    ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ
    ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।’

27 ତା’ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।”

ଗୀତସଂହିତା 40-41

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
    ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
    ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
    ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
    ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
    ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
    ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
    ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
    ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।

ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
    ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
    ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
    ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
    ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
    ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
    ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
    ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ’ଠାରେ ଲୁଗ୍ଭଅ ନାହିଁ।
    ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”

12 ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେମାନେ ଅନେକ ଯାହାକି ଗଣିବା କଷ୍ଟକର।
ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ।
    ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି।
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର।
    ହେ ସଦାପ୍ରଭୁ ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
14 ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି।
    ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର।
    ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।
15 ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି।
    ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି।
    ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି।
    ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”

17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ।
    ହେ ମୋର ପରମେଶ୍ୱର ଆଉ ବିଳମ୍ବ କର ନାହିଁ।
ମୋତେ ସାହାଯ୍ୟ କର
    ଓ ମୋତେ ଉଦ୍ଧାର କର।

ଦାଉଦଙ୍କର ଗୀତ।

41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
    ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
    ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
    ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
    ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।

ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
    ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
    ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
    ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
    ଓ ସେଥିପାଇଁ ବେମାର ଅଛି।
    ସେ ଆଉ ଭଲ ହେବ ନାହିଁ।”
ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
    କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
    ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
    ତୁମ୍ଭେ ମୋତେ ସାହାଯ୍ୟ କରିଲ।
    ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।

13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
    ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।

ଆମେନ୍, ଆମେନ୍।

ପରମଗୀତ 4

ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ

ହେ ମୋର ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ
    ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦେଖାଯାଅ।
ତୁମ୍ଭ ନେତ୍ର କପୋତ ତୁଲ୍ୟ,
    ତୁମ୍ଭର କେଶ ଗିଲିୟଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ୟ।
ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା,
    ସ୍ନାନରୁ ଉ‌‌‌ତ୍‌‌‌ଥିତ ମେଷୀ ପଲ ତୁଲ୍ୟ।
ସେଗୁଡ଼ିକୁ ଯଥାର୍ଥ ଭାବରେ ମାନିଛି
    ଏବଂ ସେଗୁଡ଼ିକ ମଧ୍ୟରୁ କେହି ହଜି ନାହାନ୍ତି।
ତୁମ୍ଭର ଓଷ୍ଠାଧର ଉଜ୍ଜ୍ୱଳ ଲୋହିତ ରଙ୍ଗର ଫିତା
    ଓ ତୁମ୍ଭର ପାଟି ସୁନ୍ଦର।
ଓଢ଼ଣା ତଳେ ତୁମ୍ଭ କପାଳ
    ଡାଳିମ୍ବ ଖଣ୍ଡ ତୁଲ୍ୟ।
ତୁମ୍ଭର ବେକ ସେହି ଦୁର୍ଗ ପରି
    ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା।
ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ ବୀରଗଣର
    ସକଳ ଢାଲ ଟଙ୍ଗା ଯାଇଥିଲା।
ତୁମ୍ଭର ସ୍ତନଯୁଗଳ ଶୋଶନ ପୁଷ୍ପ ବନରେ ଚରିବାର
    ଯାଆଁଳା ହରିଣ ଛୁଆ ତୁଲ୍ୟ।
ଦିବସ ନ ଆସିବା ପର୍ଯ୍ୟନ୍ତ
    ଓ ଛାୟା ବହି ନ ଯିବା ପର୍ଯ୍ୟନ୍ତ
ମୁଁ ଗନ୍ଧରସ ପର୍ବତ
    ଓ କୁନ୍ଦୁରୁ ଉପପର୍ବତକୁ ଯିବି।
ଆଗୋ ମୋର ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ଯାଏ ସୁନ୍ଦରୀ।
    ତୁମ୍ଭଠାରେ କୌଣସି ଖୁଣ ନାହିଁ।
ଆଗୋ ମୋର ପ୍ରିୟେ, ମୋ’ ସଙ୍ଗେ ଲିବାନୋ‌ନ୍‌ରୁ ଆସ।
    ଅମାନାର ଶୃଙ୍ଗରୁ,
ଶନୀର ଓ ହର୍ମୋଣରୁ
    ଏବଂ ସିଂହମାନଙ୍କ ଗୁମ୍ଫାରୁ
    ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ।
ହେ ମୋର ଭଉଣୀ, ହେ ମୋର କନ୍ୟା,
    ତୁମ୍ଭେ ମୋର ହୃଦୟକୁ ତୁମ୍ଭର ଚକ୍ଷୁର ଗୋଟିଏ ଗ୍ଭହାଣିରେ
    ଏବଂ ଗୋଟିଏ ଅଳଙ୍କାର ହାରରେ ଗ୍ଭେରି କରିଅଛି।
10 ଆଗୋ ମୋର ଭଗିନୀ, ହେ ମୋର ପ୍ରିୟେ,
    ତୁମ୍ଭର ପ୍ରେମ କେମନ୍ତ ମନୋରମ।
ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
    ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା ଉତ୍ତମ।
11 ଆଗୋ ମୋର ପ୍ରିୟେ, ମହୁଫେଣାରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠାଧର ମହୁ ଝରେ।
    ଦୁ‌ଗ୍‌ଧମଧୁ ତୁମ୍ଭ ଜିହ୍ୱା ତଳେ ଥାଏ।
ତୁମ୍ଭ ବସ୍ତ୍ରର ସୁଗନ୍ଧି ଲିବାନୋ‌ନ୍‌ର ସୁଗନ୍ଧ ତୁଲ୍ୟ।
12 ମୋର ଭଗିନୀ, ମୋର ପ୍ରିୟେ,
    ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା।
13 ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ
    ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ।
ସେଠାରେ ହେନା ଗ୍ଭରାଗଛ ଅଛି।
14     ସେଠାରେ ଜଟାମାଂସୀ ଓ କେଶର,
ବଚ ଓ ଡାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ
    ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି।
15 ତୁମ୍ଭେ ଉଦ୍ୟାନର ଏକ ଝରଣା,
    ଅମୃତ ଜଳର କୂପ
    ଓ ଲିବାନୋ‌ନ୍‌ରୁ ପ୍ରବାହିତ ସ୍ରୋତ ଅଟ।

ସେ (ସ୍ତ୍ରୀ) କହିଲେ

16 ହେ ଉତ୍ତରୀୟ ବାୟୁ, ଜାଗ।
    ଦକ୍ଷିଣ ବାୟୁ, ଆସ।
ମୋ’ ଉଦ୍ୟାନର ସୁଗନ୍ଧି ଯେପରି ଗ୍ଭରିଆଡ଼େ ବିଚ୍ଛୁରିତ ହେବ
    ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପରେ ପ୍ରବାହିତ ହୁଅ।
ମୋହର ପ୍ରିୟତମ, ଆପଣା ଉଦ୍ୟାନକୁ ଆସନ୍ତୁ
    ଓ ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।

ଏବ୍ରୀ 4

ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି:

“ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି;
    ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” (A)

ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” [a] ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” [b]

ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ [c] ନିରୂପଣ କଲେ। ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ:

“ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ,
    ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” (B)

ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। 10 ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ। 11 ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।

12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖ‌‌ଡ଼୍‌ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।

ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି

14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center