Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 1

ମୋଶା ଇସ୍ରାଏଲ ଲୋକଙ୍କୁ ଗଣନା କଲେ

ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ [a] ମଧ୍ୟରେ ମେଶାଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରତ୍ୟେକ ପୁରୁଷ ଲୋକର ନାମ ତାଲିକା କର। ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସେହି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ଯିଏ କି ସୈନ୍ୟମାନଙ୍କ ସହିତ ଯାଇ ପାରିବେ। ତୁମ୍ଭେ ଓ ହାରୋଣ ସେମାନଙ୍କର ବିଭାଗ [b] ଅନୁସାରେ ସେମାନଙ୍କୁ ତାଲିକାଭୁକ୍ତ କର। ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ। ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି;

ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର।

ଶିମିୟୋନ ପରିବାରବର୍ଗର, ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।

ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ।

ଇଷାଖର ପରିବାରବର୍ଗର, ସୂୟାରର ପୁତ୍ର ନଥନେଲ।

ସବୁଲୂନ ପରିବାରବର୍ଗର, ହେଲୋନର ପୁତ୍ର ଇଲୀୟାବ।

10 ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା।

ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ।(ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)।

11 ବିନ୍ୟାମୀନ ପରିବାରବର୍ଗର, ଗିଦିୟୋନିର ପୁତ୍ର ଅବୀଦାନ।

12 ଦାନ ପରିବାରବର୍ଗର ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।

13 ଆଶେର ପରିବାରବର୍ଗର, ଅକ୍ରଣର ପୁତ୍ର ପଗୀୟେଲ।

14 ଗାଦ୍ ପରିବାରବର୍ଗର, ଦ୍ୟୂୟେଲର ପୁତ୍ର ଇଲୀୟାସଫ।

15 ନପ୍ତାଲି ପରିବାରବର୍ଗର, ଐନନର ପୁତ୍ର ଅହୀର।”

16 ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ। 17 ଆଉ ଯେଉଁମାନେ ବଛା ଯାଇଥିଲେ, ମୋଶା ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ। 18 ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ। 19 ଏହିରୂପେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟର ମରୂଭୂମିରେ ସେମାନଙ୍କୁ ଗଣନା କଲେ।

20 ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା। 21 ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500

22 ଶିମିୟୋନ ବଂଶର ସେମାମାନଙ୍କର ପିତୃଗୃହ, ନାମ ଏବଂ ସଂଖ୍ୟା କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ୟ ବିଭାଗରେ ଦାଖଲ ହେବାକୁ ଯୋଗ୍ୟ। 23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 59,300

24 ଗା‌ଦ୍‌ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 25 ଗାଦ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 45,650

26 ଯିହୁଦା ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 74,600

28 ଇଷାଖର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 54,400

30 ସବୂଲୂନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 57,400

32 ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 33 ଇଫ୍ରୟିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 40,500

34 ମନଃଶି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 35 ମନଃଶି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 32,200

36 ବିନ୍ୟାମୀନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 37 ବିନ୍ୟାମୀନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 35,400

38 ଦାନ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 62,700

40 ଆଶେର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 41 ଆଶେର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 41,500

42 ନପ୍ତାଲି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 53,400

44 ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ। 45 ଏହିରୂପେ ଇସ୍ରାଏଲର ସମସ୍ତ ଲୋକ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ନିଜ ନିଜ ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 46 ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା।

47 ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ। 48 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ। 49 “ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ। 50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ। 51 ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ। 52 ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଶିବିର ଅଲଗା ଅଲଗା ଦଳରେ ବିଭକ୍ତ କଲେ। ପ୍ରତ୍ୟେକର ନିଜ ଧ୍ୱଜା ରହିବା ଉଚିତ୍। 53 କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।”

54 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ।

ଗୀତସଂହିତା 35

ଦାଉଦଙ୍କର ଗୀତ

35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
    ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
    ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
    ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
    ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
    ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
    ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
    ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
    ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
    ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
    ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।

17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
    ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
    ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
    ସେମାନେ ସିଂହ ତୁଲ୍ୟ ଅଟନ୍ତି।

18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
    ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
    ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
    ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
    ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
    ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
    ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
    ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
    ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
    ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
    ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
    ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
    ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”

28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
    ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

ଉପଦେଶକ 11

ଭବିଷ୍ୟତକୁ ସାହସିକତାର ସହକାରେ ସମ୍ମୁଖୀନ କର

11 ତୁମ୍ଭେ ଯେଉଁଠାକୁ ଯାଅ, ଉତ୍ତମ କାର୍ଯ୍ୟ କର। କିଛି ସମୟ ପରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫେରି ଆସିବ।

ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।

କେତେଗୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହେବ। ଯଦି ମେଘମାଳା ବର୍ଷାବିନ୍ଦୁରେ ପୂର୍ଣ୍ଣ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପୃଥିବୀରେ ପାଣି ଢାଳି ଦେବେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗରେ ପଡ଼େ ତେବେ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ ରହିବ।

ଯଦି ଗୋଟିଏ ଲୋକ ଛୋଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହାହେଲେ ସେ କେବେହେଲେ ଛୋଟ ଗଛ ରୋପଣ କରିବାକୁ ସକ୍ଷମ ହେବ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଗ୍ଭହିଁବ ତେବେ ସେ ଅମଳ କରି ପାରିବ ନାହିଁ।

ତୁମ୍ଭେ ବାୟୁର ଗତି ଜାଣି ପାରିବ ନାହିଁ। ଏବଂ ତୁମ୍ଭେ ଜାଣି ପାରିବ ନାହିଁ ମା’ ପେଟରେ ଶିଶୁଟି କିପରି ବଢ଼େ। ଠିକ୍ ସେହିପରି ପରମେଶ୍ୱର କ’ଣ କରନ୍ତି ତୁମ୍ଭେ ଜାଣି ପାରିବ ନାହିଁ। ସେ ପ୍ରତ୍ୟେକ କଥା ଘଟାନ୍ତି।

ତୁମ୍ଭେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୀଜ ବୁଣ ଏବଂ ତା’ପରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟାବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ୟାରେ ବୁଣିଥିଲ କିଅବା ପ୍ରାୟ ଉଭୟ ଭଲ ବଢ଼ିବ।

ପ୍ରକୃତରେ ଆଲୋକ ସୁଖ ଦାୟକ, ପୁଣି ସୂର୍ଯ୍ୟାଲୋକ ଦେଖିବା ଆଶ୍ଚର୍ଯ୍ୟ ଅଟେ। ତୁମ୍ଭେ ଆପଣା ଜୀବନର ପ୍ରତ୍ୟେକ ଦିନକୁ ଉପଭୋଗ କରିବା ଉଚିତ୍, ତୁମ୍ଭେ ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହୁଛ। କିନ୍ତୁ ମନେରଖ, ନିଶ୍ଚିତରେ ତୁମ୍ଭେମାନେ ମରିବ। ମନେରଖ ଯେ ତୁମ୍ଭେମାନେ ଯେତେଦିନ ବଞ୍ଚିଛ ତା’ଠାରୁ ଅଧିକ ମୃତ ହୋଇ ରହିବ ଏବଂ ତୁମ୍ଭେମାନେ ସେହି ସମସ୍ତ ସମୟ ନିରର୍ଥକ।

ଯୁବାବସ୍ଥାରେ ପରମେଶ୍ୱରଙ୍କର ସେବାକର

ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା’ର ବିଗ୍ଭର କରିବେ। 10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂରରେ ରଖ, କାରଣ ବାଲ୍ୟାବସ୍ଥା ଏବଂ ଯୌବନ ଅର୍ଥହୀନ ଅଟେ।

ତୀତସଙ୍କ ପ୍ରତି ପତ୍ର 3

ଜୀବନଯାପନର ଉତ୍ତମ ରୀତି

ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ: ସେମାନେ ସରକାରୀ ଅଧିକାରୀମାନଙ୍କ ଅଧୀନରେ ରୁହନ୍ତୁ, ସେମାନଙ୍କ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ; ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତିରେ ରୁହନ୍ତୁ; ଧୈର୍ଯ୍ୟବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ୱାସୀମାନଙ୍କୁ କୁହ।

ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ। କିନ୍ତୁ ଯେତେବେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବଳେ ସେ ନିଜ କୃପା ଦ୍ୱାରା ଆମ୍ଭକୁ ରକ୍ଷା କଲେ। ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ହେତୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ରଆତ୍ମାଙ୍କ ମାଧ୍ୟମରେ ଆସିଥିଲା। ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ। ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତ ଜୀବନ ପାଇବୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ। ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ।

ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା’ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।

ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ। 10 ଯଦି କିଏ ତର୍କବିତର୍କ କରେ, ତା’ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଗ୍ଭଲୁ ରଖେ, ତା’ହେଲେ ତାହାକୁ ଆଉ ଥରେ ସତର୍କ କର। 11 ଯଦି ତା’ପରେ ମଧ୍ୟ ସେ ପୁନଃ ତର୍କବିତର୍କ କରେ, ତା’ ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସେଭଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।

ମନେ ରଖିବା ପାଇଁ କେତୋଟି କଥା

12 ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି। 13 ଓକିଲ ଜୀନା ଓ ଆପଲ୍ଲ ସେଠାରୁ ଆସୁଛନ୍ତି। ସେମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ୟ ସାହାଯ୍ୟ କର। ତୁମ୍ଭେ ସତର୍କ ହୁଅ ଯେ ସେମାନଙ୍କର କୌଣସି ଅଭାବ ନ ଘଟୁ। 14 ନିଜ ଜୀବନକୁ ସ‌ତ୍‌‌କର୍ମରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ୟକ। ଯେଉଁମାନଙ୍କର ପ୍ରକୃତରେ ଦରକାର, ସେମାନଙ୍କର ମଙ୍ଗଳ କର। ତା’ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

15 ମୋ’ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ୱାସରେ ଆମ୍ଭକୁ ଭଲ ପାଆନ୍ତି, ସେମାନଙ୍କୁ ନମସ୍କାର ଜଣାଇବ।

ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center