Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 22

22 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ’ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।

“ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି, ଅବା ସେ ଯାହା ଦ୍ୱାରା ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଁଏ। ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ। ସୂର୍ଯ୍ୟାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ତାହାର ଅଟେ।

“ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

“ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି। 10 କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ। 11 ମାତ୍ର ଯାଜକର ରୂପାରେ କିଣା ଯାଇଥିବା କ୍ରୀତଦାସ ସେହି ପବିତ୍ର ଖାଦ୍ୟ ଭୋଜନ କରି ପାରିବ। ଆଉ ତା’ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରି ପାରିବେ। 12 ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ। 13 ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।

14 “ଯଦି କେହି ଅଜ୍ଞାତସାରରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତେବେ ସେ ଦ୍ରବ୍ୟର ମୂଲ୍ୟର ଏକ ପଞ୍ଚମାଂଶ ଅଧିକ ମୂଲ୍ୟ ଯାଜକକୁ ପବିତ୍ର ନୈବେଦ୍ୟ ରୂପେ ପରିଶୋଧ କରିବ।

15 “ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ। 16 ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।”

17 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, 18 “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇସ୍ରାଏଲ ବଂଶର ହୁଅନ୍ତୁ କିମ୍ବା ସେମାନଙ୍କ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ନୈବେଦ୍ୟ ଆଣନ୍ତି। 19-20 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ।

21 “ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ। 22 ଅନ୍ଧ, ଖଞ୍ଜ, ଛୋଟା, ଆବୁଆ, ଜାଦୁଆ, କି ରୁ‌‌‌‌ଗ୍‌‌‌‌ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସେମାନଙ୍କୁ ସଦାପ୍ରଭୁଙ୍କୁ ନୈବେଦ୍ୟ ରୂପେ ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ନାହିଁ।

23 “ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ।

24 “ଆଉ ମଧ୍ୟ ଯେଉଁ ପ୍ରାଣୀର କୋଷ ମୋଡ଼ା କି ଛେଗ୍ଭ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳିଦାନ କରିବ ନାହିଁ।

25 “ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ୱରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସେଗୁଡ଼ିକ ଆଘାତପ୍ରାପ୍ତ ହୋଇଥାଇ ପାରନ୍ତି କିମ୍ବା ସେମାନଙ୍କଠାରେ ଖୁଣ ଥାଇପାରେ। ତେଣୁ ସେଗୁଡ଼ିକ ଗ୍ରାହ୍ୟ ହେବ ନାହିଁ।”

26 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ଯେତେବେଳେ କୌଣସି ଗୋରୁ କି ମେଷ କି ଛାଗ ଜନ୍ମ ହୁଅନ୍ତି ସାତ ଦିନ ପର୍ଯ୍ୟନ୍ତ ତା’ର ମା ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଗ୍ରାହ୍ୟ ହେବ। 28 ଗାଈ କିମ୍ବା ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।

29 “ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ। 30 ତୁମ୍ଭେମାନେ ସେହି ଦିନ ସମସ୍ତ ମାଂସ ଭକ୍ଷ୍ୟଣ କରିବ, ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।

31 “ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ। 32 ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା। 33 ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

ଗୀତସଂହିତା 28-29

ଦାଉଦଙ୍କର ଗୀତ।

28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
    ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
    ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
    ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
    ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
    ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
    ମୋ’ ନିବେଦନ ଟିକେ ଶୁଣ।
    ମୋ’ ପ୍ରତି କୃପା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
    ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
    କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
ସଦାପ୍ରଭୁ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
    ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
    ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
    ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
    ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା ହେଉ,
    କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
    ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
    ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
    ସଦାପ୍ରଭୁ ହିଁ ତା’ର ଏକମାତ୍ର ବଳ।

ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
    ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
    ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଉପଦେଶକ 5

ପ୍ରତିଜ୍ଞା କରିବା ସମୟରେ ସାବଧାନତା

ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।

ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ,
    ଏବଂ ଜଣେ ମୂର୍ଖ ବହୁତ କହେ।

ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।

ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ

କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।

ସମ୍ପତ୍ତି ସୁଖ କିଣି ପାରିବ ନାହିଁ

10 ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା’ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।

11 ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା’ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।

12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।

13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା’ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା’ର କିଛି ନ ଥାଏ।

15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। 16 ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” 17 ସେ ବିଷାଦରେ ତା’ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।

ଜୀବନର କର୍ମରୁ ଆନନ୍ଦ କର

18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା’ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା’ର ସବୁକିଛି।

19 ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। 20 ସତ୍ୟରେ, ଜଣେ ବ୍ୟକ୍ତି ତା’ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1

ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ମୁଁ ପ୍ରେରିତ ହୋଇଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ବିଷୟରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ୱର ମୋତେ ପଠାଇଲେ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି।

ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଧନ୍ୟବାଦ ଓ ଆଶ୍ୱାସନା

ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି।

ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି। 10 ସେହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମ୍ଭକୁ ଦେଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠାରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ୟୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦେଖାଇଲେ। ସୁସମାଗ୍ଭର ମାଧ୍ୟମରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦେଖାଇଲେ।

11 ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି। 12 ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ [a] ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।

13 ମୋ’ଠାରୁ ଶୁଣିଥିବା ସ‌‌ତ୍‌‌‌ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।

15 ତୁମ୍ଭେ ଜାଣ ଯେ ଏସିଆ [b] ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। 16 ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। 17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। 18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center