M’Cheyne Bible Reading Plan
ପରମେଶ୍ୱର ଯାଜକମାନଙ୍କୁ ଗ୍ରହଣ କରନ୍ତି
9 ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡକାଇଲେ। 2 ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମେଷଛୁଆ ଓ ହୋମବଳି ନିମନ୍ତେ ଏକ ନିଖୁଣ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର। 3 ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ମେଷ ଶାବକ ନେବେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରି ଏବଂ ମେଷଛୁଆ ନିଶ୍ଚୟ ଏକ ବର୍ଷୀୟ ଓ ନିଖୁଣ ହୋଇଥିବେ। 4 ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’”
5 ତେଣୁ ସମସ୍ତ ଲୋକ ସମାଗମ-ତମ୍ବୁ ନିକଟକୁ ଆସିଲେ ଓ ମୋଶାଙ୍କ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। 6 ତା’ପରେ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।”
7 ତା’ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା’ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।”
8 ତହୁଁ ହାରୋଣ ଯଜ୍ଞବେଦି ନିକଟକୁ ଯାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ। 9 ତା’ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ। 10 ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦଗ୍ଧ କଲେ। 11 ତା’ପରେ ସେ ମାଂସ ଓ ଚର୍ମ ନେଇ ଛାଉଣିର ବାହାରେ ସେଗୁଡ଼ିକୁ ଦଗ୍ଧ କଲେ।
12 ତାହାପରେ ହାରୋଣ ହୋମବଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କଲେ। 13 ତା’ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦଗ୍ଧ କଲେ। 14 ହାରୋଣ ମଧ୍ୟ ହୋମବଳିର ଅନ୍ତ ଓ ଗୋଡ଼ ଧୌତ କଲେ ଓ ସେ ସମସ୍ତ ଯଜ୍ଞବେଦି ଉପରେ ଦଗ୍ଧ କଲେ।
15 ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନେଇ ପ୍ରଥମଟି ପରି ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ। 16 ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋମବଳି ବିଧି ଅନୁସାରେ ଉତ୍ସର୍ଗ କଲେ। 17 ପୁଣି ହାରୋଣ ଭକ୍ଷ୍ୟ ନୈବେଦ୍ୟ ବେଦି ନିକଟକୁ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ଯଜ୍ଞବେଦି ଉପରେ ତାହା ଦଗ୍ଧ କଲେ।
18 ଆଉ ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚିନ କଲେ। 19 ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମେଦ ଓ ମେଷଛୁଆର ମେଦ ମେଦମୟ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ତାଙ୍କ ନିକଟକୁ ଆଣିଲେ। 20 ଏହିସବୁ ମେଦ ସେମାନେ ଗୋରୁ ଓ ମେଷର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବେଦି ଉପରେ ଦଗ୍ଧ କଲେ। 21 ମୋଶାଙ୍କ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳନ କଲେ।
22 ତା’ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ।
23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା। 24 ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ।
10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
2 ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
3 ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
4 ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
6 ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।”
7 ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
8 ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
9 ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”
12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।
13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।
15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।
— 19 —
24 ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ। 2 ସେମାନେ ମନରେ ଦୌରାତ୍ମ୍ୟ କଳ୍ପନା କରନ୍ତି। ସେମାନେ ଅନିଷ୍ଟ କରିବା ପାଇଁ କହନ୍ତି।
— 20 —
3 ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ। 4 ଜ୍ଞାନରେ ତାହାର କୋଠରୀ ସବୁ ବହୁମୂଲ୍ୟ ଓ ମନୋରମ ବସ୍ତ୍ରରେ ପରିପୂର୍ଣ୍ଣ ହୁଏ।
— 21 —
5 ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି। 6 ଯୁଦ୍ଧ କରିବା ପୂର୍ବରୁ ଯତ୍ନରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ଯୁଦ୍ଧରେ ଜୟ କରିବାକୁ ଗ୍ଭହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ୍।
— 22 —
7 ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତେବେଳେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି।
— 23 —
8 ଯେଉଁ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି, ଲୋକମାନେ ସେମାନଙ୍କୁ କୁସନ୍ଧାନୀ ବୋଲି କହିବେ। ଏବଂ ସେମାନେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ। 9 ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ।
— 24 —
10 ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ।
— 25 —
11 ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର। 12 ତୁମ୍ଭେ ଏପରି କୁହ ନାହିଁ, “ଏହା ମୋର କର୍ତ୍ତବ୍ୟ ନୁହେଁ।” ଯେହେତୁ ସଦାପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ’ଣ ସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ଯ୍ୟ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।
— 26 —
13 ହେ ମୋର ପୁତ୍ର, ତୁମ୍ଭେ ମହୁ ଖାଅ। ଯେହେତୁ ତାହା ଭଲ। ତୁମ୍ଭେ ମଧୁ ଗ୍ଭଖି ଖାଅ, ଯେହେତୁ ତାହା ତୁମ୍ଭକୁ ସୁସ୍ୱାଦୁ ଲାଗିବ। 14 ଠିକ୍ ସେହିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତେବେ ତୁମ୍ଭର ଭବିଷ୍ୟତ ରହିବ ଏବଂ ତୁମ୍ଭର ଆଶା କେବେ ଶେଷ ହେବ ନାହିଁ।
— 27 —
15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ। 16 ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି।
— 28 —
17 ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ। 18 ଯଦି ତୁମ୍ଭେ ଏପରି କର, ତାହା ମଧ୍ୟ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମରେ ତୁମ୍ଭମାନଙ୍କ ପ୍ରତି ଖୁସୀ ହେବେ ନାହିଁ। ଏହା ପରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାଯ୍ୟ କରି ପାରନ୍ତି।
— 29 —
19 ମନ୍ଦକର୍ମକାରୀମାନଙ୍କ ସକାଶେ ଚିନ୍ତିତ ହୁଅ ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ। 20 ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ୟତ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
— 30 —
21 ହେ ମୋର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସେହି ଲୋକମାନଙ୍କ ସହିତ ଜଡ଼ିତ ହୁଅ ନାହିଁ। ଯେଉଁମାନେ ସେମାନଙ୍କର ବିପକ୍ଷରେ ଅଛନ୍ତି। 22 କାରଣ ସେମାନଙ୍କର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସେମାନଙ୍କର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।
ଅଧିକ ଜ୍ଞାନର କଥା
23 ଏହିସବୁ ମଧ୍ୟ ଜ୍ଞାନୀମାନଙ୍କର କଥା ଅଟେ;
ବିଗ୍ଭର ସର୍ବଦା ଯଥାର୍ଥ ହେବା ଉଚିତ୍, ଏଥିରେ ପକ୍ଷପାତିତା ହେବା ଉଚିତ୍ ନୁହେଁ। 24 ସେହି ଧାର୍ମିକ ଯିଏ ଏକ ଦୋଷୀ ମନୁଷ୍ୟକୁ କହେ, ‘ତୁମ୍ଭେ ନିରୀହ ଅଟ,’ ଲୋକମାନେ ତାଙ୍କୁ ଅଭିଶାପ ଦେବେ। ଏପରିକି ଅନ୍ୟ ଗୋଷ୍ଠୀୟମାନେ ନିନ୍ଦା କରିବେ। 25 ଯେଉଁମାନେ ନିଜର ଦୋଷକୁ ସାବ୍ୟସ୍ତ କରନ୍ତି, ସେମାନେ ଧନବାନ୍ ହୁଅନ୍ତି। ସେମାନେ ଭଲ ଆଶୀର୍ବାଦ ଲାଭ କରନ୍ତି।
26 ଯିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠରେ ଚୁମ୍ବନ ତୁଲ୍ୟ।
27 ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର। ଆପଣା ନିମନ୍ତେ ସେହି କ୍ଷେତ୍ର ପ୍ରସ୍ତୁତ କର। ଏହା ପରେ ଆପଣା ଗୃହ ନିର୍ମାଣ କର।
28 ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବାସୀର ବିପକ୍ଷରେ ସାକ୍ଷୀ ହୁଅ ନାହିଁ। ମିଥ୍ୟା କୁହ ନାହିଁ।
29 “ସେ ମୋ’ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏପରି କୁହ ନାହିଁ।”
30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧଲୋକର ଦ୍ରାକ୍ଷାକ୍ଷେତ୍ର ଦେଇ ଗଲି। 31 ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି। 32 ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି। 33 ଦିନ ବେଳେ ଗଡ଼ିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦେଇ ତୁମ୍ଭେ ଯଦି ଶୋଇ ରୁହ, 34 ତେବେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ୟକ୍ତି ତୁଲ୍ୟ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହେବ।
3 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। 2 ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ। 3 ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା। 4 ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି। 5 ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା’ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।
6 କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ। 7 ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ଆମ୍ଭେ ସାନ୍ତ୍ୱନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିଲେ ମଧ୍ୟ, ଆମ୍ଭେ ସାନ୍ତ୍ୱନା ଲାଭ କରିଛୁ। 8 ତୁମ୍ଭେମାନେ ପ୍ରଭୁଙ୍କଠାରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତରେ ସଫଳ ହୁଏ। 9 ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ୱରଙ୍କ ଆଗରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସେହି ଅନୁପାତରେ ଆମ୍ଭେ ତାଙ୍କୁ ଧନ୍ୟବାଦ ଦେଇ ପାରିବୁ ନାହିଁ। 10 ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଗ୍ଭଲିଛୁ। ତୁମ୍ଭମାନଙ୍କର ବିଶ୍ୱାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ୱାସରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦେବା ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।
11 ଆମ୍ଭର ପରମେଶ୍ୱର, ପରମପିତା ଓ ଆମ୍ଭର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ। 12 ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। 13 ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।
2010 by World Bible Translation Center