Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 4

ଯୀଶୁଙ୍କୁ ପରୀକ୍ଷା

(ମାର୍କ 1:12-13; ଲୂକ 4:1-13)

ତା'ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି,

‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ,
    କିନ୍ତୁ ତା'ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’”(A)

ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ।
    ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ।
ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”(B)

ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’”(C)

ତା'ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା। ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”

10 ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ।
    ତାହାଙ୍କରହିଁ ସେବା କର!(D)

11 ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା'ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ

(ମାର୍କ 1:14-15; ଲୂକ 4:14-15)

12 ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ। 13 ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। 14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।

15 “ସବୂଲୂନ ଓ ନପ୍ତାଲି ପ୍ରଦେଶ,
    ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ
    ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
16 ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ,
    ସେମାନେ ଏକ ମହାନ ଜ୍ୟୋତି ଦେଖିଲେ।
କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ,
    ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।”(E)

17 ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ

(ମାର୍କ 1:16-20; ଲୂକ 5:1-11)

18 ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। 19 ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” 20 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।

21 ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। 22 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ

(ଲୂକ 6:17-19)

23 ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। 24 ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 25 ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

ଲୂକ ଲିଖିତ ସୁସମାଗ୍ଭର 4-5

ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା

(ମାଥିଉ 4:1-11; ମାର୍କ 1:12-13)

ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା।

ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।”

ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:

‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’”(A)

ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା। ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି। ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।”

ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ
    ଓ ତାହାଙ୍କର ଉପାସନା କରିବ।’”(B)

ତା'ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” 10 ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ
    ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’(C)

11 ଏହା ମଧ୍ୟ ଲେଖାଅଛି:

‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ,
    ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”(D)

12 ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’”(E)

13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

ଲୋକମାନଙ୍କୁ ଯୀଶୁଙ୍କ ଉପଦେଶ

(ମାଥିଉ 4:12-17; ମାର୍କ 1:14-15)

14 ପବିତ୍ରଆତ୍ମାଙ୍କ ଦ୍ୱାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫେରିଗଲେ। ଗାଲିଲୀର ଗ୍ଭରିଆଡ଼େ ଯୀଶୁଙ୍କ ବିଷୟରେ ଖବର ବ୍ୟାପିଗଲା। 15 ଯୀଶୁ ସେମାନଙ୍କର ସମାଜଗୃହମାନଙ୍କରେ ଉପଦେଶ ଦେବା ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।

ଯୀଶୁ ତାଙ୍କର ନିଜ ସହରକୁ ଗଲେ

(ମାଥିଉ 13:53-58; ମାର୍କ 6:1-6)

16 ତା'ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ। 17 ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:

18 “ପ୍ରଭୁଙ୍କ ଆତ୍ମା ମୋ'ଠାରେ ଅଛି।
    ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି।
ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି,
    ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି
ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ
19     ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।”(F)

20 ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା'ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା। 21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।”

22 ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”

23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।” 24 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟ‌ଦ୍‌ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ।

25 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ। 26 କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।

27 “ଆହୁରି ମଧ୍ୟ ଭବିଷ୍ୟ‌ଦ୍‌ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମା‌ନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।”

28 ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। 29 ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ। 30 କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ।

ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ

(ମାର୍କ 1:21-28)

31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। 32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।

33 ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, 34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” 35 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।

36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” 37 ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।

ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ

(ମାଥିଉ 8:14-17; ମାର୍କ 1:29-34)

38 ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। 39 ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ

40 ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। 41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।

ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା

(ମାର୍କ 1:35-39)

42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ। 43 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”

44 ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।

ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ

(ମାଥିଉ 4:18-22; ମାର୍କ 1:16-20)

ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ[a]ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା'ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।

ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”

ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।

8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” 10 ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ।

ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”

11 ତା'ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ।

ଯୀଶୁ ଗୋଟିଏ କୁଷ୍ଠ ରୋଗୀକୁ ସୁସ୍ଥ କଲେ

(ମାଥିଉ 8:1-4; ମାର୍କ 1:40-45)

12 ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”

13 ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତ‌ତ୍‌କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା। 14 ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”

15 କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ। 16 କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ।

ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ

(ମାଥିଉ 9:1-8; ମାର୍କ 2:1-12)

17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। 18 ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ। 19 କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। 20 ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, “ବନ୍ଧୁ! ତୁମ୍ଭର ପାପକ୍ଷମା କରି ଦିଆଗଲା।”

21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”

22 କିନ୍ତୁ ଯୀଶୁ ଜାଣପାରିଲେ ଯେ ସେମାନେ କ’ଣ ଭାବୁଛନ୍ତି। ସେ କହିଲେ, “ତୁମ୍ଭେମାନେ ମନ ଭିତରେ ଏଭଳି ବିଗ୍ଭର କାହିଁକି ଆଣୁଛ? 23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ 24 ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ, ମନୁଷ୍ୟପୁତ୍ରଙ୍କର ପାପକ୍ଷମା କରିବାର ଶକ୍ତି ଅଛି।” ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।”

25 ସେ ତ‌ତ୍‌କ୍ଷଣାତ୍ ସେମାନଙ୍କ ସାମନାରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶୋଇଥିଲା, ତାହା ଧରି ପରମେଶ୍ୱରଙ୍କ ସ୍ତୁତିଗାନ କରି ନିଜ ଘରକୁ ଗ୍ଭଲିଗଲା। 26 ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କ ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, “ଆଜି ଆମ୍ଭେମାନେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।”

ଲେବୀ ଯୀଶୁଙ୍କୁ ଅନୁସରଣ କଲେ

(ମାଥିଉ 9:9-13; ମାର୍କ 2:13-17)

27 ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!” 28 ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ।

29 ଲେବୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘରେ ଗୋଟିଏ ବଡ଼ ଭୋଜି ଦେଲେ। ଅନେକ କରଆଦାୟକାରୀ ଓ ଅନ୍ୟ କେତେକ ଲୋକ ମଧ୍ୟ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ। 30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”

31 ଯୀଶୁ ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ରହିଛି। 32 ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”

ଉପବାସ ସମନ୍ଧରେ ଯୀଶୁଙ୍କ ଉତ୍ତର

(ମାଥିଉ 9:14-17; ମାର୍କ 2:18-22)

33 ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।”

34 ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ? 35 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।”

36 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା'ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ। 37 କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ। 38 ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି। 39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।”

ଯୋହନ ଲିଖିତ ସୁସମାଗ୍ଭର 1:15-51

15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହୁଥିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ ଠାରୁ ବହୁତ ଶ୍ରେଷ୍ଠ, କାରଣ ମୁଁ ଜନ୍ମ ହେବା ପୂର୍ବରୁ ସେ ବାସ କରୁଥିଲେ।’”

16 ବାକ୍ୟ (ଖ୍ରୀଷ୍ଟ) ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ଆଶୀର୍ବାଦ ଉପରେ ଆଶୀର୍ବାଦ ପାଇଅଛୁ।[a] 17 ମୋଶାଙ୍କ ଦ୍ୱାରା ଆମ୍ଭମାନଙ୍କୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର।[b] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।”[c] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।[d]

ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି

(ମାଥିଉ 3:1-12; ମାର୍କ 1:1-8; ଲୂକ 3:1-9,15-17)

19 “ଆପଣ କିଏ?” ଏହା ଯୋହନଙ୍କୁ ପଗ୍ଭରିବା ପାଇଁ ଯିରୁଶାଲମରୁ ଯିହୂଦୀ ନେତାମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେ ସେମାନଙ୍କୁ ସତ କଥା କହିଲେ। 20 ଯୋହନ ବିନା ଦ୍ବିଧାରେ କହିଲେ। ଯୋହନ ମୁକ୍ତ ଓ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”

21 ସେଥିରେ ସେମାନେ ଯୋହନଙ୍କୁ ପଗ୍ଭରିଲେ, “ତାହାହେଲେ ଆପଣ କିଏ? ଆପଣ କ'ଣ ଏଲିୟ?”[e]

ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”

ପୁଣି ସେମାନେ ପଗ୍ଭରିଲେ, “ଆପଣ କ'ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?”[f]

ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”

22 ସେଥିରେ ସେମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କୁହନ୍ତି, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅନ୍ତୁ। ଆପଣ ନିଜ ବିଷୟରେ କ'ଣ କହୁଛନ୍ତି?”

23 ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାକ୍ୟକୁ ବ୍ୟବହାର କରି କହିଲେ:

“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
    ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(A)

24 ଫାରୂଶୀମାନେ ଯୋହନଙ୍କୁ ପଚାରିବା ପାଇଁ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ଆପଣ କହୁଛନ୍ତି ଯେ ଆପଣ ଖ୍ରୀଷ୍ଟ ନୁହଁନ୍ତି। ଆପଣ କହୁଛନ୍ତି ଯେ ଆପଣ ଏଲୀୟ ନୁହଁନ୍ତି କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁନ୍ତି, ତେବେ ଆପଣ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ[g] ଦେଉଛନ୍ତି?”

26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେବା ପାଇଁ ଅଧିକାର ପାଇଅଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ଦାସ ଭାବେ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ।”

28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଥିବା ବେଥାନୀଆ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।

ଯୀଶୁ, ପରମେଶ୍ୱରଙ୍କ ମେଷଶାବକ

29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସୁଥିବା ଦେଖି କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ଯେ ଜଗତର ପାପ ବହିନେଇଯାଆନ୍ତି। 30 ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ'ଠାରୁ ଶ୍ରେଷ୍ଠ। କାରଣ ମୁଁ ଜନ୍ମ ହେବା ପୂର୍ବରୁ ସେ ବାସ କରୁଥିଲେ।’ 31 ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଲୋକମାନେ ଯେପରି ଜାଣି ପାରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ[h] ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”

32-33 ତା'ପରେ ଯୋହନ ସାକ୍ଷ୍ୟ ଦେଇ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠାଇଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେ ସେହି ବ୍ୟକ୍ତି ଯିଏ ଲୋକମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। 34 ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”

ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ

35 ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ଆଉ ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। 36 ସେତେବେଳେ ଯୋହନ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ।”

37 ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ ଏହି କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ପଛେ ପଛେ ଗଲେ। 38 ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ପଛେ ପଛେ ଆସୁଅଛନ୍ତି। ତେଣୁ ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ'ଣ ଗ୍ଭହଁ?”

ସେମାନେ ଉତ୍ତର ଦେଲେ, “ରା‌ବ୍‌ବୀ (“ରା‌ବ୍‌ବୀ” ଅର୍ଥାତ୍ “ଗୁରୁ”), ଆପଣ କେଉଁଠାରେ ରହୁଛନ୍ତି?”

39 ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ଆଉ ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ ଏବଂ ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା[i] ହୋଇଥିଲା।

40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ପଛେ ପଛେ ଯାଇଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। 41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)

42 ତା'ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା ନାମରେ ଡକା ଯିବ।” (“କେଫା” ଅର୍ଥାତ୍ “ପିତର”)

43 ତା'ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, “ମୋର ଅନୁଗମନ କର।” 44 ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। 45 ଫିଲିପ୍ପ ନିଥନିୟେଲଙ୍କର ଦେଖା ପାଇ ତାଙ୍କୁ କହିଲେ, “ମୋଶା ବ୍ୟବସ୍ଥାରେ ଯାହାଙ୍କ ବିଷୟରେ ଲେଖିଥିଲେ ଏବଂ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ଯାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ। ତାହାଙ୍କ ନାମ ଯୀଶୁ, ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”

46 ନିଥନିୟେଲ ଫିଲିପ୍ପଙ୍କୁ ପଚାରିଲେ, “ନାଜରିତ! ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”

ଫିଲିପ୍ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”

47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ଏ ଜଣେ ପ୍ରକୃତ ଇସ୍ରାଏଲୀୟ ଲୋକ, ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”

48 ନିଥନିୟେଲ ଯୀଶୁଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”

ଯୀଶୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”

49 ତା'ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”

50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ରେଷ୍ଠତର ବିଷୟମାନ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ[j] ମନୁଷ୍ୟପୁତ୍ରଙ୍କ[k] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center