Add parallel Print Page Options

15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କ କଥାକୁ ପାଳନ କରିବ। 16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’

17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟ‌ଦ୍‌ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। 19 ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’

Read full chapter