Add parallel Print Page Options

ଯୀଶୁ ନିଜ ଜାଗାକୁ ଫେରି ଆସିଲେ

(ମାର୍କ 6:1-6; ଲୂକ 4:16-30)

53 ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। 54 ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? 55 ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। 56 ତା'ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” 57 ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ।

ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।” 58 ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।

Read full chapter