ଲୂକ ଲିଖିତ ସୁସମାଗ୍ଭର 4:16-30
Odia Holy Bible: Easy-to-Read Version
ଯୀଶୁ ତାଙ୍କର ନିଜ ସହରକୁ ଗଲେ
(ମାଥିଉ 13:53-58; ମାର୍କ 6:1-6)
16 ତା'ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:
18 “ପ୍ରଭୁଙ୍କ ଆତ୍ମା ମୋ'ଠାରେ ଅଛି।
ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି।
ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି,
ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି
ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ
19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।”(A)
20 ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା'ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା। 21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।”
22 ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।” 24 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟଦ୍ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ।
25 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ। 26 କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
27 “ଆହୁରି ମଧ୍ୟ ଭବିଷ୍ୟଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।”
28 ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। 29 ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ। 30 କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ।
Read full chapter2010 by Bible League International