Beginning
କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା
(ମାଥିଉ 13:1-9; ଲୂକ 8:4-8)
4 ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। 2 ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,
3 “ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” 4 ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। 6 କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। 7 କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। 8 କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
9 ତା'ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।”
ଯୀଶୁ କାହିଁକି ଦୃଷ୍ଟାନ୍ତ ପ୍ରୟୋଗ କରନ୍ତି
(ମାଥିଉ 13:10-17; ଲୂକ 8:9-10)
10 ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ।
11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି। 12 ମୁଁ ଏପରି କରେ କାରଣ:
‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ।
ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ।
ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ,
ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’”(A)
ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ
(ମାଥିଉ 13:18-23; ଲୂକ 8:11-15)
13 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” 14 ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। 15 ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।
16 “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। 17 କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।
18 “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। 19 କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ।
20 “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା'ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।”
ଯାହା ତୁମ୍ଭ ପାଖରେ ଅଛି ତାହାର ବିନିଯୋଗ କର
(ଲୂକ 8:16-18)
21 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପରୂଖା ଉପରେ ଦୀପ ରଖ। 22 ତେବେ ଯାହାକିଛି ଲୁଚି ରହିଛି, ତାହା ସ୍ପଷ୍ଟ ହୋଇଯିବ। ଯାହାକିଛି ରହସ୍ୟ ହୋଇ ରହିଛି, ତାହା ପ୍ରକାଶ ପାଇବ। 23 ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ। 24 “ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ। 25 ଯାହା ପାଖରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆଯିବ। କିନ୍ତୁ ଯାହା ପାଖରେ ଖୁବ୍ କମ୍ ଅଛି, ତାହା ମଧ୍ୟ ସେ ହରେଇ ବସିବ।”
ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ
26 ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। 27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। 28 କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା'ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, 29 ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି
(ମାଥିଉ 13:31-32,34-35; ଲୂକ 13:18-19)
30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା'ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”
33 ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। 34 ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।
ଯୀଶୁ ଝଡ଼ ବନ୍ଦ କରିଦେଲେ
(ମାଥିଉ 8:23-27; ଲୂକ 8:22-25)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା'ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା'ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
ଯୀଶୁ ଜଣେ ଲୋକକୁ ଦୁଷ୍ଟାତ୍ମା କବଳରୁ ମୁକ୍ତକଲେ
(ମାଥିଉ 8:28-34; ଲୂକ 8:26-39)
5 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱର ଗରାଶୀୟମାନଙ୍କ ଦେଶରେ ପହଞ୍ଚିଲେ। 2 ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। 3 ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ। 4 କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ। 5 ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା।
6 ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗରେ ପଡ଼ିଗଲା। 7-8 ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ'ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।”
9 ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?”
ଲୋକଟି କହିଲା, “ମୋ’ ନାମ ଲିଜନ[a] ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” 10 ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ।
11 ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା। 12 ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।” 13 ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ।
14 ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ। 15 ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ[b] ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ। 16 ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା[c] ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ। 17 ତା'ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡ଼ି ଗ୍ଭଲିଯିବାକୁ ଅନୁରୋଧ କଲେ।
18 ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା। 19 କିନ୍ତୁ ଯୀଶୁ ତାହାକୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, “ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସେମାନଙ୍କୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।”
20 ତେଣୁ ସେ ଗ୍ଭଲିଗଲା ଓ ଦେକାପଲି[d] ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ, ଯୀଶୁ କିପରି ତା’ ପାଇଁ କେତେ ବଡ଼ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ
(ମାଥିଉ 9:18-26; ଲୂକ 8:40-56)
21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା'ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”
24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।
25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା'ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା'ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।
27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା'ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”
31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”
32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,
“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”
35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ) ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”
36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”
37 ତା'ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।
କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା'ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା'ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।
2010 by World Bible Translation Center