Font Size
Readings for Celebrating Advent
Scripture passages that focus on the meaning of Advent and Christmas.
Duration: 35 days
Odia Holy Bible: Easy-to-Read Version (ERV-OR)
ଆଦିପୁସ୍ତକ 46:2-5
2 ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।”
ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।”
3 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର। ମିଶରକୁ ଯିବାକୁ ଭୟ କର ନାହିଁ। ମିଶରରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। 4 ଆମ୍ଭେ ତୁମ୍ଭ ସହିତ ମିଶରକୁ ଯିବି। ଏବଂ ଆମ୍ଭେ ତୁମ୍ଭକୁ ପୁନରାୟ ମିଶରରୁ ଆଣିବା। ତୁମ୍ଭେ ମିଶରରେ ଦେହ ତ୍ୟାଗ କରିବ। ତୁମ୍ଭେ ଦେହ ତ୍ୟାଗ କରିବା ସମୟରେ ଯୋଷେଫ ତୁମ୍ଭ ପାଖରେ ଥିବ।”
ଇସ୍ରାଏଲ ମିଶରକୁ ଗଲେ
5 ଏହା ପରେ ଯାକୁବ ବେର୍ଶେବା ଛାଡ଼ି ମିଶରକୁ ଯାତ୍ରା କଲେ। ଇସ୍ରାଏଲଙ୍କ ପୁତ୍ରମାନେ, ତାଙ୍କ ପିତା ଯାକୁବ, ତାଙ୍କ ପିଲାମାନେ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ୱାରା ପ୍ରେରିତ ଶକଟରେ ଆସିଲେ।
Odia Holy Bible: Easy-to-Read Version (ERV-OR)
2010 by World Bible Translation Center