Print Page Options
Previous Prev Day Next DayNext

Readings for Celebrating Advent

Scripture passages that focus on the meaning of Advent and Christmas.
Duration: 35 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 1:1-18

ଯୀଶୁ, ପରମେଶ୍ୱରଙ୍କର ସଦାକାଳସ୍ଥାୟୀ ବାକ୍ୟ

ଜଗତ ସୃଷ୍ଟିର ପୂର୍ବରୁ ବାକ୍ୟ[a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ[b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ସଂସାରର ସମସ୍ତ ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ[c] ଅନ୍ଧକାରରେ ଆଲୋକିତ ହୁଏ, ଆଉ ଅନ୍ଧକାର ଆଲୋକକୁ ପରାଜିତ[d] କରି ପାରି ନାହିଁ।

ଯୋହନ[e] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ଯେପରି ସମସ୍ତଲୋକ ଆଲୋକ ବିଷୟରେ ଶୁଣିପାରିବେ ଓ ବିଶ୍ୱାସ କରିବେ, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ ସାକ୍ଷୀ ହୋଇ କହିବା ପାଇଁ ଆସିଥିଲେ। ଏହି ସତ୍ୟ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି ଏବଂ ଏହି ସତ୍ୟ ଆଲୋକ ଜଗତକୁ ଆସୁଥିଲେ।

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଗ୍ରହଣ କରି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 କିନ୍ତୁ ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଏବଂ ତାହାଙ୍କ ଠାରେ ବିଶ୍ୱାସ କଲେ, ସେସମସ୍ତଙ୍କୁ ସେ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। 13 ହଁ, ସେମାନେ ପରମେଶ୍ୱରଙ୍କ ସନ୍ତାନ ହେଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଶାରୀରିକ ଭାବେ ଜନ୍ମ ହେଲେ ନାହିଁ କିମ୍ବା ପିତା-ମାତାଙ୍କର ଇଚ୍ଛା ଏବଂ ଯୋଜନା ଅନୁସାରେ ଜନ୍ମ ଗ୍ରହଣ କରି ନ ଥିଲେ, କିନ୍ତୁ ପରମେଶ୍ୱରଙ୍କ ନିଜେ ସେମାନଙ୍କୁ ଆପଣା ସନ୍ତାନ କଲେ।

14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ ପୁଣି ସେହି ବାକ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହୁଥିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ ଠାରୁ ବହୁତ ଶ୍ରେଷ୍ଠ, କାରଣ ମୁଁ ଜନ୍ମ ହେବା ପୂର୍ବରୁ ସେ ବାସ କରୁଥିଲେ।’”

16 ବାକ୍ୟ (ଖ୍ରୀଷ୍ଟ) ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ଆଶୀର୍ବାଦ ଉପରେ ଆଶୀର୍ବାଦ ପାଇଅଛୁ।[f] 17 ମୋଶାଙ୍କ ଦ୍ୱାରା ଆମ୍ଭମାନଙ୍କୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର।[g] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।”[h] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।[i]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center