Print Page Options
Previous Prev Day Next DayNext

Readings for Celebrating Advent

Scripture passages that focus on the meaning of Advent and Christmas.
Duration: 35 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 100

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:20-22

20 ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।

21 “ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ। 22 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center