Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37:12-22

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
    ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
    ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
    ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
    ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
    ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
    କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
    କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 11:14-21

ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ

14 ତା’ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା’ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”

16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। 17 ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।

18 ତା’ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। 19 ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। 20 “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’”

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:10-20

ଫିଲି‌ପ୍‌ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ଧନ୍ୟବାଦ

10 ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ। 11 ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। 12 ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ। 13 ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।

14 କିନ୍ତୁ ମୋର ସାହାଯ୍ୟ ଦରକାର ଥିଲାବେଳେ, ତୁମ୍ଭେମାନେ ମୋତେ ସାହାଯ୍ୟ କରି ଭଲ କରିଛ। 15 ମୁଁ ଯେତେବେଳେ ସେଠାରେ ସୁସମାଗ୍ଭର ପ୍ରଗ୍ଭର ଆରମ୍ଭ କଲି, ସେତେବେଳେ ତୁମ୍ଭେ ଫିଲି‌ପ୍‌ପୀବାସୀ, ତାହା ମନେ ରଖିଛ। ମୁଁ ଯେତେବେଳେ ମାକିଦନିଆ ଛାଡ଼ିଲି, ସେତେବେଳେ କେବଳ ତୁମ୍ଭର ମଣ୍ଡଳୀ ମୋତେ ସାହାଯ୍ୟ ଦେଇଥିଲା। 16 ଥେସଲନୀକୀ ନଗରରେ ଥିଲାବେଳେ ତୁମ୍ଭେମାନେ ଅନେକ ଥର ମୋର ଆବଶ୍ୟକତା ପୂରଣ କରିବାକୁ ଜିନିଷମାନ ପଠାଇଛ। 17 ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ। 18 ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି। 19 ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ। 20 ଆମ୍ଭର ପରମେଶ୍ୱରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!

Odia Holy Bible: Easy-to-Read Version (ERV-OR)

2010 by World Bible Translation Center