Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 18:1-6

ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।

18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
    ମୁଁ ତୁମ୍ଭକୁ ଭଲ ପାଏ।”

ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
    ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
    ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
    ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।

ସେମାନେ ମୋତେ ପରିହାସ କଲେ,
    କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
    ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
    ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
କବରର ରଶି ମୋର ଗ୍ଭରିଆଡ଼େ ଥିଲା,
    ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
    ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
    ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।

ଗୀତସଂହିତା 18:43-50

43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ସେହିସବୁ ରାଜ୍ୟର ନେତା କର।
    ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
    ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
    ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।

46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
    ମୁଁ ସେହି ଶୈଳକୁ ପ୍ରଶଂସା କରେ।
    ପରମେଶ୍ୱର ମୋତେ ରକ୍ଷା କରନ୍ତି।
    ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
    ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।

ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
    ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
    ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।

50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
    ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
    ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 23:14-18

ଶାଉଲ ଦାଉଦଙ୍କର ପିଛା କଲେ

14 ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ।

15 ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ। 16 ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ପାଖକୁ ଗଲେ। ତାଙ୍କୁ ପରମେଶ୍ୱରଙ୍କଠାରେ ଏକ ଦୃଢ଼ ବିଶ୍ୱାସ କରିବାରେ ସାହାଯ୍ୟ କଲେ। 17 ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।”

18 ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:16-24

ତୀତସ ଓ ତାଙ୍କର ସଙ୍ଗୀମାନେ

16 ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି। 17 ଆମ୍ଭର ଅନୁରୋଧକୁ ତୀତସ ଗ୍ରହଣ କରିଛନ୍ତି। ସେ ମଧ୍ୟ ତୁମ୍ଭମାନଙ୍କ ପାଖକୁ ଯିବାକୁ ବ୍ୟଗ୍ର ଥିଲେ, ଓ ସ୍ୱଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ନିମନ୍ତେ ଏଠାରୁ ଯାଉଛନ୍ତି। 18 ତାଙ୍କ ସହିତ ଆମ୍ଭେ ସମସ୍ତ ମଣ୍ଡଳୀଗୁଡ଼ିକରେ ସୁସମାଗ୍ଭର ପ୍ରଗ୍ଭର କାର୍ଯ୍ୟରେ ସୁନାମ ଥିବା ଜଣେ ଭାଇଙ୍କୁ ମଧ୍ୟ ପଠାଉଛୁ। 19 ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।

20 ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା’ ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟରେ ଆମ୍ଭେ ସାବଧାନ ଅଛୁ। 21 ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।

22 ସେମାନଙ୍କ ସହିତ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଆଉ ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନେକ ଘଟଣାରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନରେ ଅସୀମ ବିଶ୍ୱାସ ଥିବାରୁ, ସେ ଅଧିକ ସାହାଯ୍ୟ କରିବା ପାଇଁ ଉତ୍ସାହିତ ଅଛନ୍ତି।

23 ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ। 24 ତୁମ୍ଭମାନଙ୍କ ଭିତରେ ଯେ ପ୍ରକୃତରେ ପ୍ରେମ ଅଛି ଏହା ଦେଖାଅ ଓ ତୁମ୍ଭମାନଙ୍କ ପାଇଁ ଆମ୍ଭେ କାହିଁକି ଏତେ ଗର୍ବ ଅନୁଭବ କରୁ, ତାହା ସେମାନଙ୍କୁ ପ୍ରମାଣ କରି ଦେଖାଅ। ତା’ହେଲେ ସମଗ୍ର ମଣ୍ଡଳୀ ଏହା ଦେଖି ପାରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center