Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 126

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ନିହିମିୟାଙ୍କର ପୁସ୍ତକ 9:1-8

ଇସ୍ରାଏଲୀୟମାନେ ସେମାନଙ୍କର ପାପ ସ୍ୱୀକାର କଲେ

ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ। ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଇସ୍ରାଏଲୀୟ ବଂଶ ସେମାନେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇସ୍ରାଏଲୀୟମାନେ ମନ୍ଦିରରେ ଠିଆ ହୋଇ ନିଜର ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପୂର୍ବପୁରୁଷଗଣ କରିଥିବା ପାପ ସ୍ୱୀକାର କଲେ। ସେମାନେ ସେଠାରେ ପ୍ରାୟ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ପାଠ କଲେ। ଏହା ପରେ ସେମାନେ ସେଠାରେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ପାପ ସ୍ୱୀକାର କଲେ ଓ ନତମସ୍ତକ ହୋଇ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ଉପାସନା କଲେ।

ଏହା ପରେ, ଯେଶୂୟ, ବାନି, କ‌‌‌‌‌ଦ୍‌‌‌‌‌ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ। ଏହା ପରେ ଲେବୀୟମାନେ: ଯେଶୂୟ, କ‍ଦ୍‍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର।

“ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ
    ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
ତୁମ୍ଭେ ହିଁ ପରମେଶ୍ୱର ଅଟ।
    ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ।
ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ।
    ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଅଛ।
ତୁମ୍ଭେ ପୃଥିବୀ ଓ
    ତହିଁରେ ସକଳର ସୃଷ୍ଟିକର୍ତ୍ତା।
ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା
    ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା।
ତୁମ୍ଭେ ପ୍ରତ୍ୟେକର ଜୀବନଦାତା।
    ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ।
    ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ।
ବାବିଲୋନିୟାର ଊର୍ ଦେଶରୁ
    ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ।
ତୁମ୍ଭେ ତା'ଠାରେ ତା'ର ଅନ୍ତକରଣ ବିଶ୍ୱସ୍ତ ଦେଖିଲ,
    ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ।
କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି
    ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ।
ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ।
    କାରଣ ତୁମ୍ଭେ ଧର୍ମମୟ ଅଟ।

ଲୂକ ଲିଖିତ ସୁସମାଗ୍ଭର 6:12-19

ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ

(ମାଥିଉ 10:1-4; ମାର୍କ 3:13-19)

12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। 13 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।

14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ।

ଶିମୋନଙ୍କ ଭାଇ ଆନ୍ଦ୍ରିୟ,

ଯାକୁବ ଓ

ଯୋହନ,

ଫିଲି‌ପ୍‌ପ ଓ

ବାର୍ଥଲମି,

15 ମାଥିଉ,

ଥୋମା,

ଆଲଫିଙ୍କ ପୁତ୍ର ଯାକୁବ,

ଶିମୋନ ଯାହାଙ୍କୁ ଉ‌ଦ୍‌ଯୋଗୀ ବୋଲି କୁହନ୍ତି।

16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।

ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ

(ମାଥିଉ 4:23-25; 5:1-12)

17 ତା'ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center