Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 116:1-2

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।

ଗୀତସଂହିତା 116:12-19

12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
    ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
    ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
    ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
    ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
    ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
    ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
    ମନ୍ଦିରକୁ ଯିବି।

ସଦାପ୍ରଭୁଙ୍କର ପ୍ରଶଂସା କର!

ଆଦିପୁସ୍ତକ 24:1-9

ଇ‌ସ୍‌ହାକଙ୍କ ପାଇଁ ଏକ ସ୍ତ୍ରୀ

24 ଅବ୍ରହାମ ବାର୍ଦ୍ଧକ୍ୟ ଅବସ୍ଥାରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତିରେ ଆଶାର୍ବାଦ କରିଥିଲେ। ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର। ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି। ମୋର ଜନ୍ମସ୍ଥାନକୁ ଯାଅ ଇ‌ସ୍‌ହାକ ପାଇଁ ଏକ ପତ୍ନୀ ଧରି ଆସ।”

ଦାସ ତାଙ୍କୁ କହିଲେ, “ଏହା ସମ୍ଭବ ହୋଇପାରେ ଯେ, ଯେବେ କୌଣସି କନ୍ୟା ମୋ’ ସହିତ ଏହି ଭୁମିକୁ ଆସି ନ ପାରନ୍ତି, ତେବେ ମୁଁ ତୁମ୍ଭର ପୁତ୍ରକୁ ମୋ’ ସହିତ ତୁମ୍ଭର ଜନ୍ମସ୍ଥାନକୁ ନେବା ଉଚିତ୍ କି?”

ଅବ୍ରହାମ ତାଙ୍କୁ କହିଲେ, “ନା ମୋର ପୁତ୍ରକୁ ସେଠାକୁ ନେବ ନାହିଁ। ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ମୋର ଜନ୍ମ ସ୍ଥାନରୁ ମୋ’ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସେହି ସ୍ଥାନ ମୋର ପରିବାରମାନଙ୍କ ପାଇଁ ମୋର ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହି ଭୂମି ମୋର ପରିବାର ପାଇଁ ହେବ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମୋର ପୁଅ ପାଇଁ ଏକ ସ୍ତ୍ରୀ ଖୋଜି ଆଣିବା ନିମନ୍ତେ। କିନ୍ତୁ ଯଦି ସେହି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତେବେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହେବ। କିନ୍ତୁ ତୁମ୍ଭେ ମୋର ପୁତ୍ରକୁ ସେହି ସ୍ଥାନକୁ ନିଅ ନାହିଁ।”

ତେଣୁ ସେହି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:35-43

35 “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। 36 ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।

37 “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’(A) 38 ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।

39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। 40 ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’(B) 41 ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ। 42 କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି,

‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ,
    ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।
43 ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ
    ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ।
ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ।
    ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’(C)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center