Old/New Testament
ଦାଉଦଙ୍କର ଗୀତ
35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
2 ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
ଜାଗ୍ରତ ହୁଅ, ମୋର ସହାୟ ହୁଅ।
3 ଏକ ବର୍ଚ୍ଛା ଓ କୁନ୍ତ ଧର
ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”
4 କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
ସେମାନଙ୍କୁ ଘଉଡ଼ାଇ ଦିଅ।
ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
5 ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
6 ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
7 ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
8 ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
9 ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।
17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
ସେମାନେ ସିଂହ ତୁଲ୍ୟ ଅଟନ୍ତି।
18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”
28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
25 ତା’ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା’ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3 ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6 ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7 ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
ପାଉଲ ହେରୋଦ ଆଗ୍ରିପ୍ପାଙ୍କ ସାମନାରେ ଉପସ୍ଥିତ ହେଲେ
13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। 14 ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। 15 ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା’ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’
17 “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। 18 ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। 19 ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। 20 ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ 21 କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।”
22 ତା’ପରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।”
ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା’ଠାରୁ ଶୁଣିବେ।”
23 ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା।
24 ତା’ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। 25 କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। 26 କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। 27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”
2010 by World Bible Translation Center