Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 29-30

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 23:1-15

23 ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”

ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”

ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ [a]

ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋ‌ର୍‌‌ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌ତ୍‌ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”

ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”

10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।

11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”

ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର

12 ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। 13 ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ। 14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ। 15 ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center