Old/New Testament
ଇଲୀହୂ ଆଲୋଚନାରେ ଭାଗ ନେଲା
32 ଏହା ପରେ ଆୟୁବର ତିନି ବନ୍ଧୁ ଉତ୍ତର ଦେବାକୁ କ୍ଷାନ୍ତ ହେଲେ। କାରଣ ସେମାନେ ଦେଖିଲେ, ଆୟୁବ ନିଜ ଆଖିରେ ଧାର୍ମିକ ଅଟେ। 2 କିନ୍ତୁ ସେଠାରେ ଜଣେ ଯୁବକ ଇଲୀହୂ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀୟ ନାମକ ଜଣେ ବ୍ୟକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାରଣ ଆୟୁବ ନିଜେ ଠିକ୍ ବୋଲି ଘୋଷଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ୱର ଭୁଲ୍। 3 ଇଲୀହୂ ମଧ୍ୟ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାରଣ ଆୟୁବର ତିନିବନ୍ଧୁ ଆୟୁବର ଯୁକ୍ତିର ଉତ୍ତର ଦେଇପାରିଲେ ନାହିଁ। ତଥାପି ସେମାନେ ଆୟୁବକୁ ଦୋଷ ଦେଲେ। 4 ଇଲୀହୂ ସେଠାରେ ସବୁଠାରୁ ସାନ ଥିଲା। ସେ ମଧ୍ୟ ସବୁ କଥା ଶୁଣିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ତା’ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ। 5 କିନ୍ତୁ ତା’ପରେ ଇଲୀହୂ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା। 6 ତା’ପରେ ଇଲୀହୂ କହିବାକୁ ଆରମ୍ଭ କଲା। ସେ କହିଲା,
“ମୁଁ ଜଣେ ଯୁବକ ମାତ୍ର ଏବଂ ଆପଣମାନେ ବୟସ୍କ ଲୋକ।
ସେଥିପାଇଁ ମୁଁ ଯାହା ଚିନ୍ତା କରୁଛି ତାହା ଆପଣଙ୍କୁ କହିବାକୁ ଭୟ କରୁଛି।
7 ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍।
ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି।
ସେମାନେ ଅନେକ କଥା ଶିଖିଛନ୍ତି।’
8 କିନ୍ତୁ ମଣିଷ ଭିତରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ୱାସ
ଯାହା ସେମାନଙ୍କୁ ସମସ୍ତ ବୁଝାମଣା ଦେଇଥାଏ।
9 ବୟସ୍କ ଲୋକମାନେ କେବଳ ଜ୍ଞାନୀ ନୁହନ୍ତି,
ଏହା ନୁହେଁ ଯେ କେବଳ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।
10 “ତେଣୁ ଦୟାକରି ମୋ’ କଥା ଶୁଣନ୍ତୁ।
ଏବଂ ମୁଁ କ’ଣ ଭାବୁଛି ତାହା କହିବି।
11 ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ଧୈର୍ଯ୍ୟର ସହ ଶୁଣିଲି।
ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।
12 ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହୋଇ ଶୁଣିଲି।
ଆପଣମାନଙ୍କ ମଧ୍ୟରୁ ଜଣେ କେହି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରି ପାରିଲା ନାହିଁ,
କିମ୍ବା ତାଙ୍କର ଯୁକ୍ତିର ଉତ୍ତର ଦେଇପାରିଲ ନାହିଁ।
13 ଆପଣ ତିନି ଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରିଅଛନ୍ତି।
ଆୟୁବର ଯୁକ୍ତିର ଉତ୍ତର ପରମେଶ୍ୱର ନିଶ୍ଚୟ ଦେବା ଉଚିତ୍, ଲୋକମାନେ ନୁହନ୍ତି।
14 ଆୟୁବ ତାଙ୍କ ଯୁକ୍ତି ମୋ’ ଆଗରେ ଉପସ୍ଥାପିତ କରି ନାହାନ୍ତି।
ଆପଣ ତିନି ଜଣ ବ୍ୟବହାର କରିଥିବା ଯୁକ୍ତିକୁ ମୁଁ ବ୍ୟବହାର କରିବି ନାହିଁ।
15 “ଆୟୁବ, ଏହି ଲୋକମାନେ ଯୁକ୍ତିରେ ହାରିଗଲେ।
ସେମାନଙ୍କର ଅଧିକ କିଛି କହିବାର ନାହିଁ।
ସେମାନଙ୍କର କୌଣସି ଅତିରିକ୍ତ ଉତ୍ତର ମଧ୍ୟ ନାହିଁ।
16 ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି
କିନ୍ତୁ ବର୍ତ୍ତମାନ ସେମାନେ ନୀରବ।
ସେମାନେ ତୁମ୍ଭସହ ଯୁକ୍ତି କରିବା ବନ୍ଦ କରି ଦେଇଛନ୍ତି।
17 ସେଥିପାଇଁ ମୁଁ ବର୍ତ୍ତମାନ ମୋର ଉତ୍ତର ଦେବି।
ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।
18 ମୋର ବହୁତ କିଛି କହିବାର ଅଛି ଯେ,
ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି।
19 ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ।
ମୁଁ ଏକ ନୂଆ ମଦ୍ୟ କୁମ୍ଫା ପରି ଯାହା ଫାଟିଯିବା ପାଇଁ ପ୍ରସ୍ତୁତ।
20 ତେଣୁ ମୁଁ ନିଶ୍ଚୟ କହିବି।
ତା’ପରେ ମୁଁ ବିଶ୍ୱାସ ଅନୁଭବ କରିବି।
ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି।
21 ଅନ୍ୟ ବ୍ୟକ୍ତିମାନଙ୍କୁ ମୁଁ ଯେଭଳି ବ୍ୟବହାର କରେ, ଆୟୁବ ସହିତ ମୁଁ ସେଭଳି ବ୍ୟବହାର କରିବି।
ତା’ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ।
ଯାହା ଉଚିତ୍ ତାହା ମୁଁ କହିବି।
22 ଗୋଟିଏ ବ୍ୟକ୍ତିଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ଅଧିକ ଭଲ ବ୍ୟବହାର କରି ପାରିବି ନାହିଁ।
ଯଦି ମୁଁ କରେ ପରମେଶ୍ୱର ମୋତେ ଦଣ୍ଡ ଦେବେ।
33 “ଆୟୁବ ବର୍ତ୍ତମାନ ମୋର କଥା ଶୁଣ।
ଯେଉଁ ବିଷୟ ମୁଁ କହୁଛି, ତାହା ସାବଧାନ ହୋଇ ଶୁଣ।
2 ମୁଁ କହିବା ପାଇଁ ପ୍ରସ୍ତୁତ।
3 ମୋର ହୃଦୟ ନିର୍ମଳ, ସେଥିପାଇଁ ମୁଁ ସତ୍ବାକ୍ୟ ହିଁ କହିବି।
ମୁଁ ଜାଣିଥିବା ବିଷୟରେ ସତ୍ୟହିଁ କେବଳ କହିବି।
4 ପରମେଶ୍ୱରଙ୍କ ଆତ୍ମା ମୋତେ ତିଆରି କରିଛି।
ସର୍ବଶକ୍ତିମାନଙ୍କର ନିଶ୍ୱାସ ମୋତେ ଜୀବନ ଦେଇଛି।
5 ଆୟୁବ ମୋ’ କଥା ଶୁଣ, ଯଦି ତୁମ୍ଭେ ପାର ମୋତେ ଉତ୍ତର ଦିଅ।
ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳରେ ତୁମ୍ଭେ ମୋ’ ସହିତ ଯୁକ୍ତି କରି ପାରିବ।
6 ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଏବଂ ମୁଁ ସମାନ।
ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ୱର ମାଟି ହିଁ ବ୍ୟବହାର କରିଛନ୍ତି।
7 ଆୟୁବ ମୋତେ ଭୟ କର ନାହିଁ।
ମୁଁ ତୁମ୍ଭ ପ୍ରତି କଠୋର ହେବି ନାହିଁ।
8 “କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।
9 ତୁମ୍ଭେ କହିଲ, ‘ମୁଁ ପବିତ୍ର, ମୁଁ ନିରୀହ,
ମୁଁ କିଛି ଭୁଲ୍ କରି ନାହିଁ, ମୁଁ ଦୋଷୀ ନୁହେଁ।
10 ମୁଁ କିଛି ଭୁଲ୍ କରି ନାହିଁ ଅଥଚ ପରମେଶ୍ୱର ମୋ’ ବିପକ୍ଷରେ।
ପରମେଶ୍ୱର ମୋତେ ଶତ୍ରୁଭଳି ବ୍ୟବହାର କରନ୍ତି।
11 ପରମେଶ୍ୱର ମୋର ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି।
ମୁଁ ଯାହା କରେ ପରମେଶ୍ୱର ତାହା ଲକ୍ଷ୍ୟ କରନ୍ତି।’
12 “କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ।
ପରମେଶ୍ୱର ଯେକୌଣସି ମଣିଷ ଅପେକ୍ଷା ବଡ଼।
13 ତୁମ୍ଭେ ପରମେଶ୍ୱରଙ୍କ ସହିତ କାହିଁକି ଯୁକ୍ତି କରୁଛ।
ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ତୁମ୍ଭେ ଭାବୁଛ ପରମେଶ୍ୱର ସବୁକଥା ତୁମ୍ଭକୁ ବୁଝାଇ କହିବେ?
14 କିନ୍ତୁ ହୁଏତ ପରମେଶ୍ୱର ଏପରି ଭାବରେ କହନ୍ତି ଯେ
ମନୁଷ୍ୟମାନେ ବୁଝିପାରନ୍ତି ନାହିଁ।
15 ପରମେଶ୍ୱର ହୁଏତ ଲୋକଙ୍କୁ ସ୍ୱପ୍ନରେ କହନ୍ତି କିମ୍ବା ରାତିରେ ଦର୍ଶନ ଦେଇ କହନ୍ତି
ଯେତେବେଳେ ସେମାନେ ଗଭୀର ନିଦ୍ରା ଯାଇଥା’ନ୍ତି।
16 ତା’ପରେ ସେ ମନୁଷ୍ୟମାନଙ୍କର କାନ ଖୋଲି ଦିଅନ୍ତି
ଏବଂ ସେମାନଙ୍କୁ ଭୟଭୀତ କରାନ୍ତି ସେମାନେ ଯାହା ଶୁଣନ୍ତି।
17 ପରମେଶ୍ୱର ଲୋକଙ୍କୁ ମନ୍ଦକାର୍ଯ୍ୟରୁ ନିବୃତ୍ତ କରାଇବାକୁ ଚେତାବନୀ ଶୁଣାନ୍ତି
ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
18 ପରମେଶ୍ୱର ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯାହା ଫଳରେ ସେ ତା’ର ପ୍ରାଣକୁ ମୃତ୍ୟୁ ଗର୍ତ୍ତରୁ ରକ୍ଷା କରନ୍ତି।
ଖଡ଼୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ ପରମେଶ୍ୱର ଏହା କରନ୍ତି।
19 “କିମ୍ବା ଜଣେ ବ୍ୟକ୍ତି ବିଛଣାରେ ମଧ୍ୟ ପରମେଶ୍ୱରଙ୍କ ବାଣୀ ଶୁଣିପାରେ ଓ ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଓ ଯନ୍ତ୍ରଣା ସହ୍ୟ କରେ।
ପରମେଶ୍ୱର ବ୍ୟଥାଦ୍ୱାରା ସେହି ବ୍ୟକ୍ତିକୁ ଚେତାବନୀ ଦିଅନ୍ତି।
ସେହି ବ୍ୟକ୍ତି ଏତେ ଯନ୍ତ୍ରଣା ପାଏ ସତେ ଯେମିତି ତା’ର ସବୁହାଡ଼ କଷ୍ଟ ପାଏ।
20 ସେ ଏତେ ଯନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପାରେ ନାହିଁ।
ସେ ଏପରିକି ସୁସ୍ୱାଦୁ ଖାଦ୍ୟକୁ ମଧ୍ୟ ଘୃଣା କରେ।
21 ତା’ର ଶରୀର ଦୁର୍ବଳ ହୋଇଯାଏ।
ସେ କ୍ରମେ କ୍ଷୀଣ ହୋଇଯାଏ।
ତା’ର ହାଡ଼ସବୁ ପଦାକୁ ଦେଖାଯାଏ।
22 ସେହି ଲୋକ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଯାଏ।
ତା’ର ଜୀବନ ମୃତ୍ୟୁର ନିକଟ ହୋଇ ଆସେ।
23 ପରମେଶ୍ୱରଙ୍କର ହଜାରେ ଦୂତ ଅଛନ୍ତି।
ସେହି ଦୂତମାନଙ୍କ ମଧ୍ୟରୁ ଜଣେ ହୁଏତ ସେହି ବ୍ୟକ୍ତି ପ୍ରତି ଦୃଷ୍ଟି ରଖିଥାଏ।
ସେହି ଦୂତ ହୁଏତ ସେହି ଲୋକ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ସେ କହିପାରେ।
24 ହୁଏତ ସେହି ଦୂତ ସେହି ଲୋକକୁ କୃପା କରିବେ
ଏବଂ ତା’ ତରଫରୁ ପରମେଶ୍ୱରଙ୍କୁ କହି ପାରନ୍ତି,
‘ସେହି ଲୋକ କବରକୁ ଯିବା ପାଇଁ ରକ୍ଷା ପାଉ’ ମୁଁ କ୍ଷତି ପୂରଣ ପାଇଅଛି।
25 ସେହି ଲୋକର ଶରୀର ପୁଣି ସତେଜ ହେବ ଓ ସେ ପୁଣି ସୁସ୍ଥ ସବଳ ହୋଇଯିବ।
ସେ ଯେଭଳି ଯୁବକ ଥିଲା ପୁଣି ସେହିଭଳି ହୋଇଯିବ।
26 ସେହି ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ୱର ମଧ୍ୟ ତା’ ପ୍ରତି ପ୍ରସନ୍ନ ହେବେ।
ତା’ପରେ ସେ ପରମେଶ୍ୱରଙ୍କର ମୁଖ ଦେଖିବ ଓ ଆନନ୍ଦରେ ଚିତ୍କାର କରି ଉଠିବ,
ଯେତେବେଳେ ସେ ମନୁଷ୍ୟଙ୍କୁ ତା’ର ଯଥାର୍ଥ ଅବସ୍ଥା ଫେରାଇ ଦେବେ।
27 ତା’ପରେ ସେହି ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କରି କହିବ, ‘ମୁଁ ପାପ କରିଛି।
ମୁଁ ଭଲକୁ ମନ୍ଦରେ ପରିଣତ କରିଛି।
କିନ୍ତୁ ପରମେଶ୍ୱର ମୋତେ ଦଣ୍ଡ ଦେଇ ନାହାନ୍ତି ଯାହାର କି ମୁଁ ହକତାର ଥିଲି।
28 ପରମେଶ୍ୱର ମୋର ଆତ୍ମାକୁ ରକ୍ଷା କରିଛନ୍ତି।
ମୃତ୍ୟୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରି ପାରିବି।’
29 “ପରମେଶ୍ୱର ଏ କଥା ବାରମ୍ବାର ସେହି ଲୋକ ପାଇଁ କରନ୍ତି।
30 ସେହି ଲୋକକୁ ଚେତାବନୀ ଦେଇ ତା’ର ଆତ୍ମାକୁ ମୁକ୍ତି ଦେଇ ତାକୁ ମରଣରୁ ରକ୍ଷା କରନ୍ତି।
ଫଳରେ ସେ ଲୋକ ତା’ର ଜୀବନ ଆନନ୍ଦରେ ବିତାଇବ।
31 “ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ।
ନୀରବ ରୁହ ଏବଂ ମୋତେ କହିବାକୁ ଦିଅ।
32 କିନ୍ତୁ ଆୟୁବ ତୁମ୍ଭେ ଯଦି ମୋ’ କଥାରେ ଏକମତ ନ ହେଉଛ ତା’ହେଲେ ତୁମ୍ଭେ କହିଯାଅ।
ତୁମ୍ଭର ଯୁକ୍ତି ମୋତେ କୁହ,
ଯାହା ଫଳରେ ମୁଁ ତାକୁ ସଂଶୋଧନ କରି ଦେବି।
33 କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମୋ’ କଥା ଶୁଣ।
ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।”
ଇକନିୟରେ ପାଉଲ ଓ ବର୍ଣ୍ଣବ୍ବା
14 ପାଉଲ ଓ ବର୍ଣ୍ଣବ୍ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। 2 ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।
3 ତଥାପି ପାଉଲ ଓ ବର୍ଣ୍ଣବ୍ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। 4 ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।
5 ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। 6 ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। 7 ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ।
ଲୁସ୍ତ୍ରା ଓ ଦର୍ବୀରେ ପାଉଲ
8 ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। 9 ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା’ର ବିଶ୍ୱାସ ଅଛି। 10 ସେ ଖୁବ୍ ଜୋର୍ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।
11 ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋର୍ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12 ଲୋକମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।
14 କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15 “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।
16 “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17 କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”
18 ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।
19 କିନ୍ତୁ ତା’ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20 କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।
ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା
21 ପାଉଲ ଓ ବର୍ଣ୍ଣବ୍ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା’ପରେ ବର୍ଣ୍ଣବ୍ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22 ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।
24 ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25 ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।
27 ପାଉଲ ଓ ବର୍ଣ୍ଣବ୍ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28 ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
2010 by World Bible Translation Center