Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 32-33

ଅଶୂରର ରାଜା ହିଜକିୟଙ୍କୁ ହଇରାଣ କଲେ

32 ହିଜକିୟ ଏହି ସମସ୍ତ ବିଷୟ ବିଶ୍ୱସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସ‌ନ୍‌ହେରୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସ‌ନ୍‌ହେରୀବ୍ ଓ ତାଙ୍କର ସୈନ୍ୟଦଳ ଦୁର୍ଗଗୁଡ଼ିକର ବାହାରେ ଛାଉଣି ସ୍ଥାପନ କଲେ। ସେ ସେହି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସ‌ନ୍‌ହେରୀବ୍ ନିଜ ନିମନ୍ତେ ଏହିସବୁ ସହର ଜୟ କରିବାକୁ ଇଚ୍ଛା କରୁଥିଲେ। ହିଜକିୟ ଜାଣିଥିଲେ ଯେ, ସ‌ନ୍‌ହେରୀବ୍ ଯିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି। ଏହା ପରେ ହିଜକିୟ ତାଙ୍କର ପଦାଧିକାରୀ ଓ ସେନାଧିକାରୀମାନଙ୍କ ସହିତ କଥା ହେଲେ। ସେମାନେ ସମସ୍ତ ନଗର ବାହାରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସେହି ପଦାଧିକାରୀ ଓ ସେନାଧିକାରୀମାନେ ହିଜକିୟଙ୍କୁ ସାହାଯ୍ୟ କଲେ। ଅନେକ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ୟଦେଇ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସେମାନେ କହିଲେ ଯେ, “ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।” ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ। ଲୋକମାନଙ୍କର ଦାୟିତ୍ୱ ନେବା ନିମନ୍ତେ ହିଜକିୟ ଯୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ୱାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନରେ ସେ ସେହି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ, “ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ୟବାହିନୀ ବିଷୟରେ ଭୟ କର ନାହିଁ କିମ୍ବା ବ୍ୟସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ ଶକ୍ତି ଅଛି। ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।

ଅଶୂରର ରାଜା ସ‌ନ୍‌ହେରୀବ୍ ଓ ତାଙ୍କର ସମସ୍ତ ସୈନ୍ୟଦଳ ଲାଖୀଶ୍ ସହର ନିକଟରେ ଛାଉଣି କଲେ, ଯେପରି ସେମାନେ ତାହାକୁ ଜୟ କରି ପାରନ୍ତି। ଏହା ପରେ ସ‌ନ୍‌ହେରୀବ୍, ଯିହୁଦାର ରାଜା ହିଜକିୟ ଓ ଯିରୁଶାଲମରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ୟମାନଙ୍କୁ ପଠାଇଲା। ହିଜକିୟ ଓ ଯିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସ‌ନ୍‌ହେରୀ‌ବ୍‌ଙ୍କ ଭୃତ୍ୟର ଏକ ବାର୍ତ୍ତା ଥିଲା।

10 ସେମାନେ କହିଲେ, “ଅଶୂରର ରାଜା ସ‌ନ୍‌ହେରୀବ୍ ଏହି କଥା କହନ୍ତି, ‘ତୁମ୍ଭେମାନେ କେଉଁ ବିଷୟରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ଯିରୁଶାଲମରେ ରହୁଅଛ? 11 ହିଜକିୟ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭେମାନେ ଯେପରି କ୍ଷୁଧା ଓ ତୃଷାରେ ମୃତ୍ୟୁବରଣ କରିବ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ଯିରୁଶାଲମରେ ରଖାଯାଉଅଛି। ହିଜକିୟ ତୁମ୍ଭଙ୍କୁ କହେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।” 12 ହିଜକିୟ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ଯଜ୍ଞବେଦି ସବୁ ବାହାର କରି ଦେଲା। ସେ କହିଲା, ଯିହୁଦା ଓ ଯିରୁଶାଲମର ଲୋକମାନେ! ତୁମ୍ଭମାନଙ୍କୁ କେବଳ ଗୋଟିଏ ଯଜ୍ଞବେଦି ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ୱଳାଇବାକୁ ପଡ଼ିବ। 13 ମୋର ପୂର୍ବପୁରୁଷଗଣ ଓ ମୁଁ ଅନ୍ୟାନ୍ୟ ଦେଶର ସମସ୍ତ ଲୋକଙ୍କ ପ୍ରତି କ’ଣ କରିଅଛୁ, ତାହା ତୁମ୍ଭେମାନେ ଅବଶ୍ୟ ଜାଣ। ଅନ୍ୟ ଦେଶର ଦେବତାମାନେ ସେମାନଙ୍କର ନିଜ ଲୋକମାନଙ୍କୁ ରକ୍ଷା କରି ପାରିଲେ ନାହିଁ। ସେହି ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରି ପାରିଲେ ନାହିଁ। 14 ମୋର ପୂର୍ବପୁରୁଷମାନେ ସେହି ଦେଶଗୁଡ଼ିକୁ ଧ୍ୱଂସ କଲେ। ଏପରି କେହି ଦେବତା ନାହିଁ, ଯିଏ ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭେମାନେ କ’ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୋ’ଠାରୁ ରକ୍ଷା କରି ପାରିବ? 15 ତୁମ୍ଭମାନଙ୍କୁ ମୂର୍ଖ ବନେଇବା ଓ ପ୍ରତାରଣା କରିବାକୁ ହିଜକିୟଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ୱାସ କର ନାହିଁ, କାରଣ କୌଣସି ରାଜ୍ୟ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମୋ’ଠାରୁ ବା ମୋର ପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ୱର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମୋତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।’”

16 ଅଶୂର ରାଜାର ଭୃତ୍ୟମାନେ ସଦାପ୍ରଭୁ ପରମେଶ୍ୱର ଓ ପରମେଶ୍ୱରଙ୍କ ଦାସ ହିଜକିୟଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ କଥାସବୁ କହିଲେ। 17 ଅଶୂରର ରାଜା ଆହୁରି ମଧ୍ୟ ଏପରି ପତ୍ରମାନ ଲେଖିଲା, ଯାହା ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସେହି ପତ୍ରଗୁଡ଼ିକରେ ଏହିପରି ଲେଖିଲା: “ଅନ୍ୟ ଦେଶର ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସେହିପ୍ରକାରେ ମଧ୍ୟ ହିଜକିୟର ପରମେଶ୍ୱର ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାହିଁ।” 18 ଏହା ପରେ ଅଶୂରର ରାଜାର ଭୃତ୍ୟମାନେ ଯିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ। ସେହି ଭୃତ୍ୟମାନେ ଯିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସେମାନେ ଯେପରି ଯିରୁଶାଲମ ନଗରକୁ ହସ୍ତଗତ କରି ପାରନ୍ତି, ସେଥିନିମନ୍ତେ ସେହିସବୁ କଥା କହିଲେ। 19 ସେହି ସେବକଗଣ ଏପରି କାର୍ଯ୍ୟ କଲେ, ଯେପରି ଇସ୍ରାଏଲ ପରମେଶ୍ୱର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।

20 ରାଜା ହିଜକିୟ ଓ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଏହି ସମସ୍ୟା ସମ୍ବନ୍ଧରେ ପ୍ରାର୍ଥନା କଲେ। ସେମାନେ ସ୍ୱର୍ଗ ପ୍ରତି ଅତି ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। 21 ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା’ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ‌‌ଖ‌ଡ଼୍‌ଗରେ ବଧ କଲେ। 22 ଏହି ପ୍ରକାରେ ସଦାପ୍ରଭୁ ହିଜକିୟ ଓ ଯିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସ‌ନ୍‌ହେରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ। 23 ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।

24 ସେହି ଦିନମାନଙ୍କରେ ହିଜକିୟ ଗୁରୁତର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିୟଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ। 25 କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ। 26 କିନ୍ତୁ ହିଜକିୟ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନେ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତିତ କଲେ। ସେମାନେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିୟ ଜୀବିତ ଥିବା ପର୍ଯ୍ୟନ୍ତ ସଦାପ୍ରଭୁ ସେମାନଙ୍କ ଉପରେ କ୍ରୋଧ କଲେ ନାହିଁ।

27 ହିଜକିୟ ଅନେକ ଧନସମ୍ପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ୟ ମଣିମୁକ୍ତା, ମସଲା, ଢାଲ ଓ ସମସ୍ତ ପ୍ରକାର ଦ୍ରବ୍ୟ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ। 28 ଲୋକମାନେ ହିଜକିୟଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମେଷପଲ ନିମନ୍ତେ ତାଙ୍କର ଗୁହାଳସବୁ ଥିଲା। 29 ହିଜକିୟ ମଧ୍ୟ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମେଷ ଓ ଗୋରୁ ପଲ ପାଇଲେ। ପରମେଶ୍ୱର ହିଜକିୟଙ୍କୁ ପ୍ରଚୁର ଧନରତ୍ନ ଦେଇଥିଲେ। 30 ହିଜକିୟ ହିଁ ଯିରୁଶାଲମରେ ଗୀହୋନ ଝରଣାର ଊର୍ଦ୍ଧ୍ୱସ୍ଥ ଉତ୍ସକୁ ବନ୍ଦ କଲେ ଓ ସେହି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାର୍ଶ୍ୱରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିୟ ଯେଉଁ ସମସ୍ତ କର୍ମ କଲେ, ସେଥିରେ ସଫଳ ହେଲେ।

31 ଥରେ ବାବିଲୀୟ ନେତାମାନେ ହିଜକିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ସେହି ବାର୍ତ୍ତାବାହକମାନେ ଦେଶ ମଧ୍ୟରେ ଘଟିଥିବା ଏକ ଅ‌ଦ୍‌ଭୂତ ଚିହ୍ନ ସମ୍ବନ୍ଧରେ ପଗ୍ଭରିଲେ। ଯେତେବେଳେ ସେମାନେ ଆସିଲେ ସେତେବେଳେ ହିଜକିୟଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିୟଙ୍କ ହୃଦୟରେ ଯାହାକିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ୱର ହିଜକିୟଙ୍କୁ ଏକାକୀ ଛାଡ଼ିଗଲେ।

32 ହିଜକିୟଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ରେମ କଲେ, ତାହା “ଆମ୍ଭମାନଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ“ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲେଖା ଯାଇଅଛି। 33 ହିଜକିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିୟଙ୍କୁ ସେହିଠାରେ କବର ଦେଲେ। ହିଜକିୟ ମୃତ୍ୟୁବରଣ କଲାପରେ ଯିହୁଦା ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦେଖାଇଲେ। ମନଃଶି ହିଜକିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ମନଃଶି ହିଜକିୟଙ୍କ ପୁତ୍ର ଥିଲେ।

ଯିହୁଦାର ରାଜା ମନଃଶି

33 ମନଃଶି ଯିହୁଦାର ରାଜା ହେବା ସମୟରେ ବାରବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। ଯେଉଁ ବିଷୟଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସେହିସବୁ କାର୍ଯ୍ୟ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦେଇଥିଲେ, ମନଃଶି ସେହି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ। ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିୟ ଭାଙ୍ଗି ଦେଇଥିଲେ, ମନଃଶି ‌ବା‌ଲ୍‌ଦେବତାଗୁଡ଼ିକ ପାଇଁ ଯଜ୍ଞବେଦିକୁ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖରେ ମସ୍ତକ ଅବନତ କଲେ ଓ ସେହି ଦଳର ତାରକା ଗୁଡ଼ିକୁ ପୂଜା କଲେ। ମନଃଶି ସଦାପ୍ରଭୁଙ୍କ ମନ୍ଦିରରେ ଯଜ୍ଞବେଦିମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷୟରେ ଏହା କହିଲେ, “ଯିରୁଶାଲମରେ ଆମ୍ଭ ନାମ ଚିରକାଳ ରହିବ।” ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ। ମନଃଶି ମଧ୍ୟ ନିଜ ପୁତ୍ରକୁ ବେନ୍-ହୋନ୍ନୋମ ଉପତ୍ୟକାରେ ବଳିରୂପେ ଜ୍ୱଳାଇଲେ। ମନଃଶି କୁହୁକ ବିଦ୍ୟା, ଭବିଷ୍ୟତ କହିବା ଓ ଅଲୌକିକ କାର୍ଯ୍ୟ କଲେ ଏବଂ ସେ ମଧ୍ୟ ଯାଦୁବିଦ୍ୟା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି କହିଥିଲେ, ମନଃଶି ସେହିପରି ଅନେକ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କ୍ରୋଧାନ୍ୱିତ କଲା। ମନଃଶି ଆହୁରି ମଧ୍ୟ ଏକ ଦେବତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ୱରଙ୍କ ମନ୍ଦିର ମଧ୍ୟରେ ରଖିଲେ; ସେହି ମନ୍ଦିର, ଯାହା ବିଷୟରେ ପରମେଶ୍ୱର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ୱର କହିଥିଲେ, “ମୁଁ ଏହି ଗୃହରେ ଓ ଯିରୁଶାଲମରେ ମୋର ନାମ ସ୍ଥାପନ କରିବି, ଯାହା ମୁଁ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସେଠାରେ ଚିରକାଳ ନିମନ୍ତେ ରହିବ। ଆମ୍ଭେ ଇସ୍ରାଏଲକୁ ସେହି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସେମାନଙ୍କୁ ସେହି ସମସ୍ତ ଆଜ୍ଞା, ବ୍ୟବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସେମାନଙ୍କୁ ମୋଶାଙ୍କ ମାଧ୍ୟମରେ ଦେଇଥିଲୁ।”

ମନଃଶି ଯିହୁଦାର ଲୋକ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କଲେ। ଇସ୍ରାଏଲୀୟମାନଙ୍କ ପୂର୍ବରୁ ଦେଶର ଯେଉଁ ଜାତିଗଣ ଥିଲେ, ସେମାନଙ୍କଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ, ଆଉ ସଦାପ୍ରଭୁ ସେହି ଅନ୍ୟ ଜାତୀୟମାନଙ୍କୁ ବିନଷ୍ଟ କରିଥିଲେ।

10 ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସେମାନେ ତାଙ୍କର କଥା ଶୁଣିଲେ ନାହିଁ। 11 ତେଣୁ ସଦାପ୍ରଭୁ ସୈନ୍ୟବାହିନୀର ସେନାପତିଙ୍କୁ ଆଣିଲେ, ଯିଏ କି ଅଶୂରର ରାଜାର ସେବା କରୁଥିଲେ ଏବଂ ସେମାନେ ଯିହୁଦାକୁ ଆକ୍ରମଣ କଲେ। ସେହି ସେନାପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସେମାନେ ତାଙ୍କ ଶରୀରରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନେଇଗଲେ।

12 ତାଙ୍କ ଉପରକୁ ଯେତେବେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କଠାରୁ ସାହାଯ୍ୟ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ନମ୍ର କଲେ। 13 ମନଃଶି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ଯିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫେରାଇ ଆଣିଲେ। ଏହା ପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସତ୍ୟ ଅଟନ୍ତି।

14 ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହାରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକାରେ ଥିଲା ଏବଂ ଗୀହୋନ ଝରଣାର ପଶ୍ଚିମ ପାର୍ଶ୍ୱରୁ ମତ୍ସ୍ୟ ଦ୍ୱାରର ପ୍ରବେଶ ପଥ ପର୍ଯ୍ୟନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଥିଲା। ସେ ସେହି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହା ପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ। 15 ମନଃଶି ଅ‌ଦ୍‌ଭୂତ ଦେବତା ମୂର୍ତ୍ତିଗୁଡ଼ିକୁ ବାହାର କରିଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରିଦେଲେ। ସେ ମନ୍ଦିର ଥିବା ପର୍ବତ ଓ ଯିରୁଶାଲମରେ ଯେଉଁସବୁ ଯଜ୍ଞବେଦି ନିର୍ମାଣ କରିଥିଲେ, ସେଗୁଡ଼ିକୁ ନଷ୍ଟ କରିଦେଲେ। ମନଃଶି ସେହିସବୁ ବେଦିକୁ ଯିରୁଶାଲମ ନଗର ବାହାରେ ଫିଙ୍ଗି ଦେଲେ। 16 ଏହା ପରେ ସେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ୟବାଦର ବଳି ଉତ୍ସର୍ଗ ଗଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ। 17 ଲୋକମାନେ ଉଚ୍ଚସ୍ଥାନମାନଙ୍କରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସେମାନେ କେବଳ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟରେ ସେହି ବଳି ଉତ୍ସର୍ଗ କରୁଥିଲେ।

18 ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ୱରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସେହିସବୁ “ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲିପିବଦ୍ଧ ହୋଇ ରହିଅଛି। 19 ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ୱର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା ‘ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକରେ’ ଲେଖାଯାଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସେହି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶେରା ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସେହିସବୁ “ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। 20 ଏହା ପରେ ମନଃଶି ମୃତ୍ୟୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହରେ କବର ଦେଲେ। ଆମୋନ୍ ମନଃଶିଙ୍କ ସ୍ଥାନରେ ନୂତନ ରାଜା ହେଲେ। ଆମୋନ୍ ମନଃଶିଙ୍କ ପୁତ୍ର ଥିଲେ।

ଯିହୁଦାର ରାଜା ଆମୋନ୍

21 ଆମୋନ୍ ଯିହୁଦାର ରାଜା ହେବା ସମୟରେ ବାଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। 22 ସଦାପ୍ରଭୁ ଯାହା ମନ୍ଦକାର୍ଯ୍ୟ ରୂପେ ବିବେଚନା କରନ୍ତି ଆମୋନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମୋନ୍ ସମସ୍ତ ଖୋଦିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ। 23 ଆମୋନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମୋନ୍ ଆହୁରି ଅଧିକରୁ ଅଧିକ ପାପ କଲେ। 24 ଆମୋ‌ନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଆମୋ‌ନଙ୍କୁ ତାଙ୍କର ନିଜ ଗୃହରେ ହତ୍ୟା କଲେ। 25 କିନ୍ତୁ ଯେଉଁ ଭୃତ୍ୟମାନେ ରାଜା ଆମୋ‌ନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟ ଆମୋ‌ନଙ୍କ ପୁତ୍ର ଥିଲେ।

ଯୋହନ ଲିଖିତ ସୁସମାଗ୍ଭର 18:19-40

ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ(A)

19 ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଗ୍ଭରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। 20 ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ। 21 ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଗ୍ଭରୁଛ? ମୋର ଶିକ୍ଷା ଶୁଣିଥିବା ଲୋକଙ୍କୁ ପଗ୍ଭର, ମୁଁ କ’ଣ କହିଥିଲି, ସେମାନେ ଜାଣନ୍ତି।”

22 ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।”

23 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ କିଛି ଭୂଲ କହିଲି ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୂଲ ଜଣାଇଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?”

24 ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।

ପିତର ପୁନର୍ବାର ମିଥ୍ୟା କହିଲେ(B)

25 ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।

ସେ କହିଲେ, “ନା, ମୁଁ ନୁହେଁ।”

26 ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ସେ ସେହି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, “ମୁଁ ଭାବୁଛି, ମୁଁ ବଗିଗ୍ଭରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।”

27 କିନ୍ତୁ ପିତର ପୁଣି ଥରେ କହିଲେ, “ନା, ମୁଁ ତାହାଙ୍କ ସହିତ ନ ଥିଲି।” ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା।

ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା

28 ତା’ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ। 29 ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ’ଣ?”

30 ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।”

31 ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।”

ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।” 32 ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା।

33 ତା’ପରେ ପୀଲାତ ପ୍ରାସାଦ ଭିତରକୁ ଗ୍ଭଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”

34 ଯୀଶୁ କହିଲେ, “ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମୋ’ ବିଷୟରେ କହିଛନ୍ତି?”

35 ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ’ଣ ଦୋଷ କରିଛ?”

36 ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।”

37 ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।”

ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।”

38 ପୀଲାତ କହିଲେ, “ସତ୍ୟ କ’ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ। 39 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ବେଳେ ମୋ’ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଗ୍ଭହଁ, ମୁଁ ଏହି ‘ଯିହୂଦୀମାନଙ୍କ ରାଜାଙ୍କୁ’ ମୁକ୍ତି ଦେବି।”

40 ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାର‌ବ୍‌ବାକୁ ମୁକ୍ତି ଦିଅ।” ଏହି ବାର‌ବ୍‌ବା ଜଣେ ଡକାୟତ ଥିଲା।

Oriya Bible: Easy-to-Read Version (ERV-OR)

2010 by World Bible Translation Center