ମାଥିଉ ଲିଖିତ ସୁସମାଗ୍ଭର 27:11-31
Odia Holy Bible: Easy-to-Read Version
ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ
(ମାର୍କ 15:2-5; ଲୂକ 23:3-5; ଯୋହନ 18:33-38)
11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ।”
12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।
13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”
14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ
(ମାର୍କ 15:6-15; ଲୂକ 23:13-25; ଯୋହନ 18:39–19:16)
15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାରବ୍ବା[a] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।
17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।
19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”
20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।
21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”
ସେମାନେ କହିଲେ, “ବାରବ୍ବା।”
22 ତା'ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”
ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”
କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
24 ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
25 ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”
26 ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।
ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ
(ମାର୍କ 15:16-20; ଯୋହନ 19:2-3)
27 ତା'ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ। 28 ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। 29 ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା'ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।” 30 ତା'ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। 31 ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ।
Read full chapterFootnotes
- ମାଥିଉ ଲିଖିତ ସୁସମାଗ୍ଭର 27:16 ବାରବ୍ବା କେତେକ ଗ୍ରୀକ ପୁସ୍ତକରେ ଏହି ନାମଟି ବାରବ୍ବା ଯୀଶୁ ବୋଲି ଉଲ୍ଲେଖ ଅଛି।
2010 by Bible League International