Add parallel Print Page Options

58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।”

କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”

59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।

60 କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।

ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। 61 ତା'ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” 62 ତା'ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।

Read full chapter