ଲୂକ ଲିଖିତ ସୁସମାଗ୍ଭର 23:1-25
Odia Holy Bible: Easy-to-Read Version
ଯୀଶୁଙ୍କୁ ରାଜ୍ୟପାଳ ପୀଲାତଙ୍କ ପ୍ରଶ୍ନ
(ମାଥିଉ 27:1-2,11-14; ମାର୍କ 15:1-5; ଯୋହନ 18:28-38)
23 ସମସ୍ତେ ଉଠି ଠିଆ ହେଲେ। ସେମାନେ ଯୀଶୁଙ୍କୁ ପୀଲାତଙ୍କ ପାଖକୁ ନେଇଗଲେ। 2 ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”
3 ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ ତାହା ଠିକ୍ କଥା।”
4 ପୀଲାତ ପ୍ରଧାନଯାଜକ ଏବଂ ଲୋକମାନଙ୍କୁ କହିଲେ, “ଏ ଲୋକର ମୁଁ କିଛି ଭୁଲ୍ ଦେଖି ପାରୁ ନାହିଁ,”
5 ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।”
ପୀଲାତ ଯୀଶୁଙ୍କୁ ହେରୋଦଙ୍କ ପାଖକୁ ପଠାଇଲେ
6 ପୀଲାତ ଏହା ଶୁଣି ପଗ୍ଭରିଲେ, ଏହି ଲୋକ କ’ଣ ଗାଲିଲୀର? 7 ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ।
8 ହେରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସୀ ହୋଇଗଲେ। ହେରୋଦ ଯୀଶୁଙ୍କ ବିଷୟରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। ହେରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗରେ ଯୀଶୁ କିଛି ଆଶ୍ଚର୍ଯ୍ୟକର୍ମ ପ୍ରଦର୍ଶନ କରିବେ। 9 ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। 10 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ସେଠାରେ ଠିଆ ହୋଇଥିଲେ। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଚିତ୍କାର କରି କହୁଥିଲେ। 11 ତା'ପରେ ହେରୋଦ ଓ ତାହାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦେଇ ସେମାନେ ଉପହାସ କଲେ। ତା'ପରେ ହେରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ। 12 ଅତୀତରେ ପୀଲାତ ଓ ହେରୋଦଙ୍କ ମଧ୍ୟରେ ବରାବର ଶତ୍ରୁତା ଲାଗି ରହୁଥିଲା କିନ୍ତୁ ସେହି ଦିନରୁ ସେ ଦୁହେଁ ବନ୍ଧୁ ହୋଇଗଲେ।
ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ
(ମାଥିଉ 27:15-26; ମାର୍କ 15:6-15; ଯୋହନ 18:39–19:16)
13 ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ। 14 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି। 15 ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ। 16 ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” 17 [a]
18 କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।” 19 ବାରବ୍ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।
20 ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ। 21 କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।”
22 ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”
23 କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ, 24 ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ। 25 ଲୋକମାନେ ବାରବ୍ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାରବ୍ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।
Read full chapterFootnotes
- ଲୂକ ଲିଖିତ ସୁସମାଗ୍ଭର 23:17 ଲୂକଙ୍କର ଅଳ୍ପ କେତେକ ଗ୍ରୀକ୍ ପୁସ୍ତକରେ ଏହି ପଦଟି ମିଶିଛି: “ପ୍ରତିବର୍ଷ ନିସ୍ତାରପର୍ବ ଅବସରରେ ପୀଲାତଙ୍କୁ ଲୋକମାନଙ୍କ ପାଇଁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା।”
2010 by Bible League International