Old/New Testament
ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ
1 ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ। 2 ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” 3 ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ। 4 ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ।
5-6 ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?”
7 ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ। 8 ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟଦ୍ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।
9 ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ। 10 ମାତ୍ର ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।
ନାଥନ ଓ ବତ୍ଶେବା ଶଲୋମନ ସପକ୍ଷରେ କହିଲେ
11 ଏଥିରେ ନାଥନ ଶଲୋମନଙ୍କର ମାତା ବତ୍ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ? 12 ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି। 13 ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’ 14 ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।”
15 ଏଥିରେ ବତ୍ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। 16 ବତ୍ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା’ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?”
17 ବତ୍ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’। 18 ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ। 19 ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ। 20 ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ। 21 ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା’ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”
22 ବତ୍ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟଦ୍ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ। 23 ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟଦ୍ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା’ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। 24 ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ? 25 କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’ 26 କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି। 27 ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?”
28 ତା’ପରେ ରାଜା ଦାଉଦ କହିଲେ, “ବତ୍ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।
29 ତା’ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। 30 ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”
31 ତା’ପରେ ବତ୍ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”
ଶଲୋମନ ନୂତନ ରାଜାରୂପେ ମନୋନୀତ
32 ତା’ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ। 33 ତା’ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ। 34 ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟଦ୍ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’ 35 ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।”
36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ। 37 ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।”
38 ତେଣୁ ଯାଜକ ସାଦୋକ, ଭବିଷ୍ୟଦ୍ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ। 39 ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା’ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।” 40 ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।
41 ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?”
42 ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”
43 ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି। 44 ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟଦ୍ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। 45 ତା’ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା’ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାତ୍ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ। 46-47 ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ। 48 ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’”
49 ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ। 50 ଅଦୋନିୟ ମଧ୍ୟ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା [a] 51 ତା’ପରେ କେହି ଜଣେ ଶଲୋମନକୁ ସମ୍ବାଦ ଦେଲା, “ଅଦୋନୀୟ ତୁମ୍ଭକୁ ଭୟ କରୁଅଛି। ତେଣୁ ସେ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡ଼ିବା ପାଇଁ ମନା କରି କହୁଅଛି, ‘ଶଲୋମନ ରାଜା ଆପଣା ଦାସ ଅଦୋନିୟକୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଜ୍ଞା କରି କୁହନ୍ତୁ।’”
52 ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା’ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।” 53 ତା’ପରେ ରାଜା ଶଲୋମନ କେତେକ ଲୋକଙ୍କୁ ଅଦୋନିୟ ନିକଟକୁ ପଠାଇଲେ। ସେମାନେ ଅଦୋନିୟକୁ ଶଲୋମନ ନିକଟକୁ ଆଣିଲେ। ଅଦୋନିୟ ରାଜା ଶଲୋମନଙ୍କୁ ପ୍ରଣାମ କଲା। ଶଲୋମନ ତାହାକୁ କହିଲେ, “ନିଜ ଘରକୁ ଯାଅ।”
ରାଜା ଦାଉଦଙ୍କ ମୃତ୍ୟୁ
2 ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ, 2 “ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। 3 ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ। 4 ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”
5 ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା’ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା। 6 ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।
7 “ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ।
8 “ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି। 9 ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”
10 ତା’ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। 11 ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।
ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ
12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13 ତା’ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବତ୍ଶେବା ନିକଟକୁ ଆସିଲେ। ବତ୍ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?”
ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି। 14 ମୋର ତୁମ୍ଭକୁ କିଛି କହିବାର ଅଛି।”
ବତ୍ଶେବା କହିଲେ, “କୁହ।”
15 ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା। 16 ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।”
ବତ୍ଶେବା କହିଲେ, “କ’ଣ ଇଚ୍ଛା କରୁଛ?”
17 ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
18 ତା’ପରେ ବତ୍ଶେବା କହିଲେ, “ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19 ତେଣୁ ବତ୍ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।
20 ବତ୍ଶେବା କହିଲେ, “ତୁମ୍ଭ ନିକଟରେ ମୋର ଏକ ଛୋଟ ନିବେଦନ ଅଛି, ମୋତେ ନାସ୍ତି କରିବ ନାହିଁ।”
ତହୁଁ ରାଜା କହିଲେ, “ହେ ମାତା, କୁହ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21 ତେଣୁ ବତ୍ଶେବା କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ।”
22 ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”
23 ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା’ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ। 24 ସଦାପ୍ରଭୁ ମୋତେ ଇସ୍ରାଏଲର ରାଜା କରିଛନ୍ତି, ସେ ମୋତେ ମୋର ପିତା ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରଖିଛନ୍ତି ଓ ମୋତେ ମୋର ପରିବରକୁ ରାଜ୍ୟ ଦେଇଛନ୍ତି। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ଯେକୌଣସି ମତେ ଅଦୋନିୟ ଆଜି ନିଶ୍ଚୟ ହତ ହେବ।”
25 ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା।
26 ତା’ପରେ ରାଜା ଯାଜକ ଅବିୟାଥରକୁ କହିଲେ, “ତୁମ୍ଭେ ଅନାଥୋତ ସ୍ଥିତ ତୁମ୍ଭର ଗୃହକୁ ଯାଅ। କାରଣ ତୁମ୍ଭେ ଯଦିଓ ମୃତ୍ୟୁ ଯୋଗ୍ୟ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉ ନାହିଁ, କାରଣ ତୁମ୍ଭେ ମୋର ପିତା ଦାଉଦଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମୋ’ ପିତାଙ୍କର କଠିନ ସମୟରେ ସେହି ପ୍ରକାର ବିପଦ ଗୁଡ଼ିକରେ ଭାଗୀ ହୋଇଥିଲ।” 27 ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।
28 ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା। 29 ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦି ନିକଟରେ ଅଛି। ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ଆଦେଶ ଦେଲେ, ଯାଅ, ତାକୁ ହତ୍ୟା କର।
30 ତା’ପରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, “ରାଜା କହନ୍ତି, ‘ବାହାରକୁ ଆସ।’”
କିନ୍ତୁ ସେ କହିଲା, “ନା, ମୁଁ ଏଠାରେ ମରିବି।”
ତେଣୁ ବନାୟ ରାଜାଙ୍କ ପାଖକୁ ଗଲେ ଏବଂ ସେ ଯାହା କହିଥିଲେ ତାହାର ତଥ୍ୟ ଦେଲେ। 31 ତା’ପରେ ରାଜା ବନାୟକୁ ଆଦେଶ ଦେଲେ, “ସେ ଯେପରି କହିଅଛି, ସେହିପରି କର। ସେହିଠାରେ ତାକୁ ହତ୍ୟା କର ଓ କବର ଦିଅ। ତାହାହେଲେ ଯୋୟାବ ନିରୀହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସେହି ପାପରୁ ମୁଁ ଓ ମୋର ପରିବାର ମୁକ୍ତ ହେବୁ। 32 ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ। 33 ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା’ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।”
34 ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା। 35 ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ। 36 ତା’ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ। 37 ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।”
38 ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା। 39 ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି। 40 ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ।
41 ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗାଥ୍କୁ ଯାଇଥିଲା ଓ ପୁଣି ଫେରି ଆସିଲା। 42 ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ। 43 ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ? 44 ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ। 45 ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।”
46 ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା’ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।
ଯୀଶୁଙ୍କର ଯିରୁଶାଲମ ପ୍ରବେଶ(A)
28 ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ। 29 ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, 30 “ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ। 31 ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’”
32 ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। 33 ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?”
34 ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।” 35 ତା’ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା’ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। 36 ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
37 ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ, 38 “ସ୍ୱାଗତ କରି କହିଲେ:
“‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ (B)
ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”
39 ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”
40 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।”
ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ
41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। 42 ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। 43 ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। 44 ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”
ଯୀଶୁ ମନ୍ଦିରକୁ ଯାଆନ୍ତି(C)
45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। 46 ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’ [a] କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’”
47 ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ। 48 କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।
2010 by World Bible Translation Center