Old/New Testament
ଇସ୍ରାଏଲୀୟମାନେ ସେମାନଙ୍କ ଦେଶକୁ ଫେରିବେ
30 “ମୁଁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହା ସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟପାଇଁ ଆଶୀର୍ବାଦ ଓ ମନ୍ଦକାର୍ଯ୍ୟ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ପଠାଇବେ। ସେଠାରେ ତୁମ୍ଭେମାନେ ସ୍ମରଣ କରିବ। 2 ସେହି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ୟ ସମସ୍ତ ମନ ପ୍ରାଣ ଦେଇ ମାନିବ, ଯାହା ମୁଁ ଆଜି ତୁମ୍ଭକୁ ଆଜ୍ଞା ଦେଇଛି। 3 ତେବେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ପ୍ରତି ଦୟାବାନ ହେବେ। ସଦାପ୍ରଭୁ ପୁନ୍ନରାୟ ମୁକ୍ତ କରିବେ। ସେ ତୁମ୍ଭମାନଙ୍କୁ ସେଠାରୁ ଫେରାଇ ଆଣିବେ, 4 ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହୁତ ଦୂରକୁ ପଠାଇଥିଲେ ମଧ୍ୟ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫେରାଇ ଆଣିବେ। 5 ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକୁ ଫେରାଇ ଆଣି ସେହି ଦେଶସବୁ ତୁମ୍ଭମାନଙ୍କୁ ଦେବେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହେବେ ଯେ, କେବେବି ଏତେ ନ ଥିଲା। 6 ତୁମ୍ଭେମାନେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କୁ ପ୍ରେମ କରିବ। ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।
7 “ତେବେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ଏପରି ଘଟିବ। କାରଣ ସେମାନେ ତୁମ୍ଭମାନଙ୍କୁ କ୍ଳେଶ ଦିଅନ୍ତି ଓ ଘୃଣା କରନ୍ତି। 8 ଏବଂ ତୁମ୍ଭେମାନେ ପୁନ୍ନରାୟ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁଁ ଆଜି ତୁମ୍ଭମାନଙ୍କୁ କହୁଅଛି। 9 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହୁ ସନ୍ତାନ ଦେଇ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସେମାନଙ୍କ ବହୁସଂଖ୍ୟକ ବାଛୁରି ହେବ। ସେ ତୁମ୍ଭର କ୍ଷେତ୍ରକୁ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ୟ ପ୍ରଦାନ କରିବ। ସଦାପ୍ରଭୁ ପୁଣି ଥରେ ତୁମ୍ଭଠାରେ ଆନନ୍ଦିତ ହେବେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠାରେ ଆନନ୍ଦିତ ଥିଲେ। 10 କିନ୍ତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକର ସମସ୍ତ ନିୟମ ବିଧି ମାନି ଚଳିବାକୁ ପଡ଼ିବ। ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନିକଟକୁ ଯେବେ ଫେରି ଆସ।
ଜୀବନ ନା ମୃତ୍ୟୁ
11 “ଆଜି ମୁଁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଲି ତାହା ତୁମ୍ଭମାନଙ୍କ ପାଇଁ ଅତି କଠୋର ନୁହେଁ, କିଅବା ଦୂରବର୍ତ୍ତୀ ନୁହେଁ। 12 ଏହା ସ୍ୱର୍ଗରେ ନାହିଁ, ସେଥିପାଇଁ ତୁମ୍ଭେମାନେ କହିବ ଯେ, ‘ଆମ୍ଭମାନଙ୍କ ପାଇଁ କିଏ ସ୍ୱର୍ଗକୁ ଯିବ ତାହା ଆଣିବା ପାଇଁ ଯେଉଁଥିରେ ଆମ୍ଭେ ପାଳନ କରି ପାରିବୁ।’ 13 ଏହି ନିର୍ଦ୍ଦେଶ ସମୁଦ୍ରର ଆର ପାରିରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, ‘କିଏ ସମୁଦ୍ର ପାର ହୋଇ ଆମ୍ଭମାନଙ୍କ ପାଇଁ ତାହା ଆଣି ଶୁଣାଇବେ ଓ ଆମ୍ଭେ ଶୁଣିବୁ।’ 14 ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖୁବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟିରେ ଅଛି। ତୁମ୍ଭମାନଙ୍କର ହୃଦୟରେ ଅଛି। ତେଣୁ ତୁମ୍ଭେମାନେ ଏହା କରି ପାରିବ।
15 “ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ। 16 ମୁଁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ତାଙ୍କୁ ଅନୁସରଣ କରି ତାଙ୍କର ବାକ୍ୟମାନ, ନିୟମ ବିଧି ପାଳନ କର। ତେବେ ତୁମ୍ଭେମାନେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢ଼ିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଥିବା ଦେଶରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକୁ ତୁମ୍ଭେମାନେ ଅଧିକାର କରିବା ପାଇଁ ଯାଉଛ। 17 ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର। 18 ତେବେ ତୁମ୍ଭେମାନେ ଧ୍ୱଂସ ହେବ। ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମୁଖ ହେବ। ଯର୍ଦ୍ଦନର ସେପାରିସ୍ଥ ଭୂମିରେ ଯେଉଁଠାକୁ ତୁମ୍ଭେମାନେ ଯିବା ପାଇଁ ପ୍ରସ୍ତୁତ ସେଠାରେ ତୁମ୍ଭେମାନେ ବେଶିଦିନ ବଞ୍ଚିପାରିବ ନାହିଁ।
19 “ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ। 20 ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ ଜୀବନ ଦେବେ ସେହି ଦେଶରେ, ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ ଏବଂ ଯାକୁବଙ୍କୁ କହିଥିଲେ।”
ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ
31 ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ। 2 ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’ 3 କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ।
4 “ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓଗ୍କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ। 5 ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ। 6 ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”
7 ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। 8 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”
ମୋଶା ବ୍ୟବସ୍ଥା ଲେଖିଲେ
9 ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ। 10 ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ। 11 ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ। 12 ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ। 13 ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।”
ସଦାପ୍ରଭୁ ମୋଶା ଓ ଯିହୋଶୂୟଙ୍କୁ ଡାକିଲେ
14 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ମୃତ୍ୟୁର ସମୟ ଆସିଗଲା। ଯିହୋଶୂୟଙ୍କୁ ଡାକ, ତୁମ୍ଭେ ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ। ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।
15 ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁ ଦ୍ୱାର ଉପରେ ସ୍ଥିର ହୋଇ ରହିଲା। 16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ। ଏହା ପରେ ଏହି ଲୋକମାନେ ଉଠିବେ। ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନରେ ବିଦେଶୀୟ ଦେବଗଣର ଅନୁଗାମୀ ହୋଇ ବ୍ୟଭିଗ୍ଭର କରିବେ ଓ ଆମ୍ଭକୁ ତ୍ୟାଗ କରିବେ। ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ। 17 ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା’ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’ 18 ଆମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ନାହିଁ, କାରଣ ସେମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଛନ୍ତି।
19 “ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇସ୍ରାଏଲ ଲୋକମାନଙ୍କୁ ଶିକ୍ଷା ଦିଅ। ତେବେ ଏହି ସଙ୍ଗୀତ ମୋ’ ପାଇଁ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ସାକ୍ଷୀ ହେବ। 20 ଆମ୍ଭେ ସେମାନଙ୍କୁ ସେହି ଦେଶକୁ ନେଇଯିବା, ଯେଉଁ ଦେଶ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛୁ। ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନେ ଗଲା ପରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତି ଓ ହୃଷ୍ଟପୁଷ୍ଟ ହେବେ। ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ସେମାନେ ମୋର ନିୟମକୁ ପ୍ରତ୍ୟାଖାନ କରିବେ ଓ ଲଙ୍ଘନ କରିବେ। 21 ତା’ପରେ ସେହିସବୁ କ୍ଳେଶ ଓ ଅମଙ୍ଗଳର କାର୍ଯ୍ୟମାନ ସେମାନଙ୍କ ପାଇଁ ଘଟିବ। ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ସେହି ସମୟରେ ସେହି ଲୋକମାନେ ସେହି ଗୀତ ସ୍ମରଣ କରିବେ। ଏହି ଗୀତ ସେମାନଙ୍କ ବିରୁଦ୍ଧରେ ସାକ୍ଷୀରୂପେ କାର୍ଯ୍ୟ କରିବ। ମୁଁ ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ଆଣିବା ପୂର୍ବରୁ ସେମାନଙ୍କର ପ୍ରକୃତି ଜାଣିଥିଲି।”
22 ତେଣୁ ସେହି ଦିନ ମୋଶା ସେହି ସଙ୍ଗୀତ ଲେଖିଲେ ଏବଂ ସେ ଇସ୍ରାଏଲକୁ ସେହି ସଙ୍ଗୀତ ଶିକ୍ଷା ଦେଲେ।
23 ତା’ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।”
ଇସ୍ରାଏଲୀୟମାନଙ୍କୁ ମୋଶାଙ୍କର ସତର୍କ
24 ମୋଶା ଯତ୍ନପୂର୍ବକ ସେହି ବ୍ୟବସ୍ଥା ପୁସ୍ତକରେ ସମସ୍ତ ଲେଖିଲେ। 25 ସେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବାହାକମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, 26 “ଏହି ବ୍ୟବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଭିତରେ ରଖ। ତାହା ସେଠାରେ ତୁମ୍ଭ ବିରୁଦ୍ଧରେ ସାକ୍ଷୀରୂପେ ରହିବ। 27 ମୁଁ ଜାଣେ ତୁମ୍ଭେମାନେ ଶକ୍ତଗ୍ରୀବ ଅଟ। ମୁଁ ଜାଣେ ତୁମ୍ଭେ ତୁମ୍ଭ ବାଟରେ ଚଳିବାକୁ ଗ୍ଭହଁ। ଦେଖ ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମୋର ମରଣ ପରେ ତୁମ୍ଭେମାନେ କେତେ ଅଧିକ ନ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ମାନିବ ନାହିଁ। 28 ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମୋ’ ନିକଟରେ ଏକତ୍ର କର। ମୁଁ ସେମାନଙ୍କୁ ଏହି କଥାମାନ କହିବି। ସ୍ୱର୍ଗ ଓ ପୃଥିବୀ ମୋର ସାକ୍ଷୀ ହେବେ। 29 ମୁଁ ଜାଣେ ମୋର ମୃତ୍ୟୁ ପରେ ତୁମ୍ଭେମାନେ ଅତିଶୟ ଦୁର୍ନୀତିଗ୍ରସ୍ତ ହେବ। ତୁମ୍ଭେମାନେ ମୋର ନିର୍ଦ୍ଦେଶିତ ପଥରୁ ବିଚ୍ୟୁତ ହେବ। ଭବିଷ୍ୟତରେ ତୁମ୍ଭମାନଙ୍କ ପାଇଁ ବହୁତ ଅମଙ୍ଗଳ ହେବ। କାରଣ ତୁମ୍ଭେମାନେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟିରେ ମନ୍ଦ। ତୁମ୍ଭେମାନେ ଦୁଷ୍କର୍ମ କରି ତାଙ୍କୁ କ୍ରୋଧାନ୍ୱିତ କରିବ।”
ମୋଶାଙ୍କ ସଙ୍ଗୀତ
30 ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମୋଶା ସେମାନଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ।
ଶାସନକର୍ତ୍ତା ପୀଲାତ ଯୀଶୁଙ୍କୁ ପ୍ରଶ୍ନ କଲେ(A)
15 ସକାଳ ହେବା ମାତ୍ରେ ପ୍ରଧାନଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ’ଣ ବିଗ୍ଭର କରାଯିବ, ତାହା ସ୍ଥିର କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ସମର୍ପଣ କରିଦେଲେ।
2 ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ତାହା ସତ୍ୟ।”
3 ପ୍ରଧାନଯାଜକମାନେ ଅନେକ ବିଷୟରେ ଯୀଶୁଙ୍କୁ ଅଭିଯୁକ୍ତ କଲେ। 4 ପୀଲାତ ପୁଣି ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ କିଛି କହିବାର ନାହିଁ? ଦେଖ, ସେମାନେ ତୁମ୍ଭକୁ ଅନେକ ବିଷୟରେ ଅଭିଯୁକ୍ତ କରୁଛନ୍ତି।”
5 ତଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଯୀଶୁଙ୍କୁ ମୁକ୍ତ କରିବାରେ ଅସମର୍ଥ ହେଲେ(B)
6 ପ୍ରତିବର୍ଷ ପରମ୍ପରାକ୍ରମେ ନିସ୍ତାରପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା’ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଗ୍ଭହାନ୍ତି, କେବଳ ସେହି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦେଇଥା’ନ୍ତି। 7 ସେହି ସମୟରେ ବନ୍ଦୀଶାଳାରେ ବାରବ୍ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
8 ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ। 9 ପୀଲାତ ଲୋକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡ଼ି ଦିଏ?” 10 ପୀଲାତ ଏ କଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ୱିତ ହୋଇ ଯୀଶୁଙ୍କୁ ତାହାଙ୍କ ହାତରେ ସମର୍ପଣ କରି ଦେଇଛନ୍ତି। 11 କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
12 ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?”
13 ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
14 ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?”
କିନ୍ତୁ ଲୋକମାନେ ଅଧିକ ଜୋର୍ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
15 ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।
16 ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ। 17 ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। 18 ତା’ପରେ ସେମାନେ ତାହାଙ୍କୁ ସ୍ୱାଗତ କରି ଥଟ୍ଟାରେ କହିଲେ, ହେ ଯିହୂଦୀମାନଙ୍କର ରାଜା, କହି ପ୍ରଣାମ କଲେ। 19 ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ। 20 ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ।
କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ(C)
21 ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ। 22 ତା’ପରେ ସେମାନେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନେଇଗଲେ। ଗଲ୍ଗଥାର ଅର୍ଥ “କପାଳ ସ୍ଥାନ” 23 ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ। 24 ତା’ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ।
25 ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ବେଳକୁ ସକାଳ ନଅଟା ବାଜିଥିଲା।
2010 by World Bible Translation Center