Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 4-6

ମୋଶା ଲୋକମାନଙ୍କୁ ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ କହିଲେ

“ବର୍ତ୍ତମାନ ହେ ଇସ୍ରାଏଲ ମୁଁ ଯେଉଁ ନିୟମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ବାକ୍ୟରେ ଆଉ କିଛି ମିଶାଅ ନାହିଁ। କିଅବା ତା’ଠାରୁ କିଛି ଊଣାକରି ପାଳନ କର ନାହିଁ। ସମ୍ପୂର୍ଣ୍ଣ ଭାବେ ସେହି ବାକ୍ୟମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ମାନ।

“ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମ ବାଲପିୟୋରରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବାଲପିୟୋରର ପଶ୍ଚା‌ଦ୍‌ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ହତ୍ୟା କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲେ, ତୁମ୍ଭମାନଙ୍କର ସେହି ଲୋକମାନେ ଏବେ ବଞ୍ଚିଛନ୍ତି।

“ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ। ତେଣୁ ଏହି ବ୍ୟବସ୍ଥାସବୁ ପାଳନ କର ଏବଂ ସେଗୁଡ଼ିକ ଅଭ୍ୟାସ କର କାରଣ ବହୁତ ଦେଶମାନଙ୍କ ମଧ୍ୟରେ ଏହା ତୁମ୍ଭର ଜ୍ଞାନ ଓ ବୁଝାମଣା ହେବ। ଏହି ବ୍ୟବସ୍ଥା ଶୁଣିଲାପରେ ସେମାନେ କହିବେ ଯେ, ‘ଇସ୍ରାଏଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବୁଝାମଣା ଶକ୍ତି ଅଛି।’

“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀୟମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ। ଯେଉଁସବୁ ଯଥାର୍ଥା ବିଧି ଓ ବ୍ୟବସ୍ଥା ଯେପରି ଶିକ୍ଷା ଆଦି ଦେଇଅଛି, ତାହା ତୁଲ୍ୟ କୌଣସି ଜାତିଗଣ ମଧ୍ୟରେ ନାହିଁ। କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ। 10 ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’ 11 ତେଣୁ ସେମାନେ ମୋର ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲେ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାରରେ ବ୍ୟାପ୍ତ ହୋଇଥିଲା ଓ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା। 12 ଏହା ପରେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ। 13 ତା’ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ। 14 ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।

15 “ସେହି ଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସେହି ଅଗ୍ନିଶିଖାରୁ କଥା କହିବା ସମୟରେ (ହୋରେବରେ) ତୁମ୍ଭେମାନେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ। 16 ତେଣୁ ସାବଧାନ ହୁଅ, ନଚେତ୍ ତୁମ୍ଭେମାନେ ଧ୍ୱଂସ ହେବ। ଯଦି ତୁମ୍ଭେମାନେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜୀବିତ ପୁରୁଷ ବା ସ୍ତ୍ରୀ ପରି ହୋଇଥିବ। 17 ଏପରି କୌଣସି ପ୍ରତିମା ପଶୁ ପରି ବା ପକ୍ଷୀ ପରି କର ନାହିଁ। 18 ଏପରି କୌଣସି ପ୍ରାଣୀର ପ୍ରତିମା ତିଆରି କର ନାହିଁ ଯାହା ଭୂମିରେ ଗୁରୁଣ୍ଡି ଗୁରୁଣ୍ଡି ଯାଏ ବା ସମୁଦ୍ରର ମାଛ ତୁଲ୍ୟ ହୋଇଥାଏ। 19 ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି। 20 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲୁହା ତରଳା ଯାଉଥିବା ଚୁଲ୍ଲାରୁ କାଢ଼ି ଆଣିବା ତୁଲ୍ୟ, ମିଶରରୁ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ୟବାନ ଲୋକ ହେବା ପାଇଁ ଆଣିଛନ୍ତି, ତୁମ୍ଭେମାନେ ଯେପରି ଆଜି ହୋଇଛ।

21 “ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ ହେଲେ। ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ। 22 ଏଣୁ ମୁଁ ଏହି ଦେଶରେ ମରିବି। ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ। ମାତ୍ର ତୁମ୍ଭେମାନେ ଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ। 23 ତୁମ୍ଭେମାନେ ଆପଣା ବିଷୟରେ ସାବଧାନ ହୁଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାଶୋରିଯିବ ନାହିଁ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ। 24 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଈର୍ଷାପରାୟଣ [a] ପରମେଶ୍ୱର ଏବଂ ସେ ଅଗ୍ନି ସ୍ୱରୂପ ଧ୍ୱଂସ କରନ୍ତି, ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି।

25 “ତୁମ୍ଭେମାନେ ସେ ଦେଶରେ ବହୁତ ଦିନ ବସବାସ କରିବ। ସେଠାରେ ତୁମ୍ଭମାନଙ୍କର ପୁତ୍ର ଓ ନାତିମାନେ ମଧ୍ୟ ବାସ କରିବେ। ତୁମ୍ଭେମାନେ ସେଠାରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକୁ କ୍ଷୁର୍ଣ୍ଣ କରିବ। ଯେତେବେଳେ ତୁମ୍ଭେମାନେ ଏପରି କରିବ, ପରମେଶ୍ୱର ତୁମ୍ଭମାନଙ୍କ ଉପରେ କ୍ରୋଧ କରିବେ। 26 ତେଣୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ୱର୍ଗ ଓ ପୃଥିବୀକୁ ସାକ୍ଷୀରଖି କହୁଅଛି, ତୁମ୍ଭେମାନେ ଯଦି ଏପରି କର, ତେବେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶକୁ ଯାଉଛ, ସେହି ଦେଶରୁ ଶୀଘ୍ର ସେଠାରୁ ନିଃଶେଷରୂପେ ବିନଷ୍ଟ ହେବ। ତୁମ୍ଭେମାନେ ସେଠାରେ ଦୀର୍ଘଜୀବୀ ହେବ ନାହିଁ। 27 ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ, ତୁମ୍ଭେମାନେ ଅଳ୍ପ ସଂଖ୍ୟକ ହୋଇ ଅବଶିଷ୍ଟ ରହିବ। 28 ସେଠାରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଠମୟ ଓ ପ୍ରସ୍ତରମୟ ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ। 29 କିନ୍ତୁ ସେହି ସ୍ଥାନରେ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଅନ୍ୱେଷଣ କରିବ। ତେବେ ତୁମ୍ଭେମାନେ ଯଦି ହୃଦୟତାର ସହକାରେ ତାଙ୍କୁ ଅନ୍ୱେଷଣ କର ତେବେ ତୁମ୍ଭେ ତାଙ୍କୁ ପାଇପାରିବ। 30 ଯେତେବେଳେ ତୁମ୍ଭେମାନେ ବିପଦରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ, ସେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରିବ ଓ ତାଙ୍କର ସମସ୍ତ ଅନୁଶାସନ ମାନିବ। 31 ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଦୟାଳୁ ପରମେଶ୍ୱର ଅଟନ୍ତି, ସେ ତୁମ୍ଭମାନଙ୍କୁ ତ୍ୟାଗ କରିବେ ନାହିଁ, କି ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଛନ୍ତି ତାହା ଭୂଲି ଯିବେ ନାହିଁ।

ପରମେଶ୍ୱରଙ୍କର ମହାନ କର୍ମକୁ ସ୍ମରଣ କର

32 “ଏହା ପୂର୍ବରୁ ଏପରି ମହାନ କାର୍ଯ୍ୟ କେବେ ଦେଖିଛ କି? କଦାପି ନୁହେଁ କାରଣ ଅତୀତକୁ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରୁ ଦେଖ। ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନଠାରୁ ପୃଥିବୀର ଗ୍ଭରିଆଡ଼େ ଏପରି ମହାନ କାର୍ଯ୍ୟ କେହି କରିଛି। ଏପରି ମହାକାର୍ଯ୍ୟ ଘଟିବାର ଆଉ କେହି ଶୁଣିଛ କି? ନାଁ! 33 ତୁମ୍ଭେ ଯେପରି ଶୁଣିଅଛ, ସେପରି ଅନ୍ୟ କୌଣସି ଦେଶୀୟ ଲୋକ ପରମେଶ୍ୱରଙ୍କର କଥା ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ? 34 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି। 35 ଏହିସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେମାନେ ଜାଣି ପାରିବ, ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାଙ୍କ ଭିନ୍ନ ଆଉ କେହି ନାହିଁ। 36 ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ।

37 “ସେମାନଙ୍କ ପରେ ସେମାନଙ୍କ ଭବିଷ୍ୟଦ୍ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳରେ ମିଶରରୁ ବାହାର କରି ଆଣିଲେ। 38 ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ, ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭମାନଙ୍କ ଆଗରୁ ତଡ଼ି ଦେଇଛନ୍ତି। ସେ ସେମାନଙ୍କ ଦେଶରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦେଲେ, ଯାହା ଆଜି ହୋଇଛି।

39 “ଏଥିପାଇଁ ତୁମ୍ଭେମାନେ ଆଜି ଏହା ଚିନ୍ତା ଓ ହୃଦୟଙ୍ଗମ କରିବା ଉଚିତ୍ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସ୍ୱର୍ଗର ଉପରେ ଓ ପୃଥିବୀ ତଳେ ଅଛନ୍ତି, ଅନ୍ୟ କେହି ନୁହେଁ। 40 ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”

ମୋଶା ସୁରକ୍ଷା ସହରଗୁଡ଼ିକୁ ବାଛିଲେ

41 ଏହା ପରେ ମୋଶା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ତିନୋଟି ନଗର ସଂରକ୍ଷଣ କଲେ। 42 ଯେପରି କେହି ଆପଣା ପ୍ରତିବାସୀକୁ ପୂର୍ବେ ହିଂସା ନ କରି ଅଜ୍ଞାତ ସାରରେ ହତ୍ୟା କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚିପାରେ। 43 ଯଥା ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତରରେ ବେତ୍ସର, ଗାଦୀୟମାନଙ୍କ ନିମନ୍ତେ ରାମୋତ୍ ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍।

ମୋଶାଙ୍କ ବ୍ୟବସ୍ଥାର ପରିଚୟ

44 ଏହା ପରେ ମୋଶା ଇସ୍ରାଏଲୀୟ ସନ୍ତାନଗଣର ସମ୍ମୁଖରେ ଏହି ପରମେଶ୍ୱରଙ୍କ ବ୍ୟବସ୍ଥା କଲେ। 45 ଏହିସବୁ ପ୍ରମାଣିତ ବାକ୍ୟ, ନିୟମ, ବ୍ୟବସ୍ଥା ଯାହାକି ମୋଶା ଇସ୍ରାଏଲର ଲୋକମାନଙ୍କୁ ଦେଲେ, ଯେତେବେଳେ ମିଶରରୁ ବାହାରି ଆସିଲେ। 46 ସିୟୋନ ଦେଶରେ ଇମୋରୀୟମାନଙ୍କର ରାଜା ଯିଏକି ଯର୍ଦ୍ଦନ ନଦୀର ବିପରିତ ପାର୍ଶ୍ୱରେ ଥିବା ବୈ‌‌‌ତ୍‌‌‌ପିୟୋର ସମ୍ମୁଖରେ ହି‌ଷ୍‌ବୋନ୍ ଉପତ୍ୟକାରେ ଶାସନ କରୁଥିଲେ। କାରଣ ମିଶରରୁ ବାହାରି ଆସିବା ବେଳେ ମୋଶା ଓ ଇସ୍ରାଏଲର ଲୋକମାନେ ତାଙ୍କୁ ପରାସ୍ତ କଲେ। 47 ଏବଂ ସେମାନେ ତା’ର ଭୂମିକୁ ବାଶନର ରାଜା ଓ‌‌ଗ୍‌‌ର ଭୂମିକୁ ଅଧିକାର କଲେ। ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଇମୋରୀୟମାନଙ୍କର ଦୁଇ ରାଜା ଥିଲେ। 48 ଏହି ଦେଶ ଅରୋୟେରଠାରୁ ଅର୍ଣ୍ଣୋନ ଉପତ୍ୟକା ଧାରେ ଧାରେ ସିୟୋନ ପର୍ଯ୍ୟନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ଥିଲା। 49 ଏବଂ ଅସେଦୋଦ୍ ପି‌ସ୍‌ଗାର ଅଧଃସ୍ଥିତ ପଦା ଭୂମିରେ ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।

ଦଶ ଆଜ୍ଞା

ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ। ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ,

ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।

“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।

“ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ। ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। 10 କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।

11 ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।

12 ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। 13 ସପ୍ତାହର ଛଦିନ ସମସ୍ତ କର୍ମ କର। 14 କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। 15 ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।

16 ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।

17 ‘ତୁମ୍ଭେ ନରହତ୍ୟା କରିବ ନାହିଁ।

18 ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।

19 ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।

20 ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।

21 ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”

ଲୋକମାନେ ପରମେଶ୍ୱରଙ୍କୁ ଭୟ କରୁଥିଲେ

22 ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ।

23 “ମାତ୍ର ପର୍ବତ ଅଗ୍ନିରେ ଜଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ଶବ୍ଦ ଶୁଣିଲ। ଏହା ପରେ ତୁମ୍ଭମାନଙ୍କର ଗୋଷ୍ଠୀର ମୁଖ୍ୟ ଓ ପ୍ରାଚୀନ ମୋ’ ନିକଟକୁ ଆସିଲେ। 24 ସେମାନେ କହିଲେ, ଦେଖ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ବାକ୍ୟ ଶୁଣିଅଛୁ। ଆମ୍ଭେମାନେ ଆଜି ଦେଖିଲୁ ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ। 25 କିନ୍ତୁ ଯଦି ଆମ୍ଭେମାନେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଅଧିକ ଶୁଣୁ, ତା’ ନ ହେଲେ ଆମ୍ଭେମାନେ ମୃତ୍ୟୁବରଣ କରିବୁ। ସେହି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ୱଂସ କରିବ। ଆମ୍ଭେମାନେ ମରିବାକୁ ଗ୍ଭହୁଁ ନାହୁଁ। 26 ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ। 27 ହେ ମୋଶା ଯାଅ ଓ ଶୁଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ଯାହା ଶୁଣିଛ, ତାହା ଆମ୍ଭମାନଙ୍କୁ କୁହ ଏବଂ ଆମ୍ଭେମାନେ ତାହା ପାଳନ କରିବୁ।’

ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ

28 “ତୁମ୍ଭେମାନେ ମୋତେ ଯେତେବେଳେ ଏପରି କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର କଥା ଶୁଣି ମୋତେ କହିଲେ, ‘ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସେହି କଥା ଶୁଣିଅଛୁ। ସେମାନେ ଯାହା କହିଛନ୍ତି ଭଲ କହିଛନ୍ତି। 29 ଆମ୍ଭେ ଗ୍ଭହୁଁ ତାଙ୍କର ଭାବନାର ପରିବର୍ତ୍ତନ ଘଟୁ। ଆମ୍ଭେ ଗ୍ଭହୁଁ ସେମାନେ ହୃଦୟତାର ସହକାରେ ଆମ୍ଭକୁ ସମ୍ମାନ କରି ଆମ୍ଭର ବାକ୍ୟ ପାଳନ କରନ୍ତୁ। ଏହା ପରେ ସେମାନଙ୍କର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳୀନ ମଙ୍ଗଳ ହେବ।

30 “‘ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ନିଜ ନିଜ ତମ୍ବୁକୁ ଫେରିଯାଅ। 31 ମାତ୍ର ତୁମ୍ଭେ ଏହି ସ୍ଥାନରେ ମୋ’ ନିକଟରେ ଠିଆ ହୁଅ। ମୁଁ ତୁମ୍ଭକୁ ଆଜ୍ଞା, ନିୟମ ଏବଂ ଶାସନସବୁ କହିବି, ମୁଁ ସେମାନଙ୍କୁ ସେମାନଙ୍କର ଅଧିକାର ଦେବି। ଯାହାକି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ଉଚିତ୍ ଏବଂ ସେମାନେ ସେହି ଦେଶରେ ତାହା ମାନିବା ଉଚିତ୍।’

32 “ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ। 33 ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ।

ସର୍ବଦା ପରମେଶ୍ୱରଙ୍କୁ ପ୍ରେମ କର ଓ ତାଙ୍କର ଆଜ୍ଞା ପାଳନ କର

“ଏହିସବୁ ଆଜ୍ଞା, ବ୍ୟବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋତେ କହିଲେ। ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେଦି ଦେଶରେ ତୁମ୍ଭେମାନେ ଏହି ବ୍ୟବସ୍ଥା ପାଳନ କରିବା ଉଚିତ୍। ଏହା ଏପରି ଅଟେ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତୁଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିୟମ ପାଳନ କରିବା ପାଇଁ ମୁଁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହେବ। ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।

“ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭେମାନେ ତାହାକୁ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଗ୍ଭଲିବା ବେଳେ, ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କର ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

10 “ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକୁ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗୁଡ଼ିକ ସହିତ ଏହା ତୁମ୍ଭମାନଙ୍କୁ ଦେବେ, ଯେଉଁଗୁଡ଼ିକ ତୁମ୍ଭେମାନେ ନିର୍ମାଣ କରି ନାହଁ ଏବଂ ଯେଉଁଗୁଡ଼ିକ ବୃହତ ଓ ସୁନ୍ଦର ଅଟେ। 11 ଉତ୍ତମ ସାମଗ୍ରୀରେ ପରିପୂର୍ଣ୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, କୂଅସବୁ ଯାହା ତୁମ୍ଭେ ଖୋଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଯାହାକୁ ତୁମ୍ଭେମାନେ ରୋପଣ କଲ ନାହିଁ, ସେଗୁଡ଼ିକ ତୁମ୍ଭେମାନେ ଭୋଗ କରି ତୃପ୍ତ ହେବ।

12 “ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ। 13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ। 14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚା‌ଦ୍‌ଗାମୀ ହେବ ନାହିଁ। 15 ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି।

16 “ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ। 17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। 18 ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ। 19 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଦୂର କରି ଦେବେ, ଯେ ରୂପେ ସେ କହିଛନ୍ତି।

ପରମେଶ୍ୱରଙ୍କ କାର୍ଯ୍ୟ ବିଷୟରେ ତୁମ୍ଭର ସନ୍ତାନମାନଙ୍କୁ ଶିକ୍ଷା ଦିଅ

20 “ଭବିଷ୍ୟତରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଦେଇଛନ୍ତି, ସେସବୁର ଅଭିପ୍ରାୟ କ’ଣ?’ 21 ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ। 22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। 23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ। ସେ ଦେଶରେ ପରମେଶ୍ୱର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ। 24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରି ପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। 25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’

ମାର୍କ ଲିଖିତ ସୁସମାଗ୍ଭର 11:1-18

ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ(A)

11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”

ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।

ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,

“‘ହୋଶାନ୍ନା [a]
    ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’ (B)

10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
    ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”

11 ଯୀଶୁ ଯିରୁଶାଲମ ଆସି ମନ୍ଦିର [b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।

ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ(C)

12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।

ଯୀଶୁଙ୍କର ମନ୍ଦିରରେ ପ୍ରବେଶ(D)

15 ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। [c] କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’ [d]

18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center