Old/New Testament
ଯିହୁଦାର ରାଜା ଯୋଶିୟ
34 ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। 2 ଯୋଶିୟ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ଯ୍ୟମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ। 3 ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ। 4 ଲୋକମାନେ ବାଲ୍ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ। 5 ଯୋଶିୟ ଯାଜକମାନଙ୍କ ନିଜ ଯଜ୍ଞବେଦି ଉପରେ ସେମାନଙ୍କର ହାଡ଼କୁ ମଧ୍ୟ ଜ୍ୱଳାଇଲେ। ଏହି ପ୍ରକାରେ ଯୋଶିୟ ଯିହୁଦା ଓ ଯିରୁଶାଲମକୁ ପବିତ୍ର କଲେ। 6 ଯୋଶିୟ, ମନଃଶି, ଇଫ୍ରୟିମ୍, ଶିମିୟୋନ ଓ ନପ୍ତାଲି ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସହରରେ ଏହିପରି କଲେ। ସେ ସେହି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶେଷ ପ୍ରତି ମଧ୍ୟ ସେହିରୂପ କଲେ। 7 ଯୋଶିୟ ଯଜ୍ଞବେଦି ଓ ଆଶେରା ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ସେ ଇସ୍ରାଏଲର ସାରା ଦେଶରେ ସମସ୍ତ ସୁଗନ୍ଧବେଦି ଭାଙ୍ଗି ପକାଇଲେ। ଏହା ପରେ ଯୋଶିୟ ଯିରୁଶାଲମକୁ ଫେରିଗଲେ।
8 ତାଙ୍କର ରାଜତ୍ୱର ଅଷ୍ଟାଦଶ ବର୍ଷରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟ, ଶାଫନ୍, ମାସେୟ ଏବଂ ଯୋୟାହଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନଙ୍କ ପିତାଙ୍କର ନାମ ଥିଲା ଅତ୍ସଲିୟ। ମାସେୟ ନଗରର ନେତା ଥିଲେ ଓ ଯୋୟାହଙ୍କ ପିତାଙ୍କର ନାମ ଥିଲା ଯୋୟାହସ। ଯୋୟାହ ବିତରଣ ରକ୍ଷକ ଥିଲେ। 9 ସେହି ଲୋକମାନେ ପ୍ରଧାନ ଯାଜକ ହିଲ୍କିୟଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦେଇଥିବା ଟଙ୍କା ତାଙ୍କୁ ଦେଲେ। ଲେବୀୟ ଦ୍ୱାରପାଳଗଣ ମନଃଶି, ଇଫ୍ରୟିମ ଓ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ଯିହୁଦା, ବିନ୍ୟାମୀନ ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ୟ ଏହି ଟଙ୍କା ସଂଗ୍ରହ କରିଥିଲେ। 10 ଏହା ପରେ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ। 11 କଟା ହୋଇଥିବା ବିରାଟକାୟ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସେମାନେ ବଢ଼େଇ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ୟବହୃତ ହେଲା। ଅତୀତରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକାଗୁଡ଼ିକର ଯତ୍ନ ନେଇ ନ ଥିଲେ। ସେହି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାୟ ହୋଇଯାଇ ଥିଲା। 12-13 ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଯିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ।
ବ୍ୟବସ୍ଥା ନିୟମର ପୁସ୍ତକ ମିଳିଲା
14 ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସେହି ସମୟରେ ହିଲ୍କିୟ ଯାଜକ ମୋଶାଙ୍କ ଦ୍ୱାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଲେ। 15 ହିଲ୍କିୟ ସଚିବ ଶାଫନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଅଛି!” ହିଲ୍କିୟ ଶାଫନଙ୍କୁ ସେହି ପୁସ୍ତକଟି ଦେଲେ। 16 ଶାଫନ୍ ସେହି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ଭୃତ୍ୟମାନଙ୍କୁ ଯାହା କରିବାକୁ କହିଅଛ, ତାହା ସେମାନେ କରୁଛନ୍ତି। 17 ସେମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।” 18 ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହିଲ୍କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ। 19 ରାଜା ଯୋଶିୟ ଯେତେବେଳେ ବ୍ୟବସ୍ଥା ନିୟମର ବାକ୍ୟଗୁଡ଼ିକ ପଢ଼ାଯିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ। 20 ଏହା ପରେ ରାଜା ହିଲ୍କିୟ, ଶାଫନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅବ୍ଦୋନ୍, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ। 21 ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”
22 ହିଲ୍କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟଦ୍ବକ୍ତ୍ରୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁଲ୍ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହିଲ୍କିୟ ଓ ରାଜାଙ୍କ ସେବକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। 23 ହୁଲ୍ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। 25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’
26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: 27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। 28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହିଲ୍କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।
29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। 30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। 31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। 32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। 33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।
ଯୋଶିୟ ନିସ୍ତାରପର୍ବ ପାଳନ କରନ୍ତି
35 ରାଜା ଯୋଶିୟ ଯିରୁଶାଲମରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କଲେ। ପ୍ରଥମ ମାସର ଚତୁର୍ଦ୍ଦଶତମ ଦିବସରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କରାଗଲା। 2 ଯୋଶିୟ ଯାଜକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ସେବାକାର୍ଯ୍ୟ କରୁଥିବା ସମୟରେ ସେ ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ। 3 ଇସ୍ରାଏଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କ ସହିତ ମଧ୍ୟ ଯୋଶିୟ କଥା ହେଲେ। ସେ ସେହି ଲେବୀୟମାନଙ୍କୁ କହିଲେ: “ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା’ ମଧ୍ୟରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇସ୍ରାଏଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ଲୋକ, ଇସ୍ରାଏଲର ଲୋକମାନଙ୍କର ସେବା କର। 4 ତୁମ୍ଭମାନଙ୍କର ପରିବାର ଅନୁଯାୟୀ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ଯ୍ୟସବୁ କରିବାକୁ ଦେଇଛନ୍ତି, ତାହା କର। 5 ଲେବୀୟମାନଙ୍କର ଏକଦଳ ସହ ପବିତ୍ର ସ୍ଥାନରେ ଛିଡ଼ା ହୁଅ। ପ୍ରତ୍ୟେକ ଭିନ୍ନ ଭିନ୍ନ ବଂଶ ନିମନ୍ତେ ଏହିପରି କର। ତେବେ ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରି ପାରିବ। 6 ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେହି ମେଷଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷୟ କରିବାକୁ ଆଦେଶ ଦେଇଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ।”
7 ଯୋଶିୟ ଇସ୍ରାଏଲର ଲୋକମାନଙ୍କୁ 30,000 ମେଷ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ୟା କରିବାକୁ ଦେଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ 3000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ୱ ପଶୁପଲର ଥିଲା। 8 ଯୋଶିୟଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ନିସ୍ତାରପର୍ବରେ ବ୍ୟବହାର କରିବା ନିମନ୍ତେ ସ୍ୱେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହିଲ୍କିୟ, ଯିଖରିୟ ଓ ଯିହୀୟେଲ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାୟିତ୍ୱରେ ଥିଲେ। ସେମାନେ ଯାଜକମାନଙ୍କୁ 2600 ମେଷଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ। 9 ଆହୁରି ମଧ୍ୟ କନାନିୟ, ତାଙ୍କ ଭାଇ ଶମୟିୟ, ନଥନେଲ୍ଙ୍କ ହଶବିୟ, ଯିୟୂୟେଲ ଓ ଯୋଷାବଦ୍ ସହିତ 500 ମେଷ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲେବୀୟମାନଙ୍କୁ ଦେଲେ। ସେହି ଲୋକମାନେ ଲେବୀୟମାନଙ୍କର ନେତାଗଣ ଥିଲେ।
10 ନିସ୍ତାରପର୍ବର ସେବାକାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ସମସ୍ତ ବିଷୟର ପ୍ରସ୍ତୁତ ଶେଷ ହେବାପରେ, ଯାଜକ ଓ ଲେବୀୟମାନେ ସେମାନଙ୍କର ସ୍ଥାନକୁ ଗଲେ। ରାଜା ଏହା ହିଁ ଆଦେଶ ଦେଇଥିଲେ। 11 ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରାଗଲା। ଏହା ପରେ ଲେବୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ଯଜ୍ଞବେଦି ଉପରେ ସେହି ରକ୍ତକୁ ସିଞ୍ଚିଲେ। 12 ଏହା ପରେ ସେମାନେ ବିଭିନ୍ନ ବଂଶକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମୋଶାଙ୍କ ବ୍ୟବସ୍ଥା ନିୟମ ଯେପ୍ରକାର ଶିକ୍ଷା ଦେଇଥିଲା, ସେ ପ୍ରକାରେ ହୋମବଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା। 13 ଲେବୀୟମାନଙ୍କୁ ଯେପ୍ରକାର ଆଦେଶ ଦିଆଯାଇଥିଲା, ସେମାନେ ସେହି ପ୍ରକାରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସେମାନେ ହାଣ୍ଡି, କେଟ୍ଲି ଓ କରେଇରେ ପବିତ୍ର ନୈବେଦ୍ୟଗୁଡ଼ିକୁ ସିଦ୍ଧ କଲେ। ଏହା ପରେ ସେମାନେ ଶୀଘ୍ର ସେହି ମାଂସକୁ ଲୋକମାନଙ୍କୁ ଦେଲେ। 14 ଏହା ସମାପ୍ତ ହେବାପରେ, ଲେବୀୟମାନେ ସେମାନଙ୍କ ନିମନ୍ତେ ଓ ହାରୋଣଙ୍କ ବଂଶଧର ଯାଜକମାନଙ୍କ ନିମନ୍ତେ ମାଂସ ଆଣିଲେ। ଅନ୍ଧକାର ହେବା ପର୍ଯ୍ୟନ୍ତ ଯାଜକମାନେ ଏହି କାର୍ଯ୍ୟରେ ଅତି ବ୍ୟସ୍ତ ରହିଲେ। ସେମାନେ ହୋମବଳି ଉପହାର ଓ ବଳିର ଚର୍ବ୍ବୀ ଜଳାଇବାରେ କଠିନ ପରିଶ୍ରମ କଲେ 15 ଆସଫ୍ଙ୍କ ପରିବାରର ଗାୟକମାନେ ସେହି ସ୍ଥାନରେ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଏବଂ ରାଜାଙ୍କର ଯାଜକ ଯିଦୂଥୂନ୍ ସେମାନଙ୍କୁ ନିଯୁକ୍ତ କରିଥିଲେ। ଦ୍ୱାରପାଳଗଣ ଯେଉଁମାନେ ପ୍ରତ୍ୟେକ ଫାଟକରେ ଥିଲେ, ସେମାନଙ୍କୁ ସେମାନଙ୍କର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସେମାନଙ୍କର ଭ୍ରାତା ଲେବୀୟଗଣ ସେମାନଙ୍କ ପାଇଁ ନିସ୍ତାରପର୍ବର ସାମଗ୍ରୀ ପ୍ରସ୍ତୁତ କରିଥିଲେ।
16 ତେଣୁ ରାଜା ଯୋଶିୟଙ୍କ ଆଦେଶାନୁଯାୟୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସେହି ଦିନ ସମସ୍ତ କାର୍ଯ୍ୟ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହୋମବଳି ଉପହାରସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ଉତ୍ସର୍ଗୀକୃତ ହେଲା। 17 ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ। 18 ଭବିଷ୍ୟଦ୍ବକ୍ତା ଶାମୁୟେଲଙ୍କ ସମୟଠାରୁ ନିସ୍ତାରପର୍ବ ଆଉ କେବେହେଲେ ଏହିପରି ଭାବରେ ପାଳିତ ହୋଇ ନ ଥିଲା। ଇସ୍ରାଏଲର କୌଣସି ରାଜା କେବେହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟ, ଯାଜକମାନେ, ଲେବୀୟମାନେ ଏବଂ ଯିରୁଶାଲମର ସମସ୍ତ ଲୋକଙ୍କ ସହିତ ସେଠାରେ ଥିବା ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକ ବିଶେଷ ପ୍ରକାରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ। 19 ଯୋଶିୟଙ୍କ ରାଜତ୍ୱର ଅଷ୍ଟାଦଶତମ ବର୍ଷରେ ସେମାନେ ଏହି ନିସ୍ତାରପର୍ବ ପାଳନ କଲେ।
ଯୋଶିୟଙ୍କ ମୃତ୍ୟୁ
20 ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 21 କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ।
ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”
22 କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ। 23 ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!”
24 ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ। 25 ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।
26-27 ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ।
ଯିହୁଦାର ରାଜା ଯିହୋୟାହସ୍
36 ଯିହୁଦାର ଲୋକମାନେ ଯିହୋୟାହସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ। 2 ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ। 3 ଏହା ପରେ ମିଶରର ରାଜା ଯିହୋୟାହସଙ୍କୁ ଯିରୁଶାଲମରୁ ଗାଦିଚୁତ୍ୟ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ। 4 ମିଶରର ରାଜା ଯିହୋୟାହସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀମ୍ର ଭାଇ ଯିହୋୟାହସଙ୍କୁ ମିଶରକୁ ନେଇଗଲେ।
ଯିହୁଦାର ରାଜା ଯିହୋୟାକୀମ୍
5 ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।
6 ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖଦ୍ନିତ୍ସର ରାଜା ଯିହୋୟାକୀମଙ୍କୁ ବାବିଲକୁ ନେଇଗଲେ। 7 ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ। 8 ଯିହୋୟାକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସେହିସବୁ “ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଯିହୋୟାଖୀନ୍, ଯିହୋୟାକୀମଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯିହୋୟାଖୀନ୍, ଯିହୋୟାକୀମଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଯିହୋୟାଖୀନ୍
9 ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 10 ବସନ୍ତ ଋତୁରେ, ରାଜା ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖଦ୍ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀନଙ୍କର ଜଣେ ଆତ୍ମୀୟ ଥିଲେ।
ଯିହୁଦାର ରାଜା ସିଦିକିୟ
11 ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। 12 ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟଦ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଯିରୁଶାଲମ ଧ୍ୱଂସ ହେଲା
13 ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। 14 ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। 15 ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। 16 କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟଦ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। 17 ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ। 18 ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। 19 ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। 20 ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। 21 ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”
22 କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋରସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।
23 ପାରସ୍ୟର ରାଜା କୋରସ୍ କହନ୍ତି,
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।
19 ତା’ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। 2 ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। 3 ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ।
4 ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” 5 ତା’ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”
6 ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।”
କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।”
7 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”
8 ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। 9 ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। 10 ପୀଲାତ କହିଲେ, “ତୁମ୍ଭେ କ’ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।”
11 ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା’ର ପାପ ଆହୁରି ଗୁରୁତର।”
12 ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”
13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ‘ଗବ୍ବଥା’ ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। 14 ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।”
15 ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।”
ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?”
ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”
16 ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା।
ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ(A)
ସୈନିକମାନେ ଯୀଶୁଙ୍କୁ ନେଇଗଲେ। 17 ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗଲ୍ଗଥା’ କହନ୍ତି। 18 ସେହି ‘ଗଲ୍ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।
19 ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” 20 ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।
21 ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ।
22 ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।”
2010 by World Bible Translation Center