Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 21:1-22

ଯୀଶୁ ରାଜାଭାବରେ ଯିରୁଶାଲମରେ ପ୍ରବେଶ କଲେ(A)

21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈ‌‌‌‌‌‌ଥ୍‌‌‌‌‌‌ଫାଗୀଠାରେ ଅଟକିଲେ। ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ। ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’”

ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା କହିଥିଲେ:

“ସିୟୋନ ନଗରୀକୁ କୁହ:
    ‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି।
ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି।
    ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି,
    ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’” (B)

ଶିଷ୍ୟମାନେ ଗ୍ଭଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସେମାନେ କାମ କଲେ। ସେମାନେ ମାଈ ଗଧ ଓ ଗଧଛୁଆକୁ ନେଇ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସେହି ଲୁଗା ଉପରେ ବସିଲେ। ଯୀଶୁ ଯିରୁଶାଲମ ରାସ୍ତାରେ ଯାତ୍ରା କଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କର ଲୁଗା ରାସ୍ତାରେ ବିଛେଇ ଦେଲେ। ଆଉ କେତେକ ଲୋକ ଗଛରୁ ଡାଳ ସବୁ କାଟି ରାସ୍ତାରେ ବିଛାଇ ଦେଲେ। ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:

“ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ [a]କର।
    ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। (C)

ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”

10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?”

11 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, “ଏ ହେଉଛନ୍ତି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଛନ୍ତି।”

ଯୀଶୁ ମନ୍ଦିରକୁ ଗଲେ(D)

12 ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ। 13 ଯୀଶୁ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଏ କଥା ଲେଖାଅଛି, ‘ମୋ’ ଘର ପ୍ରାର୍ଥନା ଘର ବୋଲି କୁହାଯିବ।’ [b] କିନ୍ତୁ ତୁମ୍ଭେମାନେ ଏହାକୁ ଡକାୟତଙ୍କ ଆ‌ଡ୍ଡ଼ା ସ୍ଥଳି କରି ଦେଇଛ।” [c]

14 ମନ୍ଦିରରେ କେତେକ ଅନ୍ଧ ଓ କେତେକ ଛୋଟା ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 15 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସରରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସେମାନେ ଶୁଣିଲେ। ପିଲାମାନେ କହୁଥିଲେ, “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର।” ଏସବୁ ଘଟଣାରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।

16 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ପିଲାମାନେ କ’ଣ କହୁଛନ୍ତି, ତୁମ୍ଭେ କ’ଣ ତାହା ଶୁଣି ପାରୁଛ?”

ଯୀଶୁ ଉତ୍ତର ଦେଲେ, “ହଁ ଶୁଣି ପାରୁଛି। ଧର୍ମଶାସ୍ତ୍ର କହେ, ‘ତୁମ୍ଭେ ବାଳକ ଓ ଶିଶୁଙ୍କୁ ପ୍ରଶଂସା ଗାନ କରିବା ପାଇଁ ଶିଖେଇଛ।’ [d] ଏ କଥା କ’ଣ ତୁମ୍ଭେ ଧର୍ମଶାସ୍ତ୍ରରେ ପଢ଼ି ନାହଁ?”

17 ତା’ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଗ୍ଭଲିଗଲେ। ସେ ବେଥନୀୟାକୁ ଗ୍ଭଲିଗଲେ ଓ ସେଠାରେ ରାତିଟି କଟାଇଲେ।

ଯୀଶୁ ବିଶ୍ୱାସର ଶକ୍ତି ପ୍ରକାଶ କଲେ(E)

18 ତା’ ପରଦିନ ଅତି ସକାଳୁ ଯୀଶୁ ଯିରୁଶାଲମ ନଗରକୁ ଫେରୁଥିଲେ। ତାହାଙ୍କୁ ଭୋକ ଲାଗିଲା। 19 ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା।

20 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏତେ ଶୀଘ୍ର ଡିମିରିଗଛଟି କିପରି ଶୁଖି ମରିଗଲା?”

21 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି ତୁମ୍ଭର ବିଶ୍ୱାସ ଥିବ ଓ କୌଣସି ସନ୍ଦେହ ନ ଥିବ ତେବେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭେମାନେ ମଧ୍ୟ ଠିକ୍ ସେହିପରି କରି ପାରିବ। ତୁମ୍ଭେମାନେ ମଧ୍ୟ ଅନେକ ଅଧିକ କାମ କରି ପାରିବ। ତୁମ୍ଭେମାନେ ଏ ପର୍ବତକୁ କହିପାରିବ, ‘ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ରରେ ପଡ଼।’ ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଏହା ଘଟିବ। 22 ତୁମ୍ଭେମାନେ ଯାହାକିଛି ପ୍ରାର୍ଥନାରେ ମାଗିବ, ତାହା ପାଇବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center