Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 27:27-50

ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ(A)

27 ତା’ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ। 28 ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। 29 ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।” 30 ତା’ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। 31 ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ।

ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା(B)

32 ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ। 33 ସେମାନେ ଗ‌‌‌ଲ୍‌ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। 34 ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।

35 ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ। 36 ତା’ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। 37 ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ ଏ ଯିହୂଦୀମାନଙ୍କର ରାଜା ଯୀଶୁ।”

38 ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। 39 ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ, 40 “ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।”

41 ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। 42 ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ। 43 ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’ 44 ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ।

ଯୀଶୁଙ୍କ ମୃତ୍ୟୁ(C)

45 ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା। 46 ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବ‌କ୍‌ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” [a]

47 ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”

48 ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପ‌ଞ୍ଜ୍‌ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। 49 କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।”

50 ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center