Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 30

ବିଶେଷ ପ୍ରତିଜ୍ଞା

30 ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।

“କୌଣସି ପୁରୁଷ ଯେବେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କଲେ, ତେବେ ସେ ଆପଣା ବାକ୍ୟ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ୟ ଅନୁସାରେ ସମସ୍ତ ସାଧନ କରିବ।

“ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ, ଯଦି ତା’ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନ କରେ ତେବେ, ତା’ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାଯିବ। ଯଦି ତା’ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସେଗୁଡ଼ିକ ପାଳନ କରାଯିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦେବେ, ଯେହେତୁ ତା’ର ପିତା ତାକୁ ଏହା କରିବା ପାଇଁ ମନା କଲେ।

“ସେ ଶପଥ କିମ୍ବା ଅସାଧାରଣ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପାରେ। ପୁଣି ତା’ର ସ୍ୱାମୀ ତାହା ଶୁଣି କୌଣସି ଅଭିଯୋଗ ନ କରେ, ତେବେ ତା’ର ପ୍ରତିଜ୍ଞା ପାଳନ ହେବ ଓ ସେ କରିଥିବା ଶପଥ ପାଳନ କରାଯିବ। ମାତ୍ର ଯଦି ତା’ର ସ୍ୱାମୀ ଏ ବିଷୟରେ ଶୁଣେ ଓ ତାହାକୁ ତା’ର ପ୍ରତିଜ୍ଞା ତାକୁ ପାଳନ କରିବାକୁ ବାରଣ କରେ, ତେବେ କରାଯାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।

“ମାତ୍ର ବିଧବା କି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ମାନତ କଲେ, ସେ ଯେକୌଣସି ବିଷୟରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।

10 “କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପାରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପାରେ। 11 ପୁଣି ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତା’ର ସମସ୍ତ ପ୍ରତିଜ୍ଞା ପାଳନ ହେବ, ପୁଣି ସେ ଯେଉଁ ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହେବ। 12 ମାତ୍ର ତା’ର ସ୍ୱାମୀ ଯଦି ଶୁଣିବା ପରେ ତାକୁ ଅସ୍ୱୀକାର କରେ, ତେବେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନେଇଥିବା ଶପଥସବୁ ବାତିଲ ହୋଇଯିବ। ତା’ର ସ୍ୱାମୀ ପ୍ରତିଜ୍ଞା ଭଙ୍ଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ। 13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, କିମ୍ବା ତାହା ସ୍ୱାମୀ ଭଙ୍ଗ କରିପାରେ। 14 ଯଦି ତା’ର ସ୍ୱାମୀ ଶୁଣିବା ପରଠାରୁ ନୀରବ ହୋଇ ରହେ, ତେବେ ତା’ର ପ୍ରତିଜ୍ଞାଗୁଡ଼ିକ ପାଳନ କରାଯିବ କାରଣ ତା’ର ସ୍ୱାମୀ ନୀରବ ହୋଇ ରହିଲା, ଯେତେବେଳେ ସେ ଏବିଷୟରେ ଶୁଣିଲା। 15 କିନ୍ତୁ ଯଦି ସେ ପରେ ତା’ର (ସ୍ତ୍ରୀ) ଶପଥକୁ ପ୍ରତ୍ୟାଖ୍ୟାନ କରେ (ପ୍ରଥମ ଦିନପରେ) ତାହାହାଲେ ସେ (ସ୍ୱାମୀ) ତା’ର (ସ୍ତ୍ରୀର) ଦୋଷ ବହନ କରିବ।”

16 ପୁରୁଷ ଓ ତାହାର ସ୍ତ୍ରୀ ବିଷୟରେ, ପିତା ଓ ପିତ୍ରାଳୟର ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହିସବୁ ଆଜ୍ଞା ଦେଲେ।

ଗୀତସଂହିତା 74

ଆସଫର ମସ୍କୀଲ୍।

74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
    ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
    ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
    ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।

ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
    ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
ଜଙ୍ଗଲରେ କୁରାଢ଼ୀ ବ୍ୟବହାର କରୁଥିବା ଲୋକମାନଙ୍କ ପରି
    ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
    ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
    ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
    କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
    ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ।
ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
    କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି।
    କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
    ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
    ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
    ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
    ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
    ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
    ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
    ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
    ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
    ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
    କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
    ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
    ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
    ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
    ଗରିବ ଏବଂ ଅଭାବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
    ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉ‌ଦ୍‌ଘୋଷ କେବେ ଭୁଲିଯାଅ ନାହିଁ।
    ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 22

ଯିରୁଶାଲମ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

22 ଦର୍ଶନ ଉପତ୍ୟକା ସମ୍ବନ୍ଧୀୟ ଏକ ଦୁଃଖବାର୍ତ୍ତା:

ତୁମ୍ଭମାନଙ୍କର କ’ଣ ହୋଇଛି?
    ତୁମ୍ଭେମାନେ କାହିଁକି ଛାତ ଉପରକୁ ଯାଇଅଛ?
ହେ ଆନନ୍ଦ ଧ୍ୱନିପୂର୍ଣ୍ଣ,
    କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ,
ତୁମ୍ଭର ଲୋକେ ‌‌ଖ‌ଡ଼୍‌ଗରେ ନିହତ ହୋଇ ନାହାନ୍ତି
    କିମ୍ବା ଯୁଦ୍ଧରେ ମରି ନାହାନ୍ତି।
ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାୟନ କଲେ।
    ମାତ୍ର ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ହେଲେ।
ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ।
    ମାତ୍ର ସେମାନେ ଦୂରକୁ ପଳାୟନ କଲେ।

ତେଣୁ ମୁଁ କହୁଛି, “ମୋତେ ଗ୍ଭହଁ ନାହିଁ।
    ମୋତେ କାନ୍ଦିବାକୁ ଦିଅ।
ମୋ’ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ
    ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କର ନାହିଁ।”

ସଦାପ୍ରଭୁ ଏକ ସ୍ୱତନ୍ତ୍ର ଦିନ ବାଛିଛନ୍ତି। ସେହି ଦିନ ସେଠାରେ ବିଦ୍ରୋହ ଓ ବ୍ୟାକୁଳତା ଦେଖା ଦେବ। ଦର୍ଶନ ଉପତ୍ୟକାରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସେହି ଲୋକମାନେ ଉପତ୍ୟକାରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପରେ ଆର୍ତ୍ତନାଦ କରିବେ। ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟମାନେ ତୁଣୀର ଧରି ଯୁଦ୍ଧକୁ ଗଲେ ଓ ତୀର ଢାଲ ଅନାବୃତ କଲେ। ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ। ସେହି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲ।

ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭେମାନେ ସେହି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ। 10 ତୁମ୍ଭେମାନେ ଯିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ। 11 ଆଉ ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ସ୍ଥାନରେ ବଡ଼ ଜଳାଶୟ ଖୋଳିଲ।

ତୁମ୍ଭେମାନେ ନିଜର ସୁରକ୍ଷା ପାଇଁ ଏ ସବୁ କଲ। ମାତ୍ର ଯେ ଏହାକୁ ସାଧନ କଲେ ସେ ସୃଷ୍ଟିକର୍ତ୍ତାଙ୍କୁ ତୁମ୍ଭେ ବିଶ୍ୱାସ କଲ ନାହିଁ। ଦୀର୍ଘକାଳ ଧରି ଯେ ଏହାକୁ ଗଢ଼ିଲେ, ତୁମ୍ଭେମାନେ ତାଙ୍କୁ ଆଦର କଲ ନାହିଁ। 12 ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ। 13 ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି:

“ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର।
    ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର।
ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା
    କାରଣ କାଲି ଆମ୍ଭେମାନେ ମରିବା।”

14 ସଦାପ୍ରଭୁ ସର୍ବଶକ୍ତିମାନ ସ୍ୱୟଂ ମୋର କର୍ଣ୍ଣରେ ପ୍ରକାଶ କଲେ, “ତୁମ୍ଭମାନଙ୍କର ଅପରାଧ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ପାଇବ ନାହିଁ।” ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

ଶୀବନ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

15 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ, 16 “ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠାରେ ଏକ କବର ଖୋଳୁଛ?” ଯିଶାଇୟ କହିଲେ, “ସେହି ଲୋକକୁ ଦେଖ। ସେ ଉଚ୍ଚ ସ୍ଥାନରେ ଆପଣା ପାଇଁ କବର ଖୋଳି ଅଛି। ଶୈଳରେ ନିଜ ପାଇଁ ବାସସ୍ଥାନ ଖୋଦନ କରିଅଛି।

17-18 “ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦେବେ। ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦେବେ ଯେଉଁଠାରେ ତୁମ୍ଭେ ମରିବ।

“ତୁମ୍ଭେ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥଗୁଡ଼ିକ ପାଇଁ ଗର୍ବ କରିବ, ମାତ୍ର ପ୍ରଭୁଙ୍କ ଗୃହରେ ଏହା ନିକୃଷ୍ଟ ବୋଲି ପ୍ରମାଣିତ ହେବ। 19 ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦେବି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ। 20 ଆଉ ସେଦିନ ଆମ୍ଭେ ଆପଣା ଦାସ ହି‌ଲ୍‌‌‌କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା। 21 ସେଦିନ ମୁଁ ତୁମ୍ଭର ପରିଧାନ ନେଇ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କର୍ତ୍ତୃତ୍ୱାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ଯିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହେବ।

22 “ପୁଣି ମୁଁ ଦାଉଦ ବଂଶର ଗ୍ଭବି ତାହାର କାନ୍ଧରେ ରଖିବି। ସେ ଦ୍ୱାର ଖୋଲିଲେ କେହି ବନ୍ଦ କରି ପାରିବେ ନାହିଁ। ପୁଣି ସେ ବନ୍ଦ କଲେ କେହି ଖୋଲିବେ ନାହିଁ। ମୋର ସେହି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ। 23 ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନରେ ବିଦ୍ଧ କରିବି। 24 ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପରେ ଟଙ୍ଗାଇବେ। ସମସ୍ତ ବୟସ୍କ ଓ ଛୋଟ ପିଲାମାନେ ତା’ଉପରେ ନିର୍ଭର କରିବେ। ସେହି ଲୋକମାନେ ପାନପାତ୍ର ଅବଧି କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।”

25 “ସେଦିନ ସେହି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନରେ ବିଦ୍ଧ ହୋଇଥିଲା ତାହା ଦୁର୍ବଳ ହୋଇଯିବ ଓ ଭାଙ୍ଗି ତଳେ ପଡ଼ିଯିବ। ସେହି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥିରେ ଟଙ୍ଗା ଯାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଯିବ। ତା’ପରେ ମୁଁ ଯାହା କହୁଛି ଏହା ଘଟିବ।” କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ପିତରଙ୍କ ଦ୍ୱିତୀୟ ପତ୍ର 3

ଯୀଶୁ ପୁନର୍ବାର ଆସିବେ

ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି। ପବିତ୍ର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।

ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ। ସେମାନେ କହିବେ, “ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବେଳୁ ସେହିପରି ଭାବରେ ଗ୍ଭଲିଛି।”

ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା। ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା। ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ।

ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ। ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।

10 କିନ୍ତୁ ଗ୍ଭେର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ୟ ହୋଇଯିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନିରେ ଧ୍ୱଂସ ହୋଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳିଯିବ। 11 ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍। 12 ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ। 13 କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।

14 ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। 15 ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ। 16 ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ [a] ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।

17 ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ। 18 କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center