Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଏଫିସୀୟଙ୍କ ପ୍ରତି ପତ୍ର 1:15-19

ପାଉଲଙ୍କ ପ୍ରାର୍ଥନା

15 ସେଥିପାଇଁ ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ନିରନ୍ତର ଧନ୍ୟବାଦ ଅର୍ପଣ କଲି। 16 ନିଜର ପ୍ରାର୍ଥନାରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି। 17 ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସେହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ୱର ବିଷୟକ ସମସ୍ତ ତଥ୍ୟକୁ ସ୍ପଷ୍ଟ କରିଦେବ, ଯାହା ଫଳରେ ତୁମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।

18 ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା’ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ। 19 ତୁମ୍ଭେମାନେ ଏହା ମଧ୍ୟ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ୱାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ୱରଙ୍କ ଶକ୍ତି କେତେ ମହାନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center