Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଯୋହନଙ୍କ ପ୍ରଥମ ପତ୍ର 4:7-21

ପ୍ରେମ ପରମେଶ୍ୱରଙ୍କଠାରୁ ଆସେ

ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ପରମେଶ୍ୱରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ୱର ତ ପ୍ରେମ। ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା। 10 ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ:

11 ଏହା ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱରଙ୍କ ମହାନ୍ ପ୍ରେମ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ନିଶ୍ଚୟ ପ୍ରେମ କରିବା। 12 କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ।

13 ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ୱରଙ୍କଠାରେ ରହିଛୁ ଓ ସେ ଆମ୍ଭଠାରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। 14 ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ। 15 ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତାଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ। 16 ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ।

ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି। 17 ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା। 18 ପ୍ରେମରେ ଭୟ ନ ଥାଏ। ବରଂ ପରମେଶ୍ୱର ଦତ୍ତ ସିଦ୍ଧ ପ୍ରେମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ୱରଙ୍କ ପ୍ରେମ ତାହାଠାରେ ସିଦ୍ଧ ହୋଇ ନାହିଁ।

19 ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା 20 ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ। 21 ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center