Daily Reading for Personal Growth, 40 Days with God
17 ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। 18 ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍।
19-20 ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
21 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22 ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। 23 ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। 24 ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।
2010 by World Bible Translation Center