Daily Reading for Personal Growth, 40 Days with God
ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ
16 ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ) [a] ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ। 17 ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ। 18 କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। 19 ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ।
20 ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ୟ ଏପରି ବ୍ୟବହାର କରୁଛ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ’ଣ ପାଇଁ ପାଳନ କରୁଛ: 21 “ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।” 22 ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ। 23 ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ।
2010 by World Bible Translation Center