Beginning
ଶାଉଲ ପ୍ରଥମେ ଭୁଲ୍ କଲେ
13 ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ। 2 ଶାଉଲ ଇସ୍ରାଏଲରୁ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2,000 ମିକ୍ମସ୍ରେ ବୈଥେଲ୍ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।
3 ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।”
ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ। 4 ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।”
ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗିଲ୍ଗଲ୍ରେ ଏକତ୍ରିତ ହେବାକୁ ଡକା ହେଲେ। 5 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମିକ୍ମସ୍ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।
6 ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। 7 ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ୍ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ।
8 ଶାମୁୟେଲ କହିଲେ ସେ ଗିଲ୍ଗଲ୍ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗିଲ୍ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ। 9 ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ। 10 ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।
11 ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?”
ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକଜୁଟ ହୋଇଛନ୍ତି। 12 ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗିଲ୍ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”
13 ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ। 14 ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।” 15 ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗିଲ୍ଗଲ୍ ପରିତ୍ୟାଗ କଲେ।
ମିକ୍ମସ୍ରେ ଯୁଦ୍ଧ
ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି। 16 ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ।
ପଲେଷ୍ଟୀୟମାନେ ମିକ୍ମସ୍ରେ ସେମାନଙ୍କ ଶିବିର ସ୍ଥାପନ କଲେ। 17 ପଲେଷ୍ଟୀୟମାନେ ସେ ଅଞ୍ଚଳରେ ରହୁଥିବା ସ୍ରାଏଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କର ସୁଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣ ଆକ୍ରମଣ କରିବାକୁ ଆରମ୍ଭ କଲେ। ସେମାନେ ତିନି ଦଳରେ ବିଭକ୍ତ ହୋଇ ଦଳେ ଶୂୟାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକୁ ଗଲେ। 18 ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।
19 କୌଣସି ଇସ୍ରାଏଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନ ଥିଲେ ସେମାନଙ୍କର ଭୟଥିଲା ଏହା ଦ୍ୱାରା ଇସ୍ରାଏଲୀୟମାନେ ଖଡ଼୍ଗ ବା ବର୍ଚ୍ଛା ନିର୍ମାଣ କରି ପାରିବେ। 20 ପଲେଷ୍ଟୀୟମାନେ କେବଳ ଲୁହା ଶାଣ ଦେବା କାମ ଛୁରୀ, ଫାଳ, କୁହ୍ରାଡ଼ି ଓ କୋଡ଼ି ପ୍ରଭୃତିରେ ଇସ୍ରାଏଲୀୟମାନେ ସେଠାକୁ ଯାଉଥିଲେ। 21 ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀୟାଂଶ ପାଉନସ୍ ରୂପା ଏବଂ କୁହ୍ରାଡ଼ି ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ। 22 ଏଣୁ ଯୁଦ୍ଧ ସମୟରେ କୌଣସି ଇସ୍ରାଏଲୀୟଙ୍କ ପାଖରେ ଖଡ଼୍ଗ କିମ୍ବା ବର୍ଚ୍ଛା ନ ଥିଲା, କେବଳ ଶାଉଲ ଏବଂ ତାଙ୍କ ପୁତ୍ର ଯୋନାଥନଙ୍କ ପାଖରେ ଲୌହ ଅସ୍ତ୍ର ଥିଲା।
23 ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମିକ୍ମସ୍ ଘାଟୀକୁ ଜଗିବାକୁ ଗଲେ।
ଯୋନାଥନ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ
14 ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ।
2 ସେ ସମୟରେ ଶାଉଲ ଗିବିୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳରେ ଥିଲେ। ପ୍ରାୟ 600 ଲୋକ ତାଙ୍କ ପାଖରେ ଥିଲେ। 3 ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହସ୍ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର।
ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ। 4 ଯୋନାଥନ ସିଧା ରାସ୍ତାଦେଇ ପଲେଷ୍ଟୀୟ ଶିବିରକୁ ଯିବାକୁ ଯୋଜନା କଲେ ସେ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ପଥରସବୁ ଥିଲା। ଘାଟୀର ଏକ ପାର୍ଶ୍ୱରେ ବୋତ୍ସେସ୍ ନାମକ ଏବଂ ଅନ୍ୟ ପାର୍ଶ୍ୱରେ ସେନି ନାମକ ଶିଳାଖଣ୍ତ ଥିଲା। 5 ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡ଼କୁ ମିକ୍ମସ୍ ଆଡ଼କୁ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗେବା ଆଡ଼କୁ ମୁହାଁଇଥିଲା।
6 ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।”
7 ସାହାଯ୍ୟକାରୀ ଯୁବକ ଯୋନାଥନଙ୍କୁ କହିଲା, “ତୁମ୍ଭେ ଯାହା ଭଲ ଭାବୁଛ କର ଏବଂ ତୁମ୍ଭ ସହିତ ସାରାପଥରେ ଅଛି।”
8 ଯୋନାଥନ ଉତ୍ତର ଦେଲେ, “ଆମ୍ଭେ ସେ ଉପତ୍ୟକାକୁ ଅତିକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କୁ ଦେଖିବାକୁ ଦେବା। 9 ଯଦି ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ ଆଡ଼କୁ ଆସିବା’, ତେବେ ଆମ୍ଭେମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ଆଡ଼କୁ ଯିବା ନାହିଁ। 10 ଯଦି ପଲେଷ୍ଟୀୟମାନେ ଆମ୍ଭକୁ କହିବେ ‘ଆମ୍ଭମାନଙ୍କ ପାଖକୁ ଉଠି ଆସ’ ତେବେ ଆମ୍ଭେ ସେମାନଙ୍କ ପାଖକୁ ଯିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ଦେଇଛନ୍ତି। ଆଉ ଏହା ଏକ ପରାଜୟର ଚିହ୍ନ ହେବ।”
11 ତେବେ ସେ ଦୁହେଁ ପଲେଷ୍ଟୀୟଙ୍କ ପ୍ରହରୀମାନଙ୍କ ନିକଟରେ ଆପଣଙ୍କୁ ଦେଖା ଦେଲେ। ପଲେଷ୍ଟୀୟ ପ୍ରହରୀମାନେ କହିଲେ, “ଦେଖ! ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାତରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଛନ୍ତି।” 12 ପଲେଷ୍ଟୀୟ ଶିବିରରେ ଥିବା ପ୍ରହରୀମାନେ ବଡ଼ ପାଟିରେ ଯୋନାଥନ ଓ ତାଙ୍କ ଭୃତ୍ୟକୁ କହିଲେ, “ଏଠାକୁ ଆସ, ଆମ୍ଭେ ତୁମ୍ଭେ ଦୁହିଁଙ୍କୁ ଉଚିତ୍ ଶିକ୍ଷା ଦେବୁ।”
ଯୋନାଥନ ତାଙ୍କ ଭୃତ୍ୟକୁ କହିଲେ, “ମୋତେ ଅନୁସରଣ କରି ପାହାଡ଼ ପର୍ଯ୍ୟନ୍ତ ଆସ। ସଦାପ୍ରଭୁ ଆମ୍ଭକୁ ଇସ୍ରାଏଲଠାରୁ ପଲେଷ୍ଟୀୟକୁ ପରାଜୟ କରିବା ପାଇଁ ପଠାଇଛନ୍ତି।”
13-14 ଏଥିରେ ଯୋନାଥନ ନିଜର ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲେ ଓ ତାହାର ସାହାଯ୍ୟକାରୀ ତାଙ୍କ ପଛେ ପଛେ ଗଲା। ସେମାନେ ସେହି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲେ ଓ ଯେଉଁମାନେ ଆଗରେ ଥିଲେ ସେମାନଙ୍କୁ ହତ୍ୟା କଲେ ଏବଂ ତାଙ୍କର ସାହାଯ୍ୟକାରୀ ପଛରେ ଯୋନାଥନଙ୍କ ଦ୍ୱାରା ଆହତ ହୋଇଥିବା ଲୋକମାନଙ୍କୁ ହତ୍ୟା କଲା। ଅଧା ଏକର ଜମିରେ ଯୋନାଥନ ଏବଂ ତାଙ୍କର ସାହାଯ୍ୟକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡ଼ିଏ ଜଣଙ୍କୁ ହତ୍ୟା କଲେ।
15 ସମସ୍ତ ପଲେଷ୍ଟୀୟ ସୈନ୍ୟମାନେ ଯେଉଁମାନେ ସେହି କ୍ଷେତ୍ରରେ ଥିଲେ, ଯେଉଁମାନେ ଛାଉଁଣିରେ ଥିଲେ, ଯେଉଁମାନେ ଦୁର୍ଗରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରୁ ସାହସୀ ସୈନ୍ୟମାନେ ମଧ୍ୟ ଭୟ କଲେ। ଯେପରି ସେଠାରେ ଭୂମିକମ୍ପ ହେଲା ଏହି ବିଭୀଷିକା ପରମେଶ୍ୱର ପଠାଇଥିଲେ।
16 ସେତେବେଳେ ବିନ୍ୟାମୀନ ପ୍ରଦେଶର ଗିବିୟାରେ ଶାଉଲଙ୍କ ସୈନ୍ୟମାନେ ଦେଖିଲେ ପଲେଷ୍ଟୀୟ ସୈନ୍ୟମାନେ ଏଣେତେଣେ ଦୌଡ଼ୁଛନ୍ତି। 17 ଶାଉଲ ତାଙ୍କ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁଁ ଜାଣିବାକୁ ଗ୍ଭହେଁ କିଏ ଛାଉଣି ତ୍ୟାଗ କରିଛନ୍ତି।”
ଯେତେବେଳେ ସେମାନେ ଗଣନା କରନ୍ତେ ଯୋନାଥନ୍ ଏବଂ ତାଙ୍କ ସାହାଯ୍ୟକାରୀ ଛାଉଣି ତ୍ୟାଗ କରିଛନ୍ତି।
18 ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ। 19 ଶାଉଲ ଯାଜକ ଅହୀୟଙ୍କ ସହ କଥା ହେବା ବେଳେ ପଲେଷ୍ଟୀୟ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ଶାଉଲ ଅଧୈର୍ଯ୍ୟ ହୋଇ ଉଠିଲେ ଏବଂ ଯାଜକ ଅହୀୟକୁ କହିଲେ, “ବନ୍ଦ କର! ତୁମ୍ଭ ହାତ ଏଫୋଦରୁ କାଢ଼ିଆଣ।”
20 ଶାଉଲ ସୈନ୍ୟମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଯୁଦ୍ଧଭୂମିକୁ ପଠାଇଲେ। ପଲେଷ୍ଟୀୟ ସୈନ୍ୟମାନେ ଏମିତି ଦ୍ୱନ୍ଦରେ ପଡ଼ିଗଲେ ଯେ, ଏପରିକି ସେମାନେ ନିଜ ନିଜ ଖଡ଼୍ଗ ଆପଣା ସାଥୀ ସୈନ୍ୟ ବିରୁଦ୍ଧରେ ଉଠାଉଥିଲେ। 21 ଯେଉଁ ଏବ୍ରୀୟମାନେ ପଲେଷ୍ଟୀୟମାନଙ୍କ ଛାଉଣିରେ ସେବା କରୁଥିଲେ। ବର୍ତ୍ତମାନ ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକଙ୍କ ସହିତ ଯୋଗ ଦେଲେ। 22 ସେହି ଇସ୍ରାଏଲୀୟ ଯେଉଁ ସୈନ୍ୟମାନେ ଇଫ୍ରୟିମ ପର୍ବତମୟ ଅଞ୍ଚଳରେ ଲୁଚି ଥିଲେ, ସେମାନେ ମଧ୍ୟ ସମ୍ବାଦ ଶୁଣି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ ଓ ପଲେଷ୍ଟୀୟଙ୍କୁ ଗୋଡ଼ାଇଲେ।
23 ଏହିପରି ସଦାପ୍ରଭୁ ସେଦିନ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପ୍ରତ୍ୟେକ ସୈନ୍ୟ ଶାଉଲଙ୍କ ସହିତ ଥିଲେ। ପ୍ରାୟ 10,000 ଲୋକ ଶାଉଲଙ୍କୁ ସାହାଯ୍ୟ କରୁଥିଲେ। ଇଫ୍ରୟିମ ପର୍ବତ ଦେଶର ସମସ୍ତ ସହରକୁ ଯୁଦ୍ଧ ବ୍ୟାପିଗଲା।
ଶାଉଲ ପୁନର୍ବାର ଏକ ଭୁଲ୍ କଲେ
24 କିନ୍ତୁ ଶାଉଲ ସେଦିନ ପୁଣି ଏକ ଭୁଲ୍ କଲେ। ଯେତେବେଳେ ସୈନ୍ୟମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ହେଲେ, ଶାଉଲ ସେମାନଙ୍କୁ, “ଯଦି କୌଣସି ଲୋକ ସନ୍ଧ୍ୟା ପୂର୍ବରୁ କିମ୍ବା ଶତ୍ରୁ ବିନାଶ କରିବା ପୂର୍ବରୁ ଖାଦ୍ୟ ଗ୍ରହଣ କରେ, ତେବେ ସେ ଦଣ୍ତିତ ହେବ।” ସେ ସେମାନଙ୍କୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ୟ କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।
25-26 ଯୁଦ୍ଧ ହେତୁ ଲୋକମାନେ ବଣକୁ ଆସିଲେ। ସେମାନେ ମୃତ୍ତିକା ଉପରେ ମହୁଫେଣା ଥିବାର ଦେଖିଲେ। ସେମାନେ ମହୁଫେଣା ପାଖକୁ ଗଲେ କିନ୍ତୁ ଖାଇଲେ ନାହିଁ। ସେମାନେ ସେମାନଙ୍କର ପ୍ରତିଜ୍ଞା ଭାଙ୍ଗିଯିବାରେ ଭୟଥିଲା 27 କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷୟରେ ଜାଣି ନ ଥିଲେ। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ୟ କରିଥିବା କଥା ସେ ଜାଣି ନ ଥିଲେ। ଯୋନାଥନ ହାତରେ ବାଡ଼ି ଥିଲା, ସେ ବାଡ଼ିର ଅଗ୍ରଭାଗ ଦ୍ୱାରା କିଛି ମହୁ ବାହାର କରି ଆଣିଲେ ଏବଂ ଖାଇଲେ ଏବଂ ବହୁତ ଆଶ୍ୱସ୍ତ ବୋଧ କଲେ।
28 ଜଣେ ସୈନିକ ଯୋନାଥନକୁ କହିଲା, “ତୁମ୍ଭ ବାପା ସୈନ୍ୟମାନଙ୍କୁ ବାଧ୍ୟ କରିଛନ୍ତି ଯିଏ ଆଜି ଖାଇବ, ସେ ଦଣ୍ତିତ ହେବ। ତେଣୁ ଲୋକମାନେ ଖାଇ ନାହାନ୍ତି ଓ ଦୁର୍ବଳ ଅନୁଭବ କରୁଛନ୍ତି।”
29 ଯୋନାଥନ କହିଲେ, “ମୋ’ ବାପା ଏ ଦେଶକୁ ବହୁତ ସମସ୍ୟା ଆଣିଛନ୍ତି। ଦେଖ! ମୁଁ ଅଳ୍ପ ମହୁ ଖାଇ କିପରି ଆଶ୍ୱସ୍ତ ବୋଧ କରୁଛି। 30 ଯଦି ଆମ୍ଭେ ଲୁଣ୍ଠିତ ହୋଇଥିବା ଖାଦ୍ୟ ଖାଇଥା’ନ୍ତୁ କେତେ ଭଲ ହୋଇଥା’ନ୍ତା? ଆମ୍ଭେ ଅଧିକାଂଶ ପଲେଷ୍ଟୀୟଙ୍କୁ ହତ୍ୟା କରି ପାରିଥା’ନ୍ତୁ।”
31 ପୁଣି ସେଦିନ ଇସ୍ରାଏଲୀୟମାନେ ପଲେଷ୍ଟୀୟଙ୍କୁ ପରାସ୍ତ କଲେ। ସେମାନେ ମିକ୍ମସ୍ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କଲେ। ତେଣୁ ସେମାନେ କ୍ଳାନ୍ତ ଓ କ୍ଷୁଧିତ ହୋଇପଡ଼ିଲେ। 32 ସେମାନେ ମେଣ୍ଢା, ଗାଈ, ବାଛୁରି ପଲେଷ୍ଟୀୟଙ୍କଠାରୁ ଛଡ଼ାଇ ଆଣିଲେ। ଇସ୍ରାଏଲର ଲୋକମାନେ ଏତେ ଭୋକିଲା ହୋଇଥିଲେ ଯେ ସେମାନେ ପଶୁମାନଙ୍କୁ ହତ୍ୟା କରି ରକ୍ତମିଶା କଞ୍ଚାମାଂସ ଖାଇଲେ।
33 ଜଣେ ବ୍ୟକ୍ତି ଶାଉଲଙ୍କୁ କହିଲେ, “ଦେଖନ୍ତୁ ଲୋକମାନେ ରକ୍ତମିଶା ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି।”
ଶାଉଲ କହିଲେ, ତୁମ୍ଭେ ପାପ କରିଅଛ, ବର୍ତ୍ତମାନ ଗୋଟିଏ ପଥରେ ମୋ’ ସମ୍ମୁଖେ ଗୁଡ଼ାଅ। 34 ଶାଉଲ କହିଲେ, “ଯାଅ ଓ ସମସ୍ତଙ୍କୁ କୁହ ସେମାନଙ୍କର ବଳଦ ଓ ମେଷ ମୋ’ ନିକଟକୁ ଆଣିବା ପାଇଁ। ତା'ପରେ ସେମାନେ ନିଶ୍ଚୟ ଏଠାରେ ବଳଦ ଓ ମେଷକୁ ବଧ କରିବେ ଓ ଖାଇବେ। ରକ୍ତମିଶା କଞ୍ଚାମାଂସ ଖାଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କର ନାହିଁ।” 35 ପୁଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କଲେ। ଶାଉଲ ହିଁ ନିଜେ ସେହି ଯଜ୍ଞବେଦି ନିର୍ମାଣ କରିବାକୁ ଆରମ୍ଭ କଲେ।
36 ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।”
ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।”
କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।”
37 ତେଣୁ ଶାଉଲ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟଙ୍କ ପଛରେ ଯିବି କି? ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କୁ ପରାସ୍ତ କରିବାକୁ ଦେବ କି?” କିନ୍ତୁ ପରମେଶ୍ୱର ନୀରବ ରହିଲେ।
38 ତା'ପରେ ଶାଉଲ କହିଲେ, “ସମସ୍ତ ନେତାମାନଙ୍କୁ ମୋ’ ପାଖକୁ ଡାକ। ଆସ ଆମ୍ଭେ ଖୋଜିବା, ଆଜି କିଏ ଏହି ପାପ କଲା। 39 ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ।
40 ତା'ପରେ ଶାଉଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଗୋଟିଏ କଡ଼ରେ ଛିଡ଼ା ହୁଅ। ମୁଁ ଏବଂ ମୋ’ ପୁଅ ଯୋନାଥନ ଅନ୍ୟ ପାର୍ଶ୍ୱରେ ଛିଡ଼ା ହେଉଛୁ।”
ସୈନ୍ୟମାନେ ଉତ୍ତର ଦେଲେ, “ଆପଣ ଯାହା ଗ୍ଭହାନ୍ତି ପ୍ରଭୁ।”
41 ତା'ପରେ ଶାଉଲ ପ୍ରାର୍ଥନା କଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କାହିଁକି ତୁମ୍ଭର ଦାସକୁ ଆଜି ଉତ୍ତର ଦେଲ ନାହିଁ? ଯଦି ମୁଁ କିମ୍ବା ମୋ’ ପୁଅ ଆଜି କିଛି ପାପ କରିଥାଉ, ତେବେ ଇଉରିମ୍[a] ଏବଂ ଇସ୍ରାଏଲୀୟ ପାପ କରିଥା’ନ୍ତି ତେବେ ଥୁମିଅମ୍ ଦିଅନ୍ତୁ।”
ତହିଁରେ ଶାଉଲ ଓ ଯୋନାଥନ ବାଛି ନେଲେ ଏବଂ ଅନ୍ୟମାନେ ଛାଡ଼ ପାଇଲେ। 42 ଏଥର ଶାଉଲ କହିଲେ, “ମୁଁ କିମ୍ବା ମୋ’ ପୁଅ ଯୋନାଥନ ମଧ୍ୟରେ ଗୁଲିବାଣ୍ଟ କର,” ଏଥର ଯୋନାଥନ ନିର୍ଣ୍ଣିତ ହେଲା।
43 ଶାଉଲ ଯୋନାଥନଙ୍କୁ କହିଲେ, “କୁହ, ତୁମ୍ଭେ କ’ଣ କରିଛ।”
ଯୋନାଥନ ଶାଉଲଙ୍କୁ କହିଲା, “ମୁଁ କେବଳ ମୋ’ ବାଡ଼ିର ଅଗ୍ରଭାଗରେ ଅଳ୍ପ ମହୁ ଆହାର କରିଛି। ଏଇଥିପାଇଁ ମୁଁ କ’ଣ ମରିବି?”
44 ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।”
45 ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।
46 ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଫେରିଗଲେ।
ଶାଉଲ ଇସ୍ରାଏଲ ଶତ୍ରୁ ବିରୁଦ୍ଧରେ ଯୁଦ୍ଧକଲେ
47 ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ। 48 ଶାଉଲ ସାହସୀ ଥିଲେ। ସେ ଇସ୍ରାଏଲୀୟମାନଙ୍କ ଲୁଣ୍ଠନକାରୀଙ୍କୁ ଦମନ କଲେ। ସେ ଏପରିକି ଅମାଲେକୀୟମାନଙ୍କୁ ପରାସ୍ତ କଲେ।
49 ଯୋନାଥନ, ଯିଶ୍ବି ଓ ମଲୀଶୂୟ ଶାଉଲଙ୍କର ତିନି ପୁତ୍ର ଥିଲେ। ମେରବ୍ ଓ ମୀଖଲ୍ ତାଙ୍କର ଜ୍ୟେଷ୍ଠା ଓ କନିଷ୍ଠା କନ୍ୟା। 50 ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା।
ଏବଂ ତାଙ୍କ ସେନାପତି ଅବ୍ନର ନରର ପୁତ୍ର ଥିଲେ। ନର ଶାଉଲଙ୍କ କକା ଥିଲେ। 51 ଶାଉଲଙ୍କ ପିତା କୀଶ୍ ଓ ଅବ୍ନରର ପିତା ନର, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ।
52 ଶାଉଲ ସାହସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ଯୁଦ୍ଧ କରିଥିଲେ। ସେ ଯେକୌଣସି ସମୟରେ ସାହସୀ ଓ ଯୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣାର ସେନାବାହିନୀରେ ସାମିଲ କରୁଥିଲେ ଓ ସୁରକ୍ଷା ଦେଉଥିଲେ।
2010 by World Bible Translation Center