Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 1-4

ବଳିଦାନ ଓ ନୈବେଦ୍ୟ

ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରେ, ତେବେ ସେ ନିଜ ପାଳିତ ଗୋରୁ, ମେଷ କିମ୍ବା ଛେଳି ଉତ୍ସର୍ଗ କରୁ।

“ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ। ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।

“ତା'ପରେ ସେ ଗୋଟିଏ ଯୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ-ତମ୍ବୁର ଦ୍ୱାର ନିକଟସ୍ଥ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ପୁଣି ସେ ଯାଜକ ସେହି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ। ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସେହି ଯଜ୍ଞବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ। ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ଯଜ୍ଞବେଦି ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସେହି ଖଣ୍ଡ ସକଳ, ମସ୍ତକ ଓ ମେଦ ରଖିବେ। ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା'ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।

10 “ଯଦି ସେ ମେଷ କିମ୍ବା ଛାଗ ଆପଣା ପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ତାହା ନିଖୁଣ ପୁଂପଶୁ ହୋଇଥିବ। 11 ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ। 12 ତା'ପରେ ସେ ଯାଜକ ତା'ର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦି ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ। 13 ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା'ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।

14 “ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ। 15 ତହୁଁ ଯାଜକ ତାକୁ ଯଜ୍ଞବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଆଉ ତା'ର ରକ୍ତ ଯଜ୍ଞବେଦି ପାର୍ଶ୍ୱରେ ନିଗାଡ଼ିବ। 16 ସେହି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନେଇ ପୂର୍ବପାର୍ଶ୍ୱସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। 17 ତା'ପରେ ସେ ଯାଜକ ତା'ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା'ପରେ ଯାଜକ ଏହାକୁ ସମ୍ପୂର୍ଣ୍ଣଭାବରେ ବେଦିରେ ଥିବା ଅଗ୍ନିକାଠ ମଧ୍ୟରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ହୋମବଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ହେବ।

ଶସ୍ୟ ନୈବେଦ୍ୟ

“ଆଉ କେହି ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଶସ୍ୟ ନୈବେଦ୍ୟ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦାରେ ନୈବେଦ୍ୟ ହେବ। ପୁଣି ସେଥିରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ। ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ। ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

ପକ୍ୱ ଶସ୍ୟ ନୈବେଦ୍ୟ

“ଆଉ ଯଦି କେହି ତୁନ୍ଦୁରରେ ପକ୍ୱ କରି ଶସ୍ୟ-ନୈବେଦ୍ୟ ଦିଏ, ତେବେ ତାହା ତାଡ଼ିଶୂନ୍ୟ ରୋଟୀ ଓ ତୈଳରେ ଛଣା ଯାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହେବ। ପୁଣି ଯଦି ନୈବେଦ୍ୟ କରେଇରେ ସେକା ହୋଇଥିବା ପିଠା ହୁଏ, ତେବେ ଏହା ନିଶ୍ଚିତ ତାଡ଼ିଶୂନ୍ୟ ସରୁ ମଇଦାରୁ ତିଆରି ହୋଇ ତୈଳରେ ଭଜା ହୋଇ ତିଆରି ହୋଇଥିବ। ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ୟ ନୈବେଦ୍ୟ ହେବ। ଯଦି ତୁମ୍ଭେ କରେଇରେ ରୋଷେଇ ହୋଇ ଶେକା ଯାଇଥିବା ଶସ୍ୟ ଦିଅ, ତେବେ ତାହା ନିଶ୍ଚିତ ତେଲରେ ଭଜା ଯାଇଥିବ ଓ ସରୁ ମଇଦାରେ ହୋଇ କରେଇରେ ପରସା ଯାଇଥିବ।

“ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତି ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦେବ ଓ ଯାଜକ ତାକୁ ନେଇ ଯଜ୍ଞବେଦି ଉପରେ ରଖିବ। ପୁଣି ଯାଜକ ସେହି ଭଜା ଶସ୍ୟରୁ କିଛି ଅଂଶ ନେବା ଉଚିତ୍ ଓ ଯଜ୍ଞବେଦି ଉପରେ ଏହି ସ୍ମରଣାର୍ଥକ ଅଂଶ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ଅଟେ। 10 ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।

11 “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍ ନୁହେଁ। 12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାଡ଼ି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହେବ। ଏହାକୁ ଯଜ୍ଞବେଦି ଉପରକୁ ନିଆ ଯାଇ ପାରିବ ନାହିଁ। 13 ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ।

ପ୍ରଥମଜାତ ଶସ୍ୟ ନୈବେଦ୍ୟ

14 “ପୁଣି ଯେବେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଶସ୍ୟ ନୈବେଦ୍ୟ ରୂପେ ଅଗ୍ନିରେ ଭଜା ତାଜା ଶସ୍ୟ ଉତ୍ସର୍ଗ କରିବ। 15 ପୁଣି ତାହା ଉପରେ ତୈଳ ଦେବ ଓ ଲୋବାନି ରଖିବ। ତାହା ଶସ୍ୟ ନୈବେଦ୍ୟ ହେବ। 16 ତା'ପରେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରଣାର୍ଥକ ଅଂଶ ରୂପେ ଦ‌‌‌‌ଗ୍‌‌‌‌ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।

ମଙ୍ଗଳାର୍ଥକ ନୈବେଦ୍ୟ

“ଯେବେ କୌଣସି ବ୍ୟକ୍ତି ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରୁଥାଏ, ତେବେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍। ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ। ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ। ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଳାବକ ନେବ। ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।

“ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷ କିମ୍ବା ଛେଳି ମଧ୍ୟରୁ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ ତେବେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମେଷ ବା ଛେଳି ଉତ୍ସର୍ଗ କରିବ। ଯଦି ସେ ନୈବେଦ୍ୟ ରୂପେ ମେଷ ଉତ୍ସର୍ଗ କରେ ତେବେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖକୁ ତାକୁ ଆଣିବ। ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରମାନେ ତା'ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା'ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ। 10 ସେ ଦୁଇଟି ଗୁରୁଦା ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ, ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। 11 ତତ୍ପରେ ଯାଜକ ସେସମସ୍ତ ନେଇ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଏକ ଉପହାର ହେବ।

12 “ଆଉ ଯଦି କେହି ଛାଗ ନୈବେଦ୍ୟ କରେ, ତେବେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। 13 ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ତା'ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। 14 ତା'ପରେ ସେ ସହଭାଗିତାର ନୈବେଦ୍ୟରୁ ଏକ ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଦେବ। ସେ ଅନ୍ତ ଆଚ୍ଛାଦକ ମେଦ ଓ ଅନ୍ତ ଉପରିସ୍ଥ ମେଦ ସବୁ ଉତ୍ସର୍ଗ କରିବ। 15 ସେ ଦୁଇଟି ଗୁରୁଦା, ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ ଏବଂ ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। 16 ତା'ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର। 17 ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”

ଅଜ୍ଞାତ ପାପ ପାଇଁ ନୈବେଦ୍ୟ

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।

“ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ତେବେ ସେ ଗୋଟିଏ ନିଖୁଣ ବାଛୁରି ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ। ଆଉ ସେହି ଅଭିଷିକ୍ତ ଯାଜକ ସେହି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। ତା'ପରେ ସେ ଯାଜକ ସେହି ରକ୍ତରେ ନିଜର ଆଙ୍ଗୁଠି ବୁଡ଼ାଇ ସଦାପ୍ରଭୁଙ୍କ ଛାମୁରେ ମହାପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ। ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମେଦ, ଯାହାକି ଅନ୍ତ ବୁଜୁଳାର ଉପରିସ୍ଥ ଏବଂ ପାର୍ଶ୍ୱବର୍ତ୍ତୀ ମେଦ ହେବା ଉଚିତ୍। ସେ ଦୁଇଟି ଗୁରୁଦା, ମେଦର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ଗୁରୁଦାର ଏବଂ ଯକୃତର ମେଦ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନେବା ଉଚିତ୍। 10 ସମାଗମ ନୈବେଦ୍ୟର ଗୋରୁ ହୋଇଥିଲେ ଯେପରି ଉତ୍ସର୍ଗ କରାଯାଏ ସେ ସେହିପରି କରିବ। ପୁଣି ଯାଜକ ହୋମବଳିର ବେଦି ଉପରେ ତାହା ଦ‌‌‌‌ଗ୍‌‌‌‌ଧ କରିବ। 11-12 ସେହି ଚର୍ମ, ମେଦ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ଛାଉଣି ବାହାରକୁ ନିଆଯିବା ଉଚିତ୍ ଓ ଧର୍ମକାର୍ଯ୍ୟର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ୱାରା ଦ‌‌‌‌ଗ୍‌‌‌‌ଧ କରିବ।

13 “ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ। 14 ଯଦି ସେମାନେ ସେମାନଙ୍କ କୃତ ପାପ ଜାଣିବେ, ତେବେ ସେମାନେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ-ତମ୍ବୁ ନିକଟକୁ ତାକୁ ଆଣିବେ। 15 ତା'ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ। 16 ତତ୍ପରେ ଅଭିଷିକ୍ତ ଯାଜକ ସେହି ଗୋବତ୍ସର କିଛି ରକ୍ତ ଧରି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। 17 ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ସମ୍ମୁଖରେ ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। 18 ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ। 19 ତା'ପରେ ଯାଜକ ବଳିର ସମସ୍ତ ମେଦ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। 20 ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା'ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ। 21 ତା'ପରେ ସେ ଗୋବତ୍ସକୁ ଛାଉଣି ବାହାରକୁ ନେଇ ପୂର୍ବ ଗୋବତ୍ସ ପରି ତାକୁ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ଏହା ସମଗ୍ର ଇସ୍ରାଏଲର ଲୋକମାନଙ୍କ ପାଇଁ ପାପାର୍ଥକ ନୈବେଦ୍ୟ।

22 “ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ। 23 ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତେବେ ସେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। 24 ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ। 25 ତା'ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ। 26 ତା'ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା'ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।

27 “ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ। 28 ଯଦି ସେହି ଲୋକ ତା'ର ପାପ ବିଷୟରେ ଜ୍ଞାତ ହୁଏ, ତେବେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ। 29 ପୁଣି ସେ ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। 30 ତା'ପରେ ସେ ଯାଜକ ଅଙ୍ଗୁଳିରେ ତା'ର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତା'ର ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। 31 ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।

32 “ଯଦି ସେ ପାପାର୍ଥକ ନୈବେଦ୍ୟ ନିମନ୍ତେ ମେଷଶାବକ ଆଣେ ତେବେ ନିଶ୍ଚିତ ଏକ ନିଖୁଣ ମେଷଶାବକ ଆଣିବ। 33 ପୁଣି ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। 34 ତା'ପରେ ସେ ଯାଜକ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ଅଙ୍ଗୁଳିରେ ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। 35 ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center