Beginning
ଇସ୍ରାଏଲୀୟଙ୍କର ମିଶରରୁ ଯାତ୍ରା
33 ମୋଶା ଓ ହାରୋଣ ଇସ୍ରାଏଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ଯାତ୍ରା କରିଥିଲେ, ତାହାର ବିବିରଣ ଏହି। 2 ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କର ଯାତ୍ରା ଅନୁସାରେ ସେମାନଙ୍କର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସେମାନେ ଗମନ କରିଥିଲେ, ସେହିସବୁ ଯାତ୍ରାର ବିବରଣ ଏହି।
3 ପ୍ରଥମ ମାସର ପଞ୍ଚଦଶ ଦିନରେ, ସେମାନେ ରାମିଷେଷଠାରୁ ଯାତ୍ରା କଲେ। ଇସ୍ରାଏଲର ଲୋକମାନେ ମିଶରବାସୀଙ୍କ ଆଗରେ ଦାମ୍ଭିକତାର ସହକାରେ ବାହାରି ଗଲେ। ଏହା ନିସ୍ତାରପର୍ବର ପରବର୍ତ୍ତି ଦିନ ଥିଲା। 4 ଆଉ ମିଶରୀୟମାନେ ସେହିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ୟୁବରଣ କଲେ, ଯେତେବେଳେ ସଦାପ୍ରଭୁ ସେମାନଙ୍କର ପ୍ରଥମଜାତମାନଙ୍କୁ ହତ୍ୟାକଲେ ଓ ସେମାନଙ୍କର ଦେବଗଣଙ୍କ ବିପକ୍ଷରେ ନ୍ୟାୟ ଆଣିଲେ।
5 ଇସ୍ରାଏଲର ଲୋକମାନେ ରାମିଷେଷଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ। 6 ପୁଣି ସେମାନେ ସୁକ୍କୋତରୁ ଯାତ୍ରା କରି ମରୁଭୂମିର ସୀମାରେ ଏଥମରେ ଛାଉଣି ସ୍ଥାପନ କଲେ। 7 ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫେରି ଆସିଲେ। ସେମାନେ ମିଗ୍ଦୋଲ ନିକଟରେ ଛାଉଣି ସ୍ଥାପନ କଲେ।
8 ଏହା ପରେ ସେମାନେ ପୀହହୀରୋତ୍ର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ଯାତ୍ରା କରି ମାରାରେ ଛାଉଣି ସ୍ଥାପନ କଲେ।
9 ପୁଣି ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ।
10 ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫସାଗର[a] ନିକଟରେ ଛାଉଣି ସ୍ଥାପନ କଲେ।
11 ପୁଣି ସେମାନେ ସୂଫସାଗର ନିକଟରୁ ଯାତ୍ରା କରି ସୀନ୍ ମରୁଭୂମିରେ ଛାଉଣି ସ୍ଥାପନ କଲେ।
12 ପୁଣି ସେମାନେ ସୀନ୍ ମରୁଭୂମିରୁ ଯାତ୍ରା କଲେ ଓ ଦପ୍କାରେ ଛାଉଣି ସ୍ଥାପନ କଲେ।
13 ସେମାନେ ଦପ୍କାରୁ ଯାତ୍ରା କରି ଆଲୂଶରେ ଛାଉଣି ସ୍ଥାପନ କଲେ।
14 ପୁଣି ସେମାନେ ଆଲୂଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ। ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା।
15 ସେମାନେ ରଫୀଦୀମରୁ ଯାତ୍ରା କଲେ ଓ ସୀନୟ ମରୁଭୂମିରେ ଛାଉଣି ସ୍ଥାପନ କଲେ।
16 ସେମାନେ ସୀନୟ ମରୁଭୂମିରୁ ଯାତ୍ରା କରି କିବ୍ରୋତ୍ହତ୍ତାବାରେ ଛାଉଣି ସ୍ଥାପନ କଲେ।
17 ପୁଣି ସେମାନେ କିବ୍ରୋତ୍ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ।
18 ଆଉ ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ।
19 ଏହା ପରେ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନରେ ପେରସରେ ଛାଉଣି ସ୍ଥାପନ କଲେ।
20 ପୁଣି ସେମାନେ ରିମ୍ମୋନ ପେରସରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ।
21 ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ।
22 ତା'ପରେ ସେମାନେ ରିସ୍ସାରୁ ଯାତ୍ରା କରି କହେଲାତ୍ରେ ଛାଉଣି ସ୍ଥାପନ କଲେ।
23 ପୁଣି ସେମାନେ କହେଲାତ୍ରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ।
24 ତା'ପରେ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ।
25 ପୁଣି ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ।
26 ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ।
27 ପୁଣି ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ।
28 ତା'ପରେ ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣି ସ୍ଥାପନ କଲେ।
29 ପୁଣି ସେମାନେ ମିତ୍କାରୁ ଯାତ୍ରା କରି ହଶ୍ମୋନାରେ ଛାଉଣି ସ୍ଥାପନ କଲେ।
30 ତତ୍ପରେ ସେମାନେ ହଶ୍ମୋନାରୁ ଯାତ୍ରା କରି ମଷେରୋତରେ ଛାଉଣି ସ୍ଥାପନ କଲେ।
31 ପୁଣି ସେମାନେ ମଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ।
32 ତା'ପରେ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ।
33 ପୁଣି ସେମାନେ ହୋର୍ହଗିଦ୍ଗଦରୁ ଯାତ୍ରା କରି ଯଟ୍ବାଥାରେ ଛାଉଣି ସ୍ଥାପନ କଲେ।
34 ତା'ପରେ ସେମାନେ ଯଟ୍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ।
35 ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍ସିୟୋନ ଗେବରରେ ଛାଉଣି ସ୍ଥାପନ କଲେ।
36 ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠାରେ ଛାଉଣି ସ୍ଥାପନ କଲେ।
37 ପୁଣି ସେମାନେ କାଦେଶରୁ ଯାଇ ଇଦୋମ ଦେଶ ସୀମାରେ ଅବସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ। 38 ଏହା ପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ। ପୁଣି ଇସ୍ରାଏଲର ଲୋକମାନେ ମିଶରରୁ ବାହାର ହୋଇ ଆସିବାର ଗ୍ଭଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ। 39 ଆଉ ହୋର ପର୍ବତରେ ହାରୋଣ ମୃତ୍ୟୁବରଣ କରିବା ସମୟରେ ସେ 123 ବର୍ଷ ବୟସ୍କ ଥିଲେ।
40 କିଣାନୀୟ ରାଜା ଆରାଦର ନେଗେଭରେ ଶୁଣିଲେ ଯେ, ଇସ୍ରାଏଲର ଲୋକମାନେ ଆସୁଥିଲେ। 41 ତା'ପରେ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍ମୋନାରେ ଛାଉଣି ସ୍ଥାପନ କଲେ।
42 ପୁଣି ସେମାନେ ସଲ୍ମୋନାରୁ ଯାଇ ପୂନୋନରେ ଛାଉଣି ସ୍ଥାପନ କଲେ।
43 ତା'ପରେ ସେମାନେ ପୂନୋନ ତ୍ୟାଗ କରି ଓବୋତରେ ଛାଉଣି ସ୍ଥାପନ କଲେ।
44 ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ସୀମାସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ।
45 ତା'ପରେ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗାଦ୍ରେ ଛାଉଣି ପକାଇଲେ।
46 ପୁଣି ସେମାନେ ଦୀବୋନ୍-ଗାଦ୍ରୁ ଯାତ୍ରା କରି ଅଲ୍ମୋନ-ଦିବ୍ଲାଥୟିମରେ ଛାଉଣି ସ୍ଥାପନ କଲେ।
47 ତହୁଁ ସେମାନେ ଅଲେମାନ-ଦିବ୍ଲାଥୟିମରୁ ଯାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତରେ ଛାଉଣି ସ୍ଥାପନ କଲେ।
48 ପୁଣି ସେମାନେ ଅବାରୀମ ପର୍ବତରୁ ବାହାରି ଯିରୀହୋ ସେପାରିରେ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ। 49 ସେମାନେ ଯର୍ଦ୍ଦନ ପାର୍ଶ୍ୱବର୍ତ୍ତୀ ବୈତଯିଶୀମୋତଠାରୁ ଆବେଲ ଶିଟୀମ୍ ପର୍ଯ୍ୟନ୍ତ ମୋୟାବ ପଦାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।
50 ଯିରୀହୋସ୍ଥିତ ଯର୍ଦ୍ଦନ ସେପାରିରେ ମୋୟାବ ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 51 “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାରହେବ ଏବଂ କିଣାନ ଦେଶରେ ପ୍ରବେଶ କରିବ, 52 ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍। 53 ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସେହି ଦେଶ ଦେଇଅଛୁ। 54 ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ନିଜ ନିଜ ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାନୁସାରେ ଯାହାର ବାଣ୍ଟ ଯେଉଁଠି ହେବ ସେ ତାକୁହିଁ ନେବ। ଏହିରୂପେ ତୁମ୍ଭେମାନେ ଆପଣା ପିତୃବଂଶାନୁସାରେ ଅଧିକାର କରିବ।
55 “ଯଦି ତୁମ୍ଭେମାନେ ସେହି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡ଼ି ବାହାର କରି ନ ଦେବ, ଯେଉଁମାନେ ବାସ କରିବେ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ତୁମ୍ଭେମାନେ ବାସ କରିବ, ସେମାନେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ। 56 ଯଦି ତୁମ୍ଭେମାନେ ସେମାନଙ୍କୁ ତୁମ୍ଭ ଦେଶରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତେବେ ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।”
କିଣାନର ଚତୁଃସୀମା
34 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ କୁହ: “ଯେତେବେଳେ ତୁମ୍ଭେମାନେ କିଣାନ ଦେଶରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହେବ। ଏଗୁଡ଼ିକ ସେହି ଦେଶର ସୀମା ହେବ। 3 ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତର ପର୍ଯ୍ୟନ୍ତ ହେବ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। 4 ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣୟେର ଦକ୍ଷିଣ ଦେଇ ହତ୍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ। 5 ଏହା ପରେ ସେହି ସୀମା ଅସ୍ମୋନରୁ ମିଶର ନଦୀ ଆଡ଼କୁ ବିସ୍ତୃତ ହେବ ଓ ସେହି ଭୂମଧ୍ୟସାଗର ନିକଟରେ ଶେଷ ହେବ। 6 ଭୂମଧ୍ୟସାଗର ପଶ୍ଚିମ ସୀମା ହେବ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। 7 ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଏହା ଭୂମଧ୍ୟସାଗରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ହେବ। 8 ହୋରଠାରୁ ଏହି ସୀମା ଆରମ୍ଭ ହୋଇ ହମାତ ପର୍ଯ୍ୟନ୍ତ ବିସ୍ତୃତ ହୋଇ ସଦାଦ୍ ନିକଟରେ ଶେଷ ହେବ। 9 ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ଯ୍ୟନ୍ତ ବିସ୍ତୃତ ହୋଇ ହତ୍ସର-ଐନନରେ ଶେଷ ହେବ। 10 ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହତ୍ସର-ଐନନଠାରୁ ଆରମ୍ଭ ହୋଇ ଶଫାମ୍ ପର୍ଯ୍ୟନ୍ତ ଯିବ। 11 ସେହି ସୀମା ଶଫାମ୍ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରିବ୍ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ। 12 ପୁଣି ସେ ସୀମା ଯର୍ଦ୍ଦନ ଦେଇ ଯିବ ଓ ମୃତ ସମୁଦ୍ର ନିକଟରେ ଶେଷ ହେବ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହେବ।”
13 ତେଣୁ ମୋଶା ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବାକୁ ଆଜ୍ଞା ଦେଇଅଛନ୍ତି, ତୁମ୍ଭେମାନେ ଯାହାକୁ ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି। 14 ରୁବେନ୍, ଗାଦ୍ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସେମାନଙ୍କର ଅଧିକାର ପାଇଛନ୍ତି। 15 ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ଯିରୀହୋ ପୂର୍ବଦିଗରେ ଯର୍ଦ୍ଦନର ଆରପାରିରେ ସେମାନଙ୍କର ଅଧିକାର ପାଇଅଛନ୍ତି।”
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 17 “ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସେମାନେ ହେଉଛନ୍ତି ଯାଜକ ଇଲିୟାସର ଓ ନୂନର ପୁତ୍ର ଯିହୋଶୂୟ। 18 ପୁଣି ତୁମ୍ଭେମାନେ ଦେଶ ଭାଗ କରିବା ନିମନ୍ତେ ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନେତୃବର୍ଗ ବାଛିବ। 19 ସେହି ଅଧିପତିଗଣଙ୍କର ନାମ ଏହି:
ଯିହୁଦା ଗୋଷ୍ଠୀବର୍ଗରୁ ଯିଫୁନ୍ନିର ପୁତ୍ର କାଲେବ୍।
20 ଶିମିୟୋନର ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ଶମୂୟେଲ।
21 ବିନ୍ୟାମୀନ ଗୋଷ୍ଠୀବର୍ଗରୁ କିଶଲୋନର ପୁତ୍ର ଇଲୀଦଦ୍।
22 ଆଉ ଦାନ ଗୋଷ୍ଠୀବର୍ଗରୁ ଯଗ୍ଳିର ପୁତ୍ର ବୁକ୍କି।
23 ଯୋଷେଫ ବଂଶଧର ମଧ୍ୟରୁ
ମନଃଶି ଗୋଷ୍ଠୀରୁ ଏଫୋଦର ପୁତ୍ର ହନ୍ନୀୟେଲ।
24 ପୁଣି ଇଫ୍ରୟିମ ଗୋଷ୍ଠୀବର୍ଗରୁ ଶିପ୍ତନର ପୁତ୍ର କମୂୟେଲ।
25 ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣ୍ଣକର ପୁତ୍ର ଇଲୀଷାଫନ୍।
26 ଇଷାଖର ଗୋଷ୍ଠୀବର୍ଗରୁ ଅସ୍ସନର ପୁତ୍ର ପଲ୍ଟିୟେଲ।
27 ପୁଣି ଆଶେର ଗୋଷ୍ଠୀବର୍ଗରୁ ଶଲୋମିର ପୁତ୍ର ଅହୀହୂଦ୍।
28 ନପ୍ତାଲି ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ପଦହେଲ୍।”
29 କିଣାନ ଦେଶରେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
2010 by World Bible Translation Center