Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 8-9

ଇଫ୍ରୟିମ ଲୋକମାନେ ଗିଦିୟୋନଙ୍କ ସହିତ କ୍ରୋଧ ହେଲେ। ସେମାନେ ଗିଦିୟୋନଙ୍କୁ ଦେଖିବା ମାତ୍ରେ ପଗ୍ଭରିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ କାହିଁକି ଏପରି ବ୍ୟବହାର କଲ? ତୁମ୍ଭେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା ପୂର୍ବରୁ ଆମକୁ କହିଲ ନାହିଁ କାହିଁକି?”

କିନ୍ତୁ ଗିଦିୟୋନ ସେମାନଙ୍କୁ କହିଲେ, “ତୁମ୍ଭ ତୁଳନାରେ ମୁଁ କ’ଣ ପାଇଛି? ଏହା ସତ୍ୟ ନୁହେଁ କି, ତୁମ୍ଭେ ମୋର ପରିବାର ଅବୀୟେସର ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତା'ଠାରୁ ଅଧିକ ଦ୍ରାକ୍ଷା ତୁମ୍ଭେମାନେ ଜମିରେ ଛାଡ଼ିଛ? ଠିକ୍ ସେହିପରି, ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ମିଦିୟନର ଓରେବ୍ ଓ ସେବ୍ ଦୁଇ ନେତୃବର୍ଗଙ୍କୁ ସମର୍ପଣ କଲେ, କିନ୍ତୁ ମୋର ଫଳକୁ ତୁମ୍ଭ ସହିତ କିପରି ତୁଳନା କରିବି?” ସେମାନେ ଗିଦିୟୋନଙ୍କ କଥାରେ ଶାନ୍ତ ହେଲେ।

ଗିଦିୟୋନ ମିଦିୟନୀୟଙ୍କର ଦୁଇଟି ରାଜାଙ୍କୁ ବନ୍ଦୀ କଲେ

ଏହା ପରେ ଗିଦିୟୋନ ଓ ତାଙ୍କର 300 ଲୋକ ଯର୍ଦ୍ଦନ ନଦୀ ପାର ହେଲେ। ସେମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ[a] ଥିଲେ। ଗିଦିୟୋନ ସୁକ୍‌କୋତର ନାଗରିକମାନଙ୍କୁ କହିଲେ, “ମୋର ସୈନ୍ୟମାନଙ୍କୁ କିଛି ଖାଦ୍ୟଦିଅ। ମୋର ସୈନ୍ୟମାନେ ଅତ୍ୟନ୍ତ କ୍ଳାନ୍ତ। ତଥାପି ମଧ୍ୟ ଆମ୍ଭେମାନେ ମିଦିୟନର ରାଜା ସେବହ ଓ ସଲମୁନ୍ନକୁ ଗୋଡ଼ାଉଛୁ।”

ସୁକ୍‌କୋତର ନେତୃବର୍ଗମାନେ ଗିଦିୟୋନଙ୍କୁ କହିଲେ, “ସେବହ ଓ ସଲମୁନ୍ନଙ୍କୁ ଏପର୍ଯ୍ୟନ୍ତ ଅକ୍ତିଆର କରି ନାହଁ? ଆମ୍ଭେ ତୁମ୍ଭର ସୈନ୍ୟଙ୍କୁ କାହିଁକି ଖାଦ୍ୟ ଦେବୁ?”

ତେଣୁ ଗିଦିୟୋନ କହିଲେ, “ଏହି କାରଣରୁ ଯେତେବେଳେ ସଦାପ୍ରଭୁ ମୋତେ ସେବହ ଓ ସଲମୁନ୍ନକୁ ଅକ୍ତିଆର କରିବା ପାଇଁ ସାହାଯ୍ୟ କରନ୍ତି। ମୁଁ ଏଠାକୁ ଫେରି ଆସିବି ଏବଂ ତା'ପରେ ମୁଁ ତୁମ୍ଭର ମାଂସକୁ ପ୍ରାନ୍ତରରେ କାନକୋଳି କଣ୍ଟା ଦ୍ୱାରା ଫୋଡ଼ିବି।”

ଗିଦିୟୋନ ସେହି ସ୍ଥାନରୁ ପନୂୟେଲକୁ ଗଲେ ଓ ସେଠାରେ ଲୋକମାନଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ, ଯେପରି ସେ ସୁକ୍‌କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ସୁକ୍‌କୋତର ଲୋକମାନଙ୍କ ପରି ପନୂୟେଲର ଲୋକମାନେ ଉତ୍ତର ଦେଲେ। ତେଣୁ ଗିଦିୟୋନ ପନୂୟେଲର ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।”

10 ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ। 11 ଏହା ପରେ ଗିଦିୟୋନ ନୋବହ ଓ ଯ‌ଗ୍‌ବିହର ସହରଗୁଡ଼ିକର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥଦେଇ ଗଲେ। ସେ କାରକ ନଗରରେ ପହଞ୍ଚିଲେ ଏବଂ ଶତ୍ରୁ ଛାଉଣିକୁ ଆକ୍ରମଣ କଲେ। ଯେତେବେଳେ ସେମାନେ ଆକ୍ରମଣକୁ ଆଶା କରି ନ ଥିଲେ। 12 ସେବହ ଓ ସଲମୁନ୍ନ ମିଦିୟନୀୟମାନଙ୍କର ରାଜା ଦୌଡ଼ି ପଳାଇଲେ। କିନ୍ତୁ ଗିଦିୟୋନ ସେମାନଙ୍କୁ ଗୋଡ଼ଇଲେ ଓ ସେମାନଙ୍କୁ କାବୁ କଲେ। ଗିଦିୟୋନ ଏବଂ ତାଙ୍କର ସୈନ୍ୟମାନେ ଶତ୍ରୁ ସୈନ୍ୟବାହିନୀକୁ ପରାସ୍ତ କଲେ।

13 ଏହା ପରେ ଯୋୟାଶର ପୁତ୍ର ଗିଦିୟୋନ ଯୁଦ୍ଧରୁ ଫେରି ଆସିଲେ। ସେମାନେ ହେରସର ଘାଟିଦେଇ ଯୁଦ୍ଧରୁ ଫେରି ଆସିଲେ। 14 ତା'ପରେ ସେ ସୁକ୍‌କୋତ ସହରର ଜଣେ ଯୁବକକୁ ଅକ୍ତିଆର କଲେ ଓ ତାକୁ କେତେକ ପ୍ରଶ୍ନ ପଗ୍ଭରିଲେ। ସେହି ସୁକ୍‌କୋତର ଯୁବକ ସୁକ୍‌କୋତ ସହରର ସତସ୍ତରି ଜଣ ନେତୃବର୍ଗଙ୍କର ନାମ ଲେଖିଲେ।

15 ଏହା ପରେ ଗିଦିୟୋନ ସୁକ୍‌କୋତ ସହରକୁ ଫେରି ଆସିଲେ। ସେ ସେହି ସହରର ଲୋକମାନଙ୍କୁ କହିଲେ, “ଏହିଠାରେ ସେବହ ଓ ସଲମୁନ୍ନ ଅଛନ୍ତି। ତୁମ୍ଭେମାନେ ଏହାକହି ମୋତେ ବିଦ୍ରୂପ କଲ, ‘ଆମ୍ଭେ କାହିଁକି ତୁମ୍ଭ କ୍ଳାନ୍ତ ସୈନିକମାନଙ୍କୁ ଖାଦ୍ୟ ଦେବୁ? ତୁମ୍ଭେମାନେ ଏପର୍ଯ୍ୟନ୍ତ ସେବହ ଓ ସଲମୁନ୍ନକୁ ଧରି ନାହଁ।’” 16 ଗିଦିୟୋନ ସୁକ୍‌କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ ଓ ସେମାନଙ୍କୁ କାନକୋଳି କଣ୍ଟାରେ ବାଡ଼େଇଲେ। 17 ଗିଦିୟୋନ ପନୂୟେଲର ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସେହି ସହରରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ୟା କଲେ।

18 ଏହା ପରେ ଗିଦିୟୋନ ସେବହ ଓ ସଲମୁନ୍ନକୁ କହିଲେ “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ହତ୍ୟା କଲ ସେମାନେ କିପରି ଲୋକ ଥିଲେ?”

ସେବହ ଓ ସଲମୁନ୍ନ ଉତ୍ତର ଦେଲେ, “ସେହି ଲୋକମାନେ ତୁମ୍ଭପରି ଥିଲେ। ସେମାନେ ପ୍ରତ୍ୟେକେ ରାଜକୁମାର ଥିଲେ।”

19 ଗିଦିୟୋନ କହିଲେ, “ସେମାନେ ମୋର ଭାଇ ଥିଲେ। ମୋର ମା’ର ପୁତ୍ର! ଯେହେତୁ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସେମାନଙ୍କୁ ମାରି ନ ଥା’ନ୍ତ ତେବେ ମୁଁ ତୁମ୍ଭକୁ ବର୍ତ୍ତମାନ ମାରି ନ ଥା’ନ୍ତି।”

20 ଏହା ପରେ ଗିଦିୟୋନ ଯେଥରକୁ କହିଲେ, ଯେ କି ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, “ଏହି ରାଜାମାନଙ୍କୁ ହତ୍ୟାକର।” କିନ୍ତୁ ଯେଥର ଜଣେ ବାଳକ ଥିବାରୁ ଭୟ କଲେ। ତେଣୁ ସେ ତାଙ୍କର ‌‌ଖ‌ଡ଼୍‌ଗ ବାହାର କଲେ ନାହିଁ।

21 ଏହା ପରେ ସେବହ ଓ ସ‌ଲ୍‌ମୁନ୍ନ କହିଲେ, “ଆସ ଓ ତୁମ୍ଭେ ନିଜେ ଆମ୍ଭଙ୍କୁ ହତ୍ୟା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନୁଷ୍ୟ। ତୁମ୍ଭେ ଏହା କରି ପାରିବ।” ତେଣୁ ଗିଦିୟୋନ ଉଠି ପଡ଼ିଲେ ଓ ସେମାନଙ୍କୁ ହତ୍ୟା କଲେ। ସେମାନଙ୍କ ଓଟମାନଙ୍କ ଗଳାରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢ଼ି ନେଲେ।

ଗିଦିୟୋନ ଗୋଟିଏ ଏଫୋଦ ତିଆରି କଲେ

22 ଇସ୍ରାଏଲର ଲୋକମାନେ ଗିଦିୟୋନଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ମିଦିୟନୀୟମାନଙ୍କଠାରୁ ରକ୍ଷା କରିଅଛ, ତେଣୁ ତୁମ୍ଭେ ଆମ୍ଭର ଶାସକ ହୁଅ। ଆମ୍ଭେ ତୁମ୍ଭକୁ, ତୁମ୍ଭର ସନ୍ତାନମାନଙ୍କୁ ଆମ୍ଭର ଶାସକ ଭାବେ ଗ୍ଭହୁଁ।”

23 କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।”

24 ଗିଦିୟୋନ ଇସ୍ରାଏଲୀୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି, ତୁମ୍ଭେମାନେ ଯୁଦ୍ଧରେ ନେଇଯାଇଥିବା ସୁବର୍ଣ୍ଣ କର୍ଣ୍ଣ କୁଣ୍ଡଳ ମୋତେ ଦିଅ।” ହାରିଥିବା ଇସ୍ରାଏଲୀୟଙ୍କର ସୁବର୍ଣ୍ଣର କର୍ଣ୍ଣ କୁଣ୍ଡଳକୁ ସେମାନେ ନେଇଯାଇଥିଲେ।

25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତା’ ମଧ୍ୟରେ ନିଜ ନିଜର ଲୁଟିତ ନଥ ପକାଇଲେ। 26 ସେଥିରେ ଚନ୍ଦ୍ରହାର, ଝୁମୁକା ଓ ମିଦିୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାହାର ପ୍ରାର୍ଥୀତ, ସୁବର୍ଣ୍ଣ ନଗର ପରିମାଣ 1,700 ଶେକଲ ସୁନା ହେଲା।

27 ଗିଦିୟୋନ ଏହିସବୁ ସୁବର୍ଣ୍ଣରେ ଏକ ଏଫୋଦ ତିଆରି କଲେ। ସେ ଏହାକୁ ସେମାନଙ୍କ ନଗର ଅଫ୍ରାରେ ରଖିଲେ। ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ସେହି ଏଫୋଦକୁ ଉପାସନା କଲେ। ଏହିପରି ଭାବରେ, ଏଫୋଦକୁ ଉପାସନା କରି ଇସ୍ରାଏଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହେଲେ। ଏହି ଏଫୋଦ ଗିଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ୱରୂପ ହେଲା, ଯାହାକି ସେମାନଙ୍କର ପାପର କାରଣ ହେଲା।

ଗିଦିୟୋନଙ୍କର ମୃତ୍ୟୁ

28 ଇସ୍ରାଏଲ ଅଧୀନରେ ରହିବା ପାଇଁ, ମିଦିୟନର ଲୋକମାନେ ବାଧ୍ୟ କରାଗଲେ। ସେମାନେ ଆଉ କିଛି ଅସୁବିଧାରେ ପଡ଼ିଲେ ନାହିଁ। ତେଣୁ ଗିଦିୟୋନ ବଞ୍ଚିଥିବା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ଦେଶ ଶାନ୍ତିରେ ରହିଲା।

29 ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ। 30 ଗିଦିୟୋନଙ୍କର ନିଜର ସତୁରିଜଣ ସନ୍ତାନ ଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ କାରଣ ତାଙ୍କର ବହୁତ ପତ୍ନୀ ଥିଲେ। 31 ଗିଦିୟୋନଙ୍କର ଶିଖିମଠାରେ ଏକ ଉପପତ୍ନୀ ଥିଲା। ସେହି ଉପପତ୍ନୀର ଏକ ପୁତ୍ର ଥିଲା ଯାହାର ନାମ ଥିଲା ଅବୀମେଲକ୍।

32 ଯୋୟାଶର ପୁତ୍ର ଗିଦିୟୋନ ଅତ୍ୟଧିକ ବାର୍ଦ୍ଧକ୍ୟରେ ପହଞ୍ଚି ମୃତ୍ୟୁବରଣ କଲେ। ଅବୀୟେଷ୍ରୀୟମାନଙ୍କ ଅଫ୍ରାର ସହରରେ ତାଙ୍କ ପିତା ଯୋୟାଶର ନିଜର କବରରେ ଗିଦିୟୋନକୁ କବର ଦିଆଗଲା। 33 ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ‌ବା‌ଲ୍‌ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ। 34 ଇସ୍ରାଏଲର ଲୋକମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ଭୁଲିଗଲେ। ଯଦିଓ ସେ ସେମାନଙ୍କର ଗ୍ଭରିପାଖରେ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ। 35 ଇସ୍ରାଏଲର ଲୋକମାନେ ଯିରୁବ୍ବା‌ଲ୍‌ର ପରିବାର ପ୍ରତି ଆନୁଗତ୍ୟ ରହିଲେ ନାହିଁ। ଯଦିଓ ସେମାନଙ୍କ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ।

ଅବୀମେଲକ୍ ରାଜା ହେଲେ

ଅବୀମେଲକ୍ ଥିଲା ଯିରୁବ୍ବା‌ଲ୍‌ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା'ର ମାର ସମସ୍ତ ପରିବାରକୁ କହିଲା। “ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବା‌ଲ୍‌ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’”

ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚା‌‌ଦ୍‌ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।” ତେଣୁ ପ୍ରାଚୀନମାନେ ତାକୁ ବା‌‌ଲ୍‌‌ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ।

ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା'ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବା‌ଲ୍‌ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।

ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ।

ଯୋଥମର କାହାଣୀ

ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ,

“ମୋ’ କଥା ଶୁଣ, ତା'ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।

“ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’

“ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’

10 “ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’

11 “କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’

12 “ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’

13 “କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’

14 “ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’

15 “କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋ‌ନ୍‌ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’

16 “ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା'ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ। 17 ତା'ପରେ ସେହି ବିଷୟରେ ଚିନ୍ତାକର, ମୋର ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମୋର ପିତା ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ସେ ତା’ ଜୀବନକୁ ବାଜି ଲଗାଇ ମିଦିୟନୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। 18 କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ମୋର ପିତାଙ୍କର ପରିବାର ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତୁରି ପୁତ୍ରଙ୍କୁ ଗୋଟିଏ ପଥରରେ ହତ୍ୟା କଲ। ତୁମ୍ଭେମାନେ ଅବୀମେଲକକୁ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସମ୍ପର୍କୀୟ। ସେ ହେଉଛି ମୋର ପିତାଙ୍କର ଦାସୀ ପୁତ୍ର। 19 ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ। 20 କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦ‌ଗ୍‌ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।”

21 ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା।

ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ

22 ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ। 23 ଅବୀମେଲକ୍ ଯିରୁବ୍ବା‌ଲ୍‌ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ। 24 ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ। 25 ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ।

26 ଏବଦର ପୁତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ଶିଖିମକୁ ଗଲା। ଶିଖିମର ନେତୃବର୍ଗମାନେ ତାଙ୍କ ଉପରେ ବିଶ୍ୱାସ କଲେ।

27 ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା'ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।

28 ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବା‌ଲ୍‌ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା'ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ? 29 ତୁମ୍ଭେ ଯଦି ମୋତେ ତୁମ୍ଭର ଆଦେଶକାରୀ କର, ମୁଁ ଅବୀମେଲକକୁ ବିନଷ୍ଟ କରିଥା’ନ୍ତି। ମୁଁ ତାଙ୍କୁ କହନ୍ତି, ‘ତୁମେ ତୁମ୍ଭର ସୈନ୍ୟକୁ ପ୍ରସ୍ତୁତ କର ଏବଂ ଯୁଦ୍ଧ କରିବାକୁ ବାହାରି ଆସ।’”

30 ସବୂଲ୍ ଥିଲା ଶିଖିମ ନଗରର ନେତା। ସବୂଲ୍ ଜାଣିବାକୁ ପାଇଲା ଯେ, ଏବଦର ପୁତ୍ର ଗାଲ୍ ଯାହା କହିଥିଲା ଏବଂ ଏ କଥାରେ ସେ କ୍ରୋଧାନ୍ୱିତ ହେଲା। 31 ସବୂଲ୍ ଅରୁମାହରେ ଅବୀମେଲକ୍ ନିକଟକୁ ଦୂତ ପଠାଇଲେ ଏବଂ ସେମାନେ କହିଲେ,

“ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଛନ୍ତି। ସେମାନେ ସମସ୍ତ ସହରକୁ ତୁମ୍ଭ ବିରୁଦ୍ଧରେ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି। 32 ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷେତରେ ଲୁଚି ରୁହ। 33 ଏହା ପରେ ଯେତେବେଳେ ପ୍ରଭାତ ହେବ, ନଗରକୁ ଆକ୍ରମଣ କର। ଗାଲ୍ ତା'ର ଲୋକମାନଙ୍କ ସହିତ ଯେତେବେଳେ ବାହାରି ଆସେ, ତୁମ୍ଭ ଦ୍ୱାରା ଯେପରି ହେବ ସେହିପରି କର।”

34 ତେଣୁ ଅବୀମେଲକ୍ ଏବଂ ତା'ର ସୈନ୍ୟମାନେ ରାତ୍ରିରେ ଉଠି ନଗରକୁ ଗଲେ। ସେହି ସୈନ୍ୟମାନେ ଗ୍ଭରିଟି ଦଳରେ ଭାଗ ହେଲେ ଏବଂ ସେମାନେ ଶିଖିମ ନଗର ନିକଟରେ ଲୁଚି ରହିଲେ। 35 ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗର ପ୍ରବେଶ ଦ୍ୱାରରେ ଛିଡ଼ା ହେଲା ଓ ଅବୀମେଲକ୍ ଓ ତା'ର ଲୋକମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ।

36 ଗାଲ୍ ସୈନ୍ୟମାନଙ୍କୁ ଦେଖିଲା। ଗାଲ୍ ସବୂଲକୁ କହିଲେ, “ପର୍ବତରୁ ଓହ୍ଲାଇ ଆସୁଥିବା ସୈନ୍ୟମାନଙ୍କୁ ଦେଖ।”

କିନ୍ତୁ ସବୂଲ ତାଙ୍କୁ କହିଲା, “ପର୍ବତର ଛାଇ ତୁମ୍ଭକୁ ଲୋକମାନଙ୍କ ପରି ଦେଖାଯାଉଛି।”

37 କିନ୍ତୁ ଗାଲ୍ ପୁଣି କହିଲା, “ଦେଖ କେତେକ ଲୋକ ନାଭେଲ ଭୂମିରୁ ଓହ୍ଲାଇ ଆସୁଛନ୍ତି। ଆଉ ଏକ ଦଳ ମିଓନିର୍ନମ ଅଲୋନବୃକ୍ଷର ପଥଦେଇ ଆସୁଛନ୍ତି।” 38 ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।”

39 ତେଣୁ ଗାଲ୍ ଶିଖିମର ନେତୃବର୍ଗଙ୍କୁ ନେତୃତ୍ୱ କରି ବାହାର ହୋଇ ଅବୀମେଲକ୍ ସହିତ ଯୁଦ୍ଧ କଲା। 40 ଅବୀମେଲକ୍ ତାଙ୍କ ପଛେ ପଛେ ଗୋଡ଼ାଇଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ଯ୍ୟନ୍ତ ଗାଲର ଅଧିକାଂଶ ଲୋକମାନେ ମୃତ୍ୟୁବରଣ କଲେ।

41 ଏହା ପରେ ଅବୀମେଲକ୍ ଅରୁମାରେ ରହିଲେ। ତା'ପରେ ସବୂଲ୍ ଗା‌ଲ୍‌କୁ ଓ ତା'ର ଭାତୃଗଣକୁ ତଡ଼ି ଦେଲା। ସେ ସେମାନଙ୍କୁ ଶିଖିମରେ ବାସ କରିବାକୁ ଅନୁମତି ଦେଲା ନାହିଁ।

42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯିବା ବେଳେ କେହି ଜଣେ ଅବୀମେଲକକୁ ଖବର ଦେଲା। 43 ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ନେଇ ସେମାନଙ୍କୁ ତିନି ଦଳରେ ବିଭକ୍ତ କଲେ। ସେମାନେ କ୍ଷେତରେ ନିଜକୁ ଲୁଗ୍ଭଇ ରଖିଲେ ଏବଂ ଯେତେବେଳେ ସେମାନେ ଲୋକମାନଙ୍କୁ ସହରରୁ ବାହାରି ଆସୁଥିବାର ଦେଖିଲେ, ସେମାନଙ୍କୁ ଆକ୍ରମଣ କଲେ। 44 ପୁଣି ଅବୀମେଲକ୍ ତା'ର ଦଳ ପ୍ରବେଶ ଫାଟକ ସମ୍ମୁଖରେ ଛିଡ଼ା ହେଲେ। ଏବଂ ଅନ୍ୟ ଦୁଇଦଳ ବାହାରକୁ ଦୌଡ଼ିଲେ ଏବଂ କ୍ଷେତରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କଲେ। 45 ଅବୀମେଲକ୍ ସେହି ଦିନ ଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗର ହସ୍ତଗତ କରି ନଗରରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ୟା କଲେ। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।

46 ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷୟରେ ଶୁଣିଲେ। ସେମାନେ ଏ‌‌ଲ୍‌‌ବରୀତ୍ ମନ୍ଦିରର ସବୁଠାରୁ ନିରାପଦ ସ୍ଥାନରେ ଏହା ଜାଣିବାକୁ ପାଇଲେ।

47 ଅବୀମେଲକ୍ ଜାଣିବାକୁ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରିତ ହୋଇଥିଲେ। 48 ଏହା ପରେ ଅବୀମେଲକ୍ ଓ ତାଙ୍କର ସମସ୍ତ ଲୋକମାନେ ସ‌‌ଲ୍‌‌ମୋନ୍ ପର୍ବତକୁ ଚଢ଼ିଲେ। ଅବୀମେଲକ୍ କୁହ୍ରାଡ଼ି ନେଇ ବୃକ୍ଷରୁ କେତେକ ଡାଳ ହାଣିଲେ। ସେ ସେଗୁଡ଼ିକ ଉଠାଇଲେ ଏବଂ ସେଗୁଡ଼ିକ ନିଜ କାନ୍ଧରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, “ଯଥାଶୀଘ୍ର, ମୁଁ ଯାହା କଲି ତୁମ୍ଭେ ତାହା କର।” 49 ତେଣୁ ସମସ୍ତ ଲୋକମାନେ ଅବୀମେଲକକୁ ଅନୁସରଣ କଲେ ଓ ଏଲବେରିଥର ମନ୍ଦିର ସୁରକ୍ଷା କୋଠରୀ ସମ୍ମୁଖରେ ଶାଖାଗୁଡ଼ିକ ଗଦା କଲେ। ତା'ପରେ ସେମାନେ ଏହାକୁ ଅଗ୍ନି ସଂଯୋଗ କଲେ। ଏହି ପ୍ରକାରେ ଶିଖିମର ସମସ୍ତ ମାଲିକମାନେ ମୃତ୍ୟୁବରଣ କଲେ। ସେଠାରେ ପାଖାପାଖି 1,000 ପୁରୁଷ ଓ ସ୍ତ୍ରୀ ଥିଲେ।

ଅବୀମେଲକର ମୃତ୍ୟୁ

50 ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ। 51 କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ। 52 ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦ‌ଗ୍‌ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ। 53 ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା। 54 ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା'ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା। 55 ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ।

56 ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ। 57 ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବା‌ଲ୍‌ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center