Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 48-50

ମନଃଶି ଓ ଇଫ୍ରୟିମଙ୍କୁ ଆଶୀର୍ବାଦ

48 ପରେ, ଯୋଷେଫ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ଯୋଷେଫ ତାଙ୍କର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ନେଇ ତାଙ୍କର ପିତାଙ୍କ ନିକଟକୁ ଗଲେ। ଯେତେବେଳେ ଯୋଷେଫ ସେଠାରେ ପହଞ୍ଚିଲେ ସେତେବେଳେ କେହି ଜଣେ ଯାକୁବଙ୍କୁ କହିଲେ, “ତୁମ୍ଭର ପୁତ୍ର ଯୋଷେଫ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।” ଇସ୍ରାଏଲ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣାରେ ବସିଲେ।

ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ସର୍ବଶକ୍ତିମାନ ପରମେଶ୍ୱର କିଣାନ ଦେଶର ଲୁସ୍ ନାମକ ସ୍ଥାନରେ ମୋତେ ଦର୍ଶନ ଦେଲେ, ପରମେଶ୍ୱର ସେଠାରେ ମୋତେ ଆଶୀର୍ବାଦ କଲେ। ପରମେଶ୍ୱର ମୋତେ କହିଲେ, ‘ଦେଖ, ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବି।’ ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି। ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନେବେ। ସେମାନେ ତୁମ୍ଭର ହେବେ ଏବଂ ତାଙ୍କର ଭାଇମାନଙ୍କ ସହିତ ସେମାନେ ସମ୍ପତ୍ତି ପାଇବେ। ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈ‌ଥ୍‌ଲେହମରେ) କବର ଦେଲି।”

ଏହା ପରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଗ୍ଭରିଲେ, “ଏମାନେ କିଏ?”

ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।”

ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”

10 ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ। 11 ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”

12 ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। 13 ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ। 14 ଇସ୍ରାଏଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମୁଣ୍ଡରେ ତାଙ୍କର ବାମ ହସ୍ତ ରଖିଲେ। ଏହା ପରେ ଇସ୍ରାଏଲ ତାଙ୍କର ବାମହସ୍ତ ମନଃଶିର ମସ୍ତକ ଉପରେ ରଖିଲେ ଯିଏ କି ପ୍ରଥମେ ଜନ୍ମ ହୋଇଥିଲା। 15 ଅନନ୍ତର ଇସ୍ରାଏଲ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ,

“ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକ ଗମନାଗମନ କରିଥିଲେ।
    ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି।
16 ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି।
    ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ।
ସେମାନେ ମୋ’ ନାମ
    ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକଙ୍କ ନାମ ବହନ କରିବେ।
ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”

17 ଯୋଷେଫ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରୟିମଙ୍କ ମୁଣ୍ଡରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷେଫଙ୍କୁ ଖୁସୀ କରି ନ ଥିଲା। ଯୋଷେଫ ତାଙ୍କର ହସ୍ତକୁ ଧରି ଇଫ୍ରୟିମଙ୍କ ମୁଣ୍ଡରୁ କାଢ଼ିଲେ ଏବଂ ସେହି ହସ୍ତକୁ ମନଃଶିର ମୁଣ୍ଡରେ ଥୋଇଲେ। 18 ଯୋଷେଫ ତାଙ୍କର ପିତାଙ୍କୁ କହିଲେ, “ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।”

19 କିନ୍ତୁ ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ଜାଣେ ଯେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମହାନ ହେବ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବ।”

20 ତେଣୁ ଇସ୍ରାଏଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ,

“ଯେତେବେଳେ ଇସ୍ରାଏଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ
    ସେମାନେ ତୁମ୍ଭର ନାମ ନେବେ।
ସେମାନେ କହିବେ,
    ‘ଇଫ୍ରୟିମ ଓ ମନଃଶି ପରି ପରମେଶ୍ୱର ତୁମ୍ଭଙ୍କୁ କରନ୍ତୁ।’”

ଏହି ପ୍ରକାରରେ ଇସ୍ରାଏଲ ମନଃଶିଠାରୁ ଇଫ୍ରୟିମଙ୍କୁ ମହାନ କଲେ।

21 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୋର ମୃତ୍ୟୁ ସମୟ ପ୍ରାୟ ସନ୍ନିକଟ। ପରମେଶ୍ୱର ତୁମ୍ଭକୁ ସଦୟ ହୁଅନ୍ତୁ। ସେ ତୁମ୍ଭକୁ ପୁନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନେଇ ଯିବେ। 22 ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖ‌‌‌‌ଡ଼୍‌‌‌‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”

ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ

49 ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।

“ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ।
    ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ।

ରୁବେନ୍

“ହେ ମୋର ପ୍ରଥମ ପୁତ୍ର ରୁବେନ୍,
ତୁମ୍ଭେ ମୋର ପ୍ରଥମଜାତ ପୁତ୍ର।
    ତୁମ୍ଭେ ମୋର ବଳ ଓ ଶକ୍ତିର ପ୍ରଥମ ଫଳ
ଏବଂ ପୁଣି ମୋର ପୁତ୍ରମାନଙ୍କ ମଧ୍ୟରେ
    ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳୀ ଥିଲ।
କିନ୍ତୁ ତୁମ୍ଭର ଆବେଗ ବନ୍ୟା ତୁଲ୍ୟ ଥିଲା, ତୁମ୍ଭେ ନିୟନ୍ତ୍ରଣ କରିପାରିଲ ନାହିଁ।
    ତୁମ୍ଭର ପ୍ରଧାନତା ରହିବ ନାହିଁ।
କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ।
    ତେବେ ତାହା ଅଶୁଚି କଲ।

ଶିମିୟୋନ ଓ ଲେବୀ

“ଶିମିୟୋନ ଓ ଲେବୀ ଦୁଇ ସହୋଦର,
    ସେମାନଙ୍କର ଖ‌‌‌‌ଡ଼୍‌‌‌‌ଗ ଦୌରାତ୍ମ୍ୟର ଅସ୍ତ୍ର।
ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି।
    ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ।
ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା
    ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ।
ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ।
    କାରଣ ତାହା ପ୍ରଚଣ୍ଡ ଥିଲା।
ସେମାନଙ୍କ କୋପ ଅଭିଶପ୍ତ ହେଉ,
    କାରଣ ତାହା ନିଷ୍ଠୁର ଥିଲା।
ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି।
    ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।

ଯିହୁଦା

“ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ।
    ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବ।
    ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ଯିହୁଦା ଏକ ସିଂହ ପରି ଅଟେ।
    ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ।
ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ।
ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା।
    କେହି ତାହାକୁ ଉଠାଇ ପାରବ ନାହିଁ।
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ
    ଓ ତା'ର ଚରଣ ଦ୍ୱୟ ମଧ୍ୟରୁ
ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ।
    ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ।
ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବ।
    ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଆପଣା ପରିଧେୟ ବସ୍ତ୍ର ଧୋଇବ।
12 ତା'ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ
    ଏବଂ ତା'ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହେବ।

ସବୂଲୂନ୍

13 “ସବୂଲୂନ୍ ସମୁଦ୍ର କୂଳରେ ବାସ କରିବ।
    ସେ ଜାହାଜର ଆଶ୍ରିତ ବନ୍ଦର ହେବ।
    ପୁଣି ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାର ସୀମା ହେବ।

ଇଷାଖର

14 “ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ।
    ଭାରି ବୋଝ ବହିଲା ପରେ ସେ ଶୁଏ।
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ
    ଓ ଦେଶକୁ ସୁରମ୍ୟ ଦେଖିବ।
ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ।
    ସେ ବେଠିକାମ କରିବାକୁ ରାଜି ହେବ।

ଦାନ

16 “ଦାନ, ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ
    ଆପଣା ଆପଣା ଲୋକମାନଙ୍କର ବିଗ୍ଭର କରିବ।
17 ଦାନ ପଥସ୍ଥିତ ସର୍ପ ତୁଲ୍ୟ
    ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ୟ।
ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ
    ଅଶ୍ୱାରୋହୀମାନେ ଭୂମିରେ ଲୋଟନ୍ତି।

18 “ହେ ସଦାପ୍ରଭୁ, ମୁଁ ତୁମ୍ଭ ଦ୍ୱାରା ପରିତ୍ରାଣର ଅପେକ୍ଷାରେ ଅଛି।

ଗାଦ୍

19 “ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ।
    କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ।

ଆଶେର

20 “ଆଶେର ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ।
    ସେ ରାଜାଙ୍କୁ ରାଜକୀୟ ଭକ୍ଷ୍ୟ ଯୋଗାଇବ।

ନପ୍ତାଲି

21 “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ,
    ସେ ଆନନ୍ଦଦାୟକ ବାକ୍ୟ କହିବ।

ଯୋଷେଫ

22 “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ।
    ସେ ନିର୍ଝର ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ।
    ତା'ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
23 ଧନୁର୍ଦ୍ଧରମାନେ ତାଙ୍କୁ ଅତିଶୟ କ୍ଳେଶ ଦେଇଛନ୍ତି।
    ପୁଣି ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।
24 କିନ୍ତୁ ତାହାର ଧନୁ ଦୃଢ଼ ଥିଲା
    ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳୀ
ପରମେଶ୍ୱର ଇସ୍ରାଏଲର ମେଷପାଳକଠାରୁ
    କୌଶଳ ପ୍ରାପ୍ତ ହୋଇଥିଲା।
25 ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ
    ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ
ତୁମ୍ଭଙ୍କୁ ଆଶୀର୍ବାଦ ଦେବେ।
ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ
    ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।
26 ତୁମ୍ଭର ପିତାଙ୍କ ଆଶୀର୍ବାଦ
    ପ୍ରାଚୀନ ପର୍ବତଠାରୁ ଅଧିକ ଏବଂ ଭଲ ବିଷୟ
ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ହେବ।
    ଯୋଷେଫ ଯିଏ କି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସେହି ଆଶୀର୍ବାଦ ସମସ୍ତ ଭୋଗ କରୁ।

ବିନ୍ୟାମୀନ

27 “ବିନ୍ୟାମୀନ ଏକ ଭୋକିଲା ଗଧିଆ ତୁଲ୍ୟ।
    ପ୍ରଭାତରେ ସେ ଶିକାର କରି ଖାଏ।
    ଅବଶିଷ୍ଟାଂଶ ସନ୍ଧ୍ୟାରେ ସେ ଦୁହେଁ ଭାଗ କରନ୍ତି।”

28 ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ। 29 ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ। 30 ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମ‌କ୍‌ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। 31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି। 32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” 33 ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।

ଯାକୁବଙ୍କର ସମାଧି

50 ଇସ୍ରାଏଲ ମରିଯିବା ପରେ, ଯୋଷେଫ ବହୁତ ଦୁଃଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ। ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ। ମିଶରୀୟ ଲୋକମାନେ ତାଙ୍କ ପାଇଁ ସତୁରି ଦିନ ଯାଏ ଶୋକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଗ୍ଭଳିଶ୍ ଦିନରେ ଶେଷ ହେଲା।

ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ। ‘ମୋର ପିତାଙ୍କ ମୃତ୍ୟୁ ପୂର୍ବରୁ ମୁଁ ତାଙ୍କଠାରେ ଶପଥ କରିଥିଲି ଯେ ତାଙ୍କର ମୃତ୍ୟୁପରେ କିଣାନ ଦେଶରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦେବି। ତେଣୁ ଏବେ ମୋତେ ଯିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।’”

ଫାରୋ କହିଲେ, “ତୁମ୍ଭର ପ୍ରତିଜ୍ଞା ରକ୍ଷା କରି ଯାଅ, ପିତାଙ୍କୁ କବର ଦିଅ।”

ତେଣୁ ଯୋଷେଫ ତାଙ୍କର ପିତାଙ୍କୁ କବର ଦେବାକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ, ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷେଫଙ୍କ ସହିତ ଗଲେ। ଯୋଷେଫଙ୍କ ପରିବାରର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନରେ କେବଳ ପଶୁ ଓ ପିଲାମାନେ ରହିଲେ। ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।

10 ଏହା ପରେ ସେମାନେ ଯର୍ଦ୍ଦନପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ମହାବିଳାପ କରି ରୋଦନ କଲେ। ସେମାନେ ସେଠାରେ ଯୋଷେଫଙ୍କ ପିତାଙ୍କ ପାଇଁ ସାତ ଦିନ ଶୋକ କଲେ। 11 ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ।

12 ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ। 13 ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମ‌କ୍‌ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା। 14 ଯୋଷେଫ ଆପଣା ପିତାଙ୍କୁ କବର ଦେଇସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ଯାଇଥିବା ସମସ୍ତ ଲୋକ ମିଶରକୁ ଫେରିଗଲେ।

ଭାଇମାନେ ଯୋଷେଫଙ୍କୁ ତଥାପି ଭୟ କରୁଥିଲେ

15 ଯାକୁବଙ୍କର ମୃତ୍ୟୁ ପରେ, ଯୋଷେଫଙ୍କର ଭାଇମାନେ ବ୍ୟସ୍ତ ହୋଇ ପଡ଼ିଲେ। ସେମାନେ ଭୟ କଲେ ଯେ ପୂର୍ବରୁ ସେମାନେ ଯୋଷେଫଙ୍କୁ ଯେପରି କରିଥିଲେ। ସେମାନେ କହିଲେ, “ଯୋଷେଫ ଆମ୍ଭକୁ ଘୃଣା କରିବ ଓ ତା'ର ପ୍ରତିଫଳ ଆମ୍ଭକୁ ଦେବ।” 16 ତେଣୁ ତା'ର ଭାଇମାନେ ଯୋଷେଫଙ୍କ ନିକଟକୁ ବାର୍ତ୍ତା ପଠାଇଲେ: ତୁମ୍ଭ ପିତା ମୃତ୍ୟୁ ପୂର୍ବରୁ କହିଥିଲେ, ତୁମ୍ଭେମାନେ ଯୋଷେଫକୁ ଏହି କଥା କହିବ। 17 ଯୋଷେଫଙ୍କୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରିଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ।’ ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।

ସେମାନେ ଏହା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। 18 ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ହେବୁ।”

19 ଏହା ପରେ ଯୋଷେଫ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ପରମେଶ୍ୱର ନୁହେଁ। ମୋର ଦଣ୍ଡ ଦେବାର ଅଧିକାର ନାହିଁ। 20 ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା। 21 ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ।

22 ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ। 23 ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।

ଯୋଷେଫଙ୍କର ମୃତ୍ୟୁ

24 ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।”

25 ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।”

26 ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center