Beginning
ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ
(ଲୂକ 6:37-38,41-42)
7 “ଅନ୍ୟର ବିଗ୍ଭର କର ନାହିଁ, ତା'ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। 2 ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।
3 “ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? 4 ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! 5 ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା'ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା'ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।
6 “କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।
ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ
(ଲୂକ 11:9-13)
7 “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। 8 କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠକ୍ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।
9 “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ
12 “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
ସ୍ୱର୍ଗ ଏବଂ ନର୍କର ମାର୍ଗ
(ଲୂକ 13:24)
13 “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। 14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି।
ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର
(ଲୂକ 6:43-44; 13:25-27)
15 “ଭଣ୍ଡ ଭବିଷ୍ୟଦ୍ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।
21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। 22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟଦ୍ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’
ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ
(ଲୂକ 6:47-49)
24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା'ର ମୂଳଦୁଆ ପଥର ଉପରେ ରହିଥିଲା।
26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”
28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।
ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ
(ମାର୍କ 1:40-45; ଲୂକ 5:12-16)
8 ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। 2 ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”
3 ତା'ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା'ର କୁଷ୍ଠରୋଗ ଭଲ ହୋଇଗଲା। 4 ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”
ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ
(ଲୂକ 7:1-10; ଯୋହନ 4:43-54)
5 ତା'ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। 6 ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”
7 ତା'ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”
8 ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। 9 ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”
10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”
13 ତା'ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ
(ମାର୍କ 1:29-34; ଲୂକ 4:38-41)
14 ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। 15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।
16 ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ:
“ସେ ଆମ୍ଭର ରୋଗ ସବୁ ନେଇଗଲେ
ଏବଂ ଆମ୍ଭର ଅସୁସ୍ଥତା ବହିଲେ।”(A)
ଯୀଶୁଙ୍କୁ ଅନୁସରଣ କରିବା
(ଲୂକ 9:57-62)
18 ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ। 19 ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।”
20 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”
21 ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା'ପରେ ମୁଁ ଆପଣଙ୍କର ଅନୁସରଣ କରିବି।”
22 କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”
ଅନୁସରଣ କାରୀମାନେ ଯୀଶୁଙ୍କର ଶକ୍ତି ଦେଖିଲେ
(ମାର୍କ 4:35-41; ଲୂକ 8:22-25)
23 ଯୀଶୁ ନୌକାରେ ଯାଇ ବସିଲେ, ଏବଂ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁଗମନ କଲେ। 24 ସେହି ସମୟରେ ହ୍ରଦରେ ଭୟଙ୍କର ଝଡ଼ ହେଲା। ଲହଡ଼ିରେ ଡଙ୍ଗା ଓଲଟ ପାଲଟ ହୋଇ ପଡ଼ୁଥିଲା। କିନ୍ତୁ ଯୀଶୁ ଶୋଇ ଥିଲେ। 25 ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।”
26 ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା'ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।
27 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!”
ଭୂତ କବଳରୁ ଦୁଇଜଣଙ୍କୁ ମୁକ୍ତି
(ମାର୍କ 5:1-20; ଲୂକ 8:26-39)
28 ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ[a] ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ। 29 ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”
30 ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ। 31 ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।”
32 ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା'ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। 33 ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ। 34 ତା'ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ।
2010 by World Bible Translation Center