Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 69

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।

69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
    ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
    ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
    କେବଳ ମୁଁ ବୁଡ଼ିଯିବା ଉପରେ।
ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
    ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
    ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
    ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
    ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
    ସେମାନେ ମିଛରେ ମୋତେ ଗ୍ଭେର କହିଲେ
    ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
    ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
    ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
    ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
    ମୋର ମା’ଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
    ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
    ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
    ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
    ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
    ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
    ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
    ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
    ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
    କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
    ତେଣୁ ମୋତେ ଉତ୍ତର ଦିଅ।
    ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
    ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
    ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
    ଓ ଅପମାନିତ କରିଛନ୍ତି।
    ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
    କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
    ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
    କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
    ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
    ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
    ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
    ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
    କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
    ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
    ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
    ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
    ହେ ପରମେଶ୍ୱର, ମୋତେ ଉଦ୍ଧାର କର।
    ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
    ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
    ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
    ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
    ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
    ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
    ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36     ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
    ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

ଗୀତସଂହିତା 73

ତୃତୀୟ ପୁସ୍ତକ

(ଗୀତସଂହିତା 73–89)

ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।

73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
    ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
    ମୋର ବିଶ୍ୱାସ ପ୍ରାୟ ହରାଇଲି।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
    ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
    କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
    ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
    ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
    ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
    ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
    ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
    ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
    ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
    ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”

12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
    ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
    କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
    ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।

15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
    କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
    କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
    ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
    ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
    ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
    ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
    ରାକ୍ଷସ ପରି ଅଦୃଶ୍ୟ କରିଦିଅ।

21-22 ମୁଁ ନିର୍ବୋଧ ଥିଲି,
    ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
    ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
    ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
    ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
    କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
    ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
    ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
    ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
    ହେ ପରମେଶ୍ୱର, ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ଏଜ୍ରା 7:27-28

ଏଜ୍ରାଙ୍କର ପରମେଶ୍ୱରଙ୍କୁ ପ୍ରଶଂସା

27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି। 28 ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।

ଏଜ୍ରା 8:21-36

21 ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବା ନଦୀ ନିକଟରେ ଉପବାସ ଘୋଷଣା କଲି। 22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।” 23 ଏଣୁ ଆମ୍ଭେମାନେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।

24 ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି। 25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି। 26 ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟପାତ୍ର ଓ 100 ତାଳନ୍ତ ସୁନା। 27 1,000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି। 28 ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର; ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। 29 ସଦାପ୍ରଭୁ ଯିରୁଶାଲମସ୍ଥ ମନ୍ଦିର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପରିବାରର ନେତାମାନଙ୍କର ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁର ସୁରକ୍ଷା କର।”

30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିରକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।

31 ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। 32 ତେଣୁ ଆମ୍ଭେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। 33 ଏହା ପରେ ଚତୁର୍ଥ ଦିନ ସେହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ତୌଲାଯାଇ ଊରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପୀନହ‌ସ୍‌ର ପୁତ୍ର ଏଲିୟାସର ଥିଲା। ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୂୟିର ପୁତ୍ର ନୋୟଦିୟ ଏହି ଲେବୀୟମାନେ ଥିଲେ। 34 ସମଗ୍ର ଦ୍ରବ୍ୟ ଗଣା ଯାଇ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ତୌଲ୍ୟ ଲେଖାଗଲା।

35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ଅଣ୍ତିରା ମେଷ, 77 ମେଷଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଥିଲା।

36 ଏହା ପରେ ସେମାନେ ନଦୀ ସେପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15

ଦୂତଙ୍କର ଶେଷ ମହାମାରୀ

15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
    ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
    ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
    ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
    କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
    କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। ତା'ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

ମାଥିଉ ଲିଖିତ ସୁସମାଗ୍ଭର 14:13-21

ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ

(ମାର୍କ 6:30-44; ଲୂକ 9:10-17; ଯୋହନ 6:1-14)

13 ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ। 14 ଡଙ୍ଗାରୁ ବାହାରି ଆସିବା ବେଳକୁ ଯୀଶୁ ଦେଖିଲେ, ସେଠାରେ ବହୁତ ଲୋକ ଜମା ହୋଇଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।

15 ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା'ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।”

16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଦରକାର ନାହିଁ, ତୁମ୍ଭେ ସେମାନଙ୍କୁ କିଛି ଖାଇବାକୁ ଦିଅ।”

17 ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।”

18 ଯୀଶୁ କହିଲେ, “ସେଗୁଡ଼ିକୁ ମୋ’ ପାଖକୁ ଆଣ।” 19 ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ। ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ। 20 ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତୋଷ ଲାଭ କଲେ। ଲୋକେ ଖାଇସାରିବା ପରେ, ଶିଷ୍ୟମାନେ ବଳକା ଖାଦ୍ୟତକ ବାରଟି ଝୁଡ଼ିରେ ଭର୍ତ୍ତି କଲେ। 21 ସେଠାରେ ପ୍ରାୟ କେବଳ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା'ଛଡ଼ା ସ୍ତ୍ରୀଲୋକ ଓ ପିଲାମାନେ ମଧ୍ୟ ଖାଇଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center