Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।
61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
ମୋର ପ୍ରାର୍ଥନାରେ ମନୋଯୋଗ କର।
2 ମୁଁ ଯେତେବେଳେ ଭୟଭୀତ ହୁଏ,
ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
ନିରାପଦ ସ୍ଥାନକୁ ନେଇଯାଅ।
3 ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।
5 ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7 ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।
68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
2 ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
3 ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
4 ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
ତାଙ୍କ ଆଗରେ ଆନନ୍ଦିତ ହୁଅ।
5 ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
6 ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
7 ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।
8 ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
9 ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
11 ତୁମ୍ଭର ଲୋକମାନେ ଉତ୍ତମ ଖବର
ଘୋଷଣା କରିବାକୁ ବାହାରି ଗଲେ।
12 “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ।
ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ।
13 ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ।
ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ।
ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”
14 ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ।
ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ।
15 ବାଶନ ପର୍ବତ ମହାନ ପର୍ବତ ଅଟେ,
ଯାହାର ବୃହତ ଶୃଙ୍ଗ ଅଛି।
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ?
ପରମେଶ୍ୱର ଏହାକୁ ପ୍ରେମ କରନ୍ତି।
ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
17 ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି।
ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
18 ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ,
ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ
ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ।
ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।
20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
21 ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ।
ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
22 ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି।
କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି।
23 ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ।
ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।”
24 ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି।
ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
25 ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି।
ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।
26 ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର।
ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ।
27 ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି।
ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି।
ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି।
ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି।
28 ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ,
ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ।
29 ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ
ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
30 ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” [a] ଦଣ୍ଡ ଦିଅ।
ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” [b] ଆଦେଶ ମାନିବାକୁ ପ୍ରସ୍ତୁତ କରାଅ।
ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ।
ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ।
ସେହି ଜାତିମାନଙ୍କୁ ବିକ୍ଷିପ୍ତ କର,
ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।
31 ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ।
ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।
32 ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର।
ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର।
33 ପରମେଶ୍ୱରଙ୍କ ପାଇଁ ଗାଅ।
ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି।
ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।
34 ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି।
ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି
ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
35 ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ।
ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି।
ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।
ଅବ୍ନର ଦାଉଦଙ୍କ ସହିତ ଯୋଗଦେବା ପାଇଁ ନିର୍ଣ୍ଣୟ କଲେ
6 ଶାଉଲ ବଂଶ ଓ ଦାଉଦ ବଂଶ ଯୁଦ୍ଧ ଲାଗିବା ସମୟରେ ଅବ୍ନର ଶାଉଲଙ୍କ ଗୃହ ମଧ୍ୟରେ ନିଜକୁ ବଳବାନ୍ କଲା। 7 ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅୟାର କନ୍ୟା ଥିଲା। ଈଶ୍ବୋଶତ୍ ଅବ୍ନରକୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?”
8 ଅବ୍ନର ଈଶ୍ବୋଶତ୍ର କଥା ଶୁଣି ଅତି ରାଗରେ କହିଲା, “ମୁଁ ତ ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ବନ୍ଧୁମାନଙ୍କୁ ଦୟା କରୁଅଛି। ମୁଁ ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ’ ଉପରେ ଆରୋପ କରୁଅଛ। 9-10 ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।” 11 ଈଶ୍ବୋଶତ୍ ଅତ୍ୟନ୍ତ ଭୟରେ ସବୁ କଥା ଅବ୍ନରକୁ କହିପାରି ନ ଥିଲା।
12 ଅବ୍ନର ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ ଏବଂ କହିଲେ, “ଏ ଦେଶକୁ କିଏ ଶାସନ କରିବା ଯୋଗ୍ୟ ବ୍ୟକ୍ତି ବୋଲି ତୁମ୍ଭେ ଭାବୁଛ? ମୋ’ ସହିତ ତୁମ୍ଭେ ଏକ ଚୁକ୍ତି କର ଏବଂ ସମଗ୍ର ଇସ୍ରାଏଲ ଉପରେ ତୁମ୍ଭେ ରାଜତ୍ୱ କରିବା ପାଇଁ ମୁଁ ତୁମ୍ଭକୁ ସାହାଯ୍ୟ କରିବି।”
13 ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”
14 ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି” [a]।
15 ଈଶ୍ବୋଶତ୍ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟିୟେଲ୍ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। 16 ତା’ର ସ୍ୱାମୀ ରୋଦନ କଲା ଏବଂ ବହୁରୀମ ପର୍ଯ୍ୟନ୍ତ ତାକୁ ଅନୁସରଣ କଲା। ତା’ପରେ ଅବ୍ନର ପଲ୍ଟିୟେଲ୍ଙ୍କୁ କହିଲା, “ଯାଅ, ଫେରିଯାଅ,” ତା’ପରେ ସେ ଫେରିଗଲା।
17 ଅବ୍ନର ଏହି ବାର୍ତ୍ତା ଇସ୍ରାଏଲର ନେତାଙ୍କ ପାଖକୁ ପଠାଇଲେ। ସେ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ରାଜା କରିବା ପାଇଁ ଅପେକ୍ଷା କରି ଆସୁଅଛ। 18 ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଥିଲେ ଯେତେବେଳେ ସେ କହିଲେ, ‘ମୁଁ ମୋର ଇସ୍ରାଏଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ଅନ୍ୟ ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ରକ୍ଷା କରିବି। ମୁଁ ଏହା ମୋର ପ୍ରିୟ ଦାସ ଦାଉଦଙ୍କ ଦ୍ୱାରା ହିଁ କରିବି।’”
19 ଅବ୍ନର ଏହିସବୁ କଥାଗୁଡ଼ିକ ଦାଉଦଙ୍କୁ ହିବ୍ରୋଣଠାରେ କହିଲେ, ଏବଂ ବିନ୍ୟାମୀନ ବଂଶଧରକୁ କହିଲେ। ଅବ୍ନରଙ୍କର ଏହିକଥା ଇସ୍ରାଏଲର ଲୋକମାନଙ୍କୁ ଓ ବିନ୍ୟାମୀନ ପରିବାରବର୍ଗର ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।
20 ତା’ପରେ ଅବ୍ନର ଦାଉଦଙ୍କ ପାଖକୁ ହିବ୍ରୋଣକୁ ଆସିଲେ। ଅବ୍ନର ତାଙ୍କ ସହିତ କୋଡ଼ିଏ ଜଣ ଲୋକଙ୍କୁ ସାଙ୍ଗରେ ଆଣିଥିଲେ। ଅବ୍ନର ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଦାଉଦ ଏକ ଭୋଜି ଦେଲେ।
21 ଅବ୍ନର ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା’ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।”
ତେଣୁ ଦାଉଦ ଅବ୍ନରକୁ ଯିବାକୁ ଅନୁମତି ଦେଲେ ଏବଂ ଅବ୍ନର ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।
ଏସିଆରୁ ବାହାରକୁ ଯିବା ପାଇଁ ପାଉଲଙ୍କୁ ଆଦେଶ
6 ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ। 7 ସେମାନେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବା ପାଇଁ ଅନୁମତି ଦେଲେ ନାହିଁ। 8 ତା’ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ।
9 ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।” 10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।
ଲୂଦିଆଙ୍କ ହୃଦୟ ପରିବର୍ତ୍ତନ
11 ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ। 12 ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ।
13 ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ। 14 ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ। 15 ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା।
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ(A)
30 ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। 31 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”
32 ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। 33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। 34 ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।
35 ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। 36 ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା’ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।”
37 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”
ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।”
38 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।”
39 ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” 40 ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ।
41 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।
42 ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। 43 ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। 44 ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା।
ଯୀଶୁ ପାଣି ଉପରେ ଗ୍ଭଲିଲେ(B)
45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେଥ୍ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। 46 ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।
2010 by World Bible Translation Center