Add parallel Print Page Options

20 ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା ଓ ଲୋକମାନେ ଶାଉଲଙ୍କୁ ଏ କଥା କୁହନ୍ତେ, ମୀଖଲ ଯେ ଦାଉଦଙ୍କୁ ପ୍ରେମ କରୁଛି ଶାଉଲ ଏ କଥା ଶୁଣି ଖୁସୀ ହେଲେ। 21 ଶାଉଲ ଭାବିଲେ, “ମୁଁ ମୀଖଲ ମାଧ୍ୟମରେ ଦାଉଦକୁ ଫାସରେ ପକାଇ ଦେବି। ମୁଁ ମୀଖଲକୁ ଦାଉଦଙ୍କ ସହିତ ବିବାହ ଦେବି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦେବେ।” ତେଣୁ ଶାଉଲ ଦାଉଦଙ୍କୁ ଦ୍ୱିତୀୟ ଥର ପାଇଁ କହିଲେ, “ତୁମ୍ଭେ ଆଜି ମୋର କନ୍ୟାକୁ ବିବାହ କରିପାର।”

22 ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, “ତୁମ୍ଭେ ଦାଉଦଙ୍କୁ ବ୍ୟକ୍ତିଗତ ଭାବରେ କୁହ ଯେ, ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସେମାନଙ୍କର ଅଧିକାରୀଗଣ ମଧ୍ୟ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତୁମ୍ଭେ ତାଙ୍କର କନ୍ୟାକୁ ବିବାହ କରିବା ଉଚିତ୍।”

23 ଶାଉଲଙ୍କ ଦାସମାନେ ଏ କଥା ଦାଉଦଙ୍କୁ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭେ କ’ଣ ଭାବୁଛ ରାଜାଙ୍କର ଜ୍ୱାଇଁ ହେବା ଅତି ସହଜ? ମୋର ଏତେ ଅର୍ଥ ନାହିଁ ଯାହାକି ମୁଁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରି ପାରିବି। ମୁଁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମୋର ଅଳ୍ପ ମାନ୍ୟ।”

24 ଶାଉଲର ଦାସମାନେ ଦାଉଦ କ’ଣ କହିଲା ତାହା ଶାଉଲଙ୍କୁ କହିଲେ। 25 ଶାଉଲ ସେମାନଙ୍କୁ କହିଲେ, “ତୁମ୍ଭେ ଦାଉଦଙ୍କୁ ଏ କଥା କୁହ, ‘ରାଜା ଗ୍ଭହାନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅ ପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରୁ ପ୍ରତିଶୋଧ ନେବାକୁ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସୁନ୍ନତ ଚର୍ମ ଗ୍ଭହାନ୍ତି।’” ପଲେଷ୍ଟୀୟମାନଙ୍କ ଦ୍ୱାରା ଦାଉଦଙ୍କୁ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।

26 ଶାଉଲଙ୍କର ଦାସମାନେ ଦାଉଦଙ୍କୁ ଏପରି ଶୁଣାନ୍ତେ ଦାଉଦ ରାଜି ହୋଇଗଲେ। ଦାଉଦ ବହୁତ ଖୁସୀ ହେଲେ ଯେ ତାଙ୍କୁ ଏକ ରାଜାଙ୍କର ଜ୍ୱାଇଁ ହେବା ପାଇଁ ସୁଯୋଗ ମିଳିଛି। ତେଣୁ ସେ ହଠାତ୍ ଯଥାକାର୍ଯ୍ୟ କଲା। 27 ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ। ସେମାନେ ଦୁଇ ଶହ ପଲେଷ୍ଟୀୟମାନଙ୍କୁ ବଧ କଲେ। ଦାଉଦ 200 ପଲେଷ୍ଟୀୟମାନଙ୍କର ସୁନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କୁ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହୁଁଥିଲେ ରାଜାଙ୍କର ଜ୍ୱାଇଁ ହେବା ପାଇଁ।

ଶାଉଲ ତାଙ୍କର କନ୍ୟା ମୀଖଲକୁ ଦାଉଦ ସହ ବିବାହ ଦେଲେ। 28 ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ୟ ଦେଖିଲେ ଯେ ତାଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କରୁଅଛି। 29 ତେଣୁ ଶାଉଲ ଦାଉଦଙ୍କୁ ଅଧିକ ଭୟ କଲେ। ଶାଉଲ ସର୍ବଦା ଦାଉଦଙ୍କର ବିରୋଧୀ ହୋଇ ରହିଲେ।

30 ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇସ୍ରାଏଲୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରତ୍ୟେକ ଥର ଦାଉଦ ସେମାନଙ୍କୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ୟ ପାଇଲେ।

Read full chapter