Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 1-4

ପ୍ରଥମ ପୁସ୍ତକ

(ଗୀତସଂହିତା 1–41)

ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
    ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
    ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
    ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
    ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
    ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।

ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
    ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
    ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
    ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି?
    କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି?
ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ,
    ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।
ସେହି ନେତାମାନେ କୁହନ୍ତି,
    “ଆସ ଆମ୍ଭେ ପରମେଶ୍ୱର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା।
    ଆସ ସେମାନଙ୍କଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହୋଇଯିବା।”

କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’
    ସେମାନଙ୍କ ଏପରି କଥାକୁ ପରିହାସ କରିବେ।
5-6 କିନ୍ତୁ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି
ଏବଂ କୁହନ୍ତି, “ମୁଁ ଏହି ବ୍ୟକ୍ତିକୁ ରାଜା ହେବାକୁ ପସନ୍ଦ କରିଛି
    ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।
    ସିୟୋନ ହେଉଛି ମୋର ପବିତ୍ର ପର୍ବତ।”
    ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ନେତାମାନଙ୍କୁ ସ୍ଥାପନ କରିଅଛି।

ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି।
ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି
    ଓ ତୁମ୍ଭେ ମୋର ପୁତ୍ର ହେଲ।
ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି।
    ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ।
ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି
    ଧ୍ୱଂସ କରିଦେଇ ପାରିବ।”

10 ଏଣୁ ହେ ରାଜାଗଣ, ତୁମ୍ଭେ ବୁଦ୍ଧିମାନ ହୁଅ।
    ହେ ଶାସକଗଣ, ଏହି କଥାକୁ ଶିକ୍ଷା କର।
11 ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।
12 ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ[a] ଅଟ
    ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ।
ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି।
    କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ।

ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।

“ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି।
    ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି।
ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି।
ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।” ସେଲା

କିନ୍ତୁ ହେ ସଦାପ୍ରଭୁ,
ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ।
    ତୁମ୍ଭେ ମୋର ମହିମା।
    ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।

ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି
    ଏବଂ ସେ ତାହାଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ। ସେଲା

ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି,
    କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି।
ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା
    ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ।

ହେ ସଦାପ୍ରଭୁ, ତୁମ୍ଭେ ଉଠ!
    ହେ ପରମେଶ୍ୱର, ତୁମ୍ଭେ ଆସ ଓ ମୋତେ ରକ୍ଷା କର।
ତୁମ୍ଭେ ଅତି ବଳଶାଳୀ ଅଟ।
ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ,
    ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।

ହେ ସଦାପ୍ରଭୁ, ଶେଷରେ ତୁମ୍ଭର ହିଁ ବିଜୟ ହେବ।
    ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର। ସେଲା

ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
    ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
    ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

ହେ ଲୋକମାନେ, ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
    ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
    କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ସେଲା

ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
    ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।

ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
    ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର। ସେଲା
ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।

ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
    ହେ ସଦାପ୍ରଭୁ, ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
    କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।

ଗୀତସଂହିତା 7

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଏହି ଗୀତ, ଏହି ଗୀତଟି ଶିଗାୟୋନ ଯିଏକି କୂଶଙ୍କର ପୁତ୍ର ଏବଂ ବିନ୍ୟାମୀନୀୟ ପରିବାରର ଅନ୍ତର୍ଭୁକ୍ତ।

ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି।
    ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର।
ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ।
    ମୋତେ ସେମାନେ ବୋହି ନେଇଯିବେ।
    ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ।

ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ କିଛି ଭୁଲ୍ କରି ନାହିଁ।
ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
ଯେବେ ମୋର ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ,
    ମାତ୍ର ବିନା କାରଣରେ ଯେ ମୋର ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ।
    ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ।
    ମୋର ଜୀବନକୁ ଭୂମିରେ ଦଳି ପକାଉ।
    ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ। ସେଲା

ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର।
    ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର।
    ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।
ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର।
    ଯେଉଁମାନେ କି ତୁମ୍ଭ ରାଜ୍ୟର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇଛନ୍ତି।
ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର।
    ମୋର ମଧ୍ୟ ବିଗ୍ଭର କର।
    ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍।
    ପ୍ରମାଣ କର ଯେ ମୁଁ ନିରପରାଧ।
ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ।
    ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର।
ହେ ପରମେଶ୍ୱର, ତୁମ୍ଭେ ଅତ୍ୟନ୍ତ ମହାନ
    ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର।

10 ପରମେଶ୍ୱର ସବୁବେଳେ ଯଥାର୍ଥ ହୃଦୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତି,
    ତେଣୁ ପରମେଶ୍ୱର ମୋତେ ନିଶ୍ଚୟ ରକ୍ଷା କରିବେ।
11 ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା।
    ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି।
12 ଯଦି ପରମେଶ୍ୱର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
13     ପରମେଶ୍ୱର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଥା’ନ୍ତି।

14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ୟସ୍ତ ଥା’ନ୍ତି।
    ସେମାନେ ଗୋପନ ଯୋଜନା କରନ୍ତି ଓ ମିଥ୍ୟା ମଧ୍ୟ କହନ୍ତି।
15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ।
    ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି।
    କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

17 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ।
    ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 15:1-3

ଶାଉଲ ଅମାଲେକୀୟମାନଙ୍କୁ ଧ୍ୱଂସ କଲେ

15 ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ‘ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ବାହାରି ଆସିଲେ, ଅମାଲେକୀୟମାନେ ତାଙ୍କୁ କିଣାନ ଯିବାରେ ବାଧା ସୃଷ୍ଟି କରିଥିଲେ। ମୁଁ ଦେଖିଛି ଯାହାସବୁ ଅମାଲେକୀୟମାନେ କରିଛନ୍ତି। ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 15:7-23

ଶାଉଲ ଅମାଲେକମାନଙ୍କୁ ପରାସ୍ତ କଲେ। ସେ ହବୀଲାଠାରୁ ମିଶର ସୀମାବର୍ତ୍ତୀ ଶୁରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆକ୍ରମଣ କଲେ। ସେ ଅମାଲେକୀୟ ରାଜା ଆଗା‌ଗ୍‌କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ। ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।

ଶାମୁୟେଲ ଶାଉଲଙ୍କୁ ତାଙ୍କ ପାପ କଥା କହିଲେ

10 ଶାମୁୟେଲ ସଦାପ୍ରଭୁଙ୍କ ପାଖରୁ ଏକ ବାର୍ତ୍ତା ପାଇଲେ। 11 ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।

12 ଶାମୁୟେଲ ତା’ ପରଦିନ ପ୍ରତ୍ୟୁଷରୁ ଶାଉଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତାରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, “ଶାଉଲ ଯିହୁଦାର କର୍ମିଲ୍ ସହରକୁ ଆସିଥିଲେ। ଶାଉଲ ସେଠାକୁ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡ଼େ ଯାତ୍ରା କରି ସାରିବା ପରେ ଗି‌ଲ୍‌ଗ‌ଲ୍‌ରେ ପହଞ୍ଚିଲେ।”

13 ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”

14 କିନ୍ତୁ ଶାମୁୟେଲ କହିଲେ, “ତେବେ ଏହା କ’ଣ, ମୁଁ ଶୁଣିଅଛି? ମୁଁ କାହିଁକି ମେଷର ଭେଁ ଭେଁ ଶବ୍ଦ ଶୁଣୁଅଛି ଏବଂ ଗାଈର ହମ୍ବାରବ ଶୁଣୁଛି?”

15 ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।”

16 ଶାମୁୟେଲ ଶାଉଲଙ୍କୁ କହିଲେ, “କହିବା ବନ୍ଦ କର! ସଦାପ୍ରଭୁ ମୋତେ ଗତ ରାତିରେ ଯାହା କରିଛନ୍ତି ତାହା ମୁଁ ତୁମ୍ଭକୁ କହିବି।”

ଶାଉଲ ଉତ୍ତର ଦେଲେ, “ମୋତେ କୁହ।”

17 ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ। 18 ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ହତ୍ୟା କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କର।’ 19 କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲ ନାହିଁ କାହିଁକି? ତୁମ୍ଭେ ଗ୍ଭହିଁଲ ସେ ଲୁଟଦ୍ରବ୍ୟ ଗୁଡ଼ିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ।”

20 ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି। 21 ଏବଂ ସୈନ୍ୟମାନେ ଗି‌ଲ୍‌ଗ‌ଲ୍‌ରେ ଉତ୍ତମ ମେଣ୍ଢା ଓ ଗୋରୁମାନଙ୍କୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରେ ବଳିଦାନ ଦେବା ପାଇଁ ରଖିଲେ।”

22 କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି। 23 ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 9:19-31

19 କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା।

ଦମ୍ମେସକରେ ଶାଉଲଙ୍କ ପ୍ରଗ୍ଭର

ସେ ଦମ୍ମେସକ ନଗରରେ ଶିଷ୍ୟମାନଙ୍କ ସହିତ କିଛି ସମୟ ରହିଲେ। 20 ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କରେ ପହଞ୍ଚି ସେଠାରେ ଯୀଶୁଙ୍କ ବିଷୟରେ ପ୍ରଗ୍ଭର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି।’’

21 ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ କ’ଣ ସେହି ଲୋକ ନୁହେଁ, ଯିଏ ଏହି ନାମରେ ବିଶ୍ୱାସ କରିଥିବା ଯିରୁଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ’ଣ ସେ ନୁହେଁ, ଯେ କି ସେମାନଙ୍କୁ ବାନ୍ଧି ନେଇ ପ୍ରଧାନଯାଜକମାନଙ୍କ ପାଖକୁ ନେଇଯିବା ପାଇଁ ଏଠାକୁ ଆସିଥିଲା।”

22 କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ।

ଶାଉଲ ଯିହୂଦୀଙ୍କଠାରୁ ରକ୍ଷା ପାଇବା

23 ଅନେକ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ। 24 ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ। 25 କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ।

ଯିରୁଶାଲମରେ ଶାଉଲ

26 ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। 27 ମାତ୍ର ବର୍ଣ୍ଣ‌ବ୍‌‌ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।

28 ତା'ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। 29 ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। 30 ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ।

31 ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।

ଲୂକ ଲିଖିତ ସୁସମାଗ୍ଭର 23:44-56

ଯୀଶୁଙ୍କ ପ୍ରାଣତ୍ୟାଗ

(ମାଥିଉ 27:45-56; ମାର୍କ 15:33-41; ଯୋହନ 19:28-30)

44 ସେତେବେଳେ ପ୍ରାୟ ଦିନ ଦ୍ୱିପ୍ରହର ହୋଇଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇଗଲା। 45 ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା। 46 ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ।

47 ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”

48 ଅନେକ ଲୋକ ଏହି ଘଟଣା ଦେଖିବାକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସେମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶେଷରେ ସେମାନେ ଫେରିଗଲେ। 49 ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସେଠାରେ ଉପସ୍ଥିତ ଥିଲେ। ତା'ଛଡ଼ା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନେକ ସ୍ତ୍ରୀ ଲୋକ ସେଠାରେ ଥିଲେ। ସେମାନେ କ୍ରୁଶଠାରୁ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ।

ହାରାମାଥୀୟାର ଯୋଷେଫ

(ମାଥିଉ 27:57-61; ମାର୍କ 15:42-47; ଯୋହନ 19:38-42)

50-51 ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ। 52 ଯୋଷେଫ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ଯୋଷେଫ ସେଥିପାଇଁ ଅନୁମତି ଦେଲେ। 53 ତେଣୁ ଯୋଷେଫ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗାରେ ସେ ଘୋଡ଼ାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନେଇ ପାହାଡ଼ କାନ୍ଥରେ ଖୋଳା ହୋଇଥିବା ଓ ପୂର୍ବରୁ କେବେ ବ୍ୟବହୃତ ହୋଇ ନ ଥିବା କବର ମଧ୍ୟରେ ରଖିଲେ। 54 ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା।

55 ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସେମାନେ ଯୋଷେଫ ପଛେ ପଛେ ଗଲେ। ସେମାନେ ଯାଇ କବରଟି ଦେଖିଲେ। ଭିତରେ ଯେଉଁ ସ୍ଥାନରେ ଶରୀରଟି ରଖାଗଲା, ସେହି ସ୍ଥାନଟି ମଧ୍ୟ ସେମାନେ ଦେଖିଲେ। 56 ତା'ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ।

ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center