Revised Common Lectionary (Semicontinuous)
ମୋଶାଙ୍କର ଉଜ୍ଜ୍ୱଳ ମୁହଁ
29 ଏହା ପରେ ମୋଶା ସୀନୟ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସେହି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗରେ ନେଇ ଆସିଥିଲେ। ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମୋଶାଙ୍କୁ ଏହା ଜଣା ନ ଥିଲା। 30 ହାରୋଣ ଏବଂ ସମସ୍ତ ଇସ୍ରାଏଲୀୟ ଲୋକମାନେ ଦେଖିଲେ ମୋଶାଙ୍କର ମୁଖ ଅତି ଉଜ୍ଜ୍ୱଳ ଦିଶୁଛି। ତେଣୁ ସେମାନେ ତାଙ୍କ ନିକଟକୁ ଯିବାକୁ ଭୟ କଲେ। 31 କିନ୍ତୁ ମୋଶା ସେମାନଙ୍କୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ୟକ୍ଷଗଣ ମୋଶାଙ୍କ ନିକଟକୁ ଗଲେ। ମୋଶା ସେମାନଙ୍କ ସହିତ କଥୋପକଥନ କଲେ। 32 ଏହା ପରେ ଇସ୍ରାଏଲର ସମସ୍ତ ଲୋକେ ମୋଶାଙ୍କ ନିକଟକୁ ଆସିଲେ। ଏହା ପରେ ମୋଶା ସେମାନଙ୍କୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
33 ମୋଶା ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ। 34 ଯେତେବେଳେ ମୋଶା ସଦାପ୍ରଭୁଙ୍କ ସହିତ କଥା ହେବାକୁ ଭିତରକୁ ଗଲେ। ସେ ଓଢ଼ଣୀକୁ ହଟାଇଲେ, ତା’ପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ତାହା ଇସ୍ରାଏଲର ଲୋକମାନଙ୍କୁ କହିଲେ। 35 ଲୋକମାନେ ଦେଖି ପାରିଲେ ଯେ ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଛି। ତେଣୁ ମୋଶା ତାଙ୍କର ମୁହଁରେ ଆବରଣ ଦେଲେ। ମୋଶା ସଦାପ୍ରଭୁଙ୍କ ସହିତ ପୁନରାୟ କଥା ହେବା ପର୍ଯ୍ୟନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।
99 ସଦାପ୍ରଭୁଙ୍କ ଆଗରେ ଗାନ କର।
ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
2 ସଦାପ୍ରଭୁ ସିୟୋନରେ ମହାନ
ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
ଓ ଭୟ କରନ୍ତୁ,
ଏହା ପବିତ୍ର ଅଟେ।
4 ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
5 ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
7 ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
ସେମାନେ ତାଙ୍କର ଆଦେଶ ମାନିଲେ
ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
8 ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
9 ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।
12 ଆମ୍ଭମାନଙ୍କଠାରେ ଏହି ପ୍ରକାରର ଭରସା ରଖିଥିବା ହେତୁ ଆମ୍ଭେ ଅତି ସାହସୀ। 13 ଆମ୍ଭେ ମୋଶାଙ୍କ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇସ୍ରାଏଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମୋଶା ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସେବାର ଅନ୍ତ ଦେଖନ୍ତୁ, ମୋଶା ଏହା ଇଚ୍ଛା କରୁ ନ ଥିଲେ। 14 କିନ୍ତୁ ସେମାନଙ୍କର ମନଗୁଡ଼ିକ ଅବରୁଦ୍ଧ ହୋଇଯାଇଥିଲା। ଏପରିକି ଆଜି ମଧ୍ୟ ସେମାନେ ଯେତେବେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସେହି ଆବରଣଟି ଅର୍ଥକୁ ଲୁଗ୍ଭଇ ରଖେ। ସେ ଆବରଣ କଢ଼ା ଯାଇ ନାହିଁ। କେବଳ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି। 15 କିନ୍ତୁ ଏପରି କି ଆଜି ଯେତେବେଳେ ଏହି ଲୋକମାନେ ମୋଶାଙ୍କ ନିୟମକୁ ପଢ଼ନ୍ତି, ସେହି ଆବରଣ ହେତୁ ସେମାନେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ। 16 କିନ୍ତୁ ଜଣେ ଲୋକ ଯେତେବେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସେହି ଆବରଣଟି ବାହାର କରିଦିଆ ଯାଏ। 17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠାରେ ପ୍ରଭୁଙ୍କର ଆତ୍ମା ବିଦ୍ୟମାନ, ସେହିଠାରେ ସ୍ୱାଧୀନତା ଅଛି। 18 ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।
ମାଟିପାତ୍ର ଭିତରେ ଆଧ୍ୟାତ୍ମିକ ଧନ
4 ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ। 2 ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ।
ମୋଶା ଓ ଏଲିୟଙ୍କ ସହିତ ଯୀଶୁ(A)
28 ଏ କଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ। 29 ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚକ୍ଚକ୍ ଧଳା ହୋଇଗଲା। 30 ତା’ପରେ ସେଠାରେ ଦୁଇଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେମାନେ ମୋଶା ଓ ଏଲିୟ ଥିଲେ। 31 ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ। 32 ସେତେବେଳେ ପିତର ଓ ଅନ୍ୟମାନେ ଶୋଇ ପଡ଼ିଥିଲେ। କିନ୍ତୁ ସେମାନେ ଉଠି ପଡ଼ିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସେମାନେ ଦେଖିଲେ: 33 ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।
34 ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ। 35 ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।”
36 ଆକାଶବାଣୀ ହୋଇ ସାରିବା ପରେ ସେଠାରେ କେବଳ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟରେ ନୀରବ ରହିଲେ। ସେମାନେ ଯାହାକିଛି ଦେଖିଥିଲେ, ସେ ବିଷୟରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ(A)
37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41 ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା’ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ(B)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।
2010 by World Bible Translation Center