Add parallel Print Page Options

ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ

(ମାଥିଉ 17:14-20; ଲୂକ 9:37-43)

14 ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।

16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”

17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା’ ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”

19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”

20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।

21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”

ତା'ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”

23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”

24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”

25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”

26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।

Read full chapter