ଲୂକ ଲିଖିତ ସୁସମାଗ୍ଭର 9:37-43
Odia Holy Bible: Easy-to-Read Version
ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ
(ମାଥିଉ 17:14-18; ମାର୍କ 9:14-27)
37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41 ତା'ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା'ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ
(ମାଥିଉ 17:22-23; ମାର୍କ 9:30-32)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।
Read full chapter2010 by Bible League International