Add parallel Print Page Options

ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ

(ମାର୍କ 9:14-29; ଲୂକ 9:37-43କ)

14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। 15 ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି। 16 ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”

17 ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।” 18 ତା'ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା’ ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।

Read full chapter